ଯମୁନାନାକି ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ମନ୍ଥର

ରାଉରକେଲା ଅଫିସ, ୮।୨: ସୁନ୍ଦରଗଡ ଜିଲା କୁଆଁରମୁଣ୍ଡା ବ୍ଲକ ଯମୁନାନାକି ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଏହି ବ୍ରିଜ୍‌ କାମ ଅସମ୍ପୂର୍ଣ୍ଣ ଯୋଗୁ କୁଆଁରମୁଣ୍ଡା ବ୍ଲକ ଅଧୀନ ୨୦ଟି ଗ୍ରାମପଞ୍ଚାୟତର ପ୍ରାୟ ୮୦ ହଜାର ଲୋକଙ୍କୁ ଯାତାୟାତ ସୁବିଧା ମିଳିପାରୁନାହିଁ। ଫଳରେ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ବଢିବାରେ ଲାଗିଛି।
ସୂଚନା ଅନୁସାରେ, ୨୦୧୭ରେ ଜିଲା ଖଣିଜ ପାଣ୍ଠିରୁ ଯମୁନାନାକି ବ୍ରିଜ୍‌ ନିର୍ମାଣ ପାଇଁ ୩୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ୨୦୧୯-୨୦ ଆର୍ଥିକ ବର୍ଷରେ କଟକର ରାଜଲକ୍ଷ୍ମୀ କନଷ୍ଟ୍ରକଶନ ନାମକ ଏକ ଠିକାସଂସ୍ଥା ଏହି ବ୍ରିଜ୍‌ ନିର୍ମାଣ ଦାୟିତ୍ୱରେ ରହିଲା। ଏହାର ନିର୍ମାଣ କାମ ୨୦୧୯-୨୦ ଆର୍ଥିକ ବର୍ଷରେ ଆରମ୍ଭ କରି ୨୦୨୨-୨୩ ଆର୍ଥିକ ବର୍ଷରେ ଶେଷ କରିବାର ଥିଲା। ମାତ୍ର ଆଜିସୁଦ୍ଧା ବ୍ରିଜ୍‌ର ୫ଶହ ମିଟର କାର୍ଯ୍ୟ ହୋଇଥିବାରୁ ନିର୍ଦ୍ଧାରିତ ସମୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ୫ବର୍ଷ ବିତିସାରିଥିଲେ ସୁଦ୍ଧା ଏଯାଏ ବ୍ରିଜ୍‌ର ୬ ପ୍ୟାନେଲରୁ କେବଳ ୨ଟି ପ୍ୟାନେଲ ନିର୍ମାଣ ହୋଇଛି। ଗୋଟିଏ ପ୍ୟାନେଲ ଅର୍ଦ୍ଧନିର୍ମିତ ଏବଂ ଅବଶିଷ୍ଟ ଫାଉଣ୍ଡେଶନ ଅବସ୍ଥାରେ ରହିଛି।
ଯମୁନାନାକି ବ୍ରିଜ୍‌ ନିର୍ମାଣ ସମ୍ପୂର୍ଣ୍ଣ ହେଲେ କୁଆଁରମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତର ଲୋକଙ୍କ ରାଉରକେଲା ଯିବାଆସିବା ସୁଗମ ହେବ। ଏହି ଅଞ୍ଚଳରୁ ଦୈନିକ ଆର୍‌ଜିଏଚ୍‌ ଓ ରାଉରକେଲା ରେଳ ଷ୍ଟେଶନକୁ ଲୋକେ ଆସୁଛନ୍ତି। କୁଆଁରମୁଣ୍ଡାରେ କୌଣସି ସରକାରୀ କଲେଜ ନାହିଁ। ଏଠାରେ ଏକମାତ୍ର ପ୍ରାଇଭେଟ୍‌ କଲେଜ ଥିବାବେଳେ ସିଟ୍‌ ସଂଖ୍ୟା ମାତ୍ର ୬୪। ସେହିପରି ଦୈନିକ ୭ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଦୈନିକ ରାଉରକେଲା ମ୍ୟୁନିସିପାଲ ସରକାରୀ କଲେଜକୁ ଅଧ୍ୟୟନ ପାଇଁ ଆସିଥାନ୍ତି। ସେହିପରି ନୂଆଗାଁ ବ୍ଲକର ପୁରୁଣାପାଣି ଗ୍ରାମପଞ୍ଚାୟତ, ବୀରମିତ୍ରପୁର ମ୍ୟୁନିସିପାଲିଟି ଓ ଝାଡ଼ଖଣ୍ଡ ସିମଡେଗା ଅଞ୍ଚଳର ଲୋକମାନଙ୍କୁ ଆରଜିଏଚ୍‌ ଓ ରାଉରକେଲା ରେଳ ଷ୍ଟେଶନକୁ ଆସିବାରେ ସୁବିଧା ହେବ। ଜମୁନାନାକି ବ୍ରିଜ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ଜନଅସନ୍ତୋଷ ବଢିବାରେ ଲାଗିଛି। ଅନ୍ୟପକ୍ଷେ କୁଆଁରମୁଣ୍ଡା ବ୍ଲକ ନାଗରିକ କମିଟି ସଂଯୋଜକ ରାଜେଶ କେରକେଟା, ଘନଶ୍ୟାମ ଦେବତା, ରାଜୁ ଜୁଆରୀ ପ୍ରମୁଖ ସୁନ୍ଦରଗଡ ଜିଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଅବଗତ କରିଥିଲେ। ତେବେ ବ୍ରିଜ୍‌ ନିର୍ମାଣ ତ୍ୱରାନ୍ବିତ ପାଇଁ ବିହିତ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ନାଗରିକ କମିଟିକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଏ ସମ୍ପର୍କରେ ରାଜଲକ୍ଷ୍ମୀ କନଷ୍ଟ୍ରକଶନର ସୁପରଭାଇଜର ଅମୀୟ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ, ଆମେ ୨୦୨୦ ମସିହାରୁ କାମ ଆରମ୍ଭ କଲୁ। ବର୍ତ୍ତମାନ ଫାଉଣ୍ଡେଶନ କାମ ଚାଲିଛି । ପାଣି ପାଇଁ ୬ମାସ କାମ ବନ୍ଦ ରହିଲା। କାମ କରିବା ଆଗରୁ ସାଇଡ୍‌ କ୍ଲିୟରାନ୍ସ ଆଣିବାରେ ଏକ ବର୍ଷ ବିତିଲା। ଯେହେତୁ ଏହା କାନ୍ଥ ବେଷ୍ଟିତ ବ୍ରିଜ୍‌, ଏଣୁ ପାଣିରେ ରହି କାମ କରିବାକୁ ପଡୁଛି ବୋଲି ସେ କହିଥିଲେ। ବିଭାଗୀୟ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ଭାଗରଥୀ ସାହୁଙ୍କୁ ପଚାରିବାରୁ କାମ ଆଗେଇ ଚାଲିଛି। ଆଗକୁ କାମ ଆହୁରି ତ୍ୱରାନ୍ବିତ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri