Posted inଜାତୀୟ

କଂଗ୍ରେସ-ବାମପନ୍ଥୀ ଜାଣିଶୁଣି କରାଉଥିଲେ ଅନୁପ୍ରବେଶ: ଯୋଗୀ…

ଅଗରତାଲା,୭।୨ : ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଚାଲିଛି। ନିର୍ବାଚନ ପ୍ରଚାର ପାଇଁ ବଡ ନେତାମାନେ ରାଜ୍ୟ ଗସ୍ତ କରୁଛନ୍ତି। ମଙ୍ଗଳବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏକ ସମାବେଶକୁ ସମ୍ବୋଧିତ କରିବା ପାଇଁ ଖୋୱାଇରେ ପହଞ୍ଚିଥିଲେ। ଏହି ସମୟରେ ସେ କଂଗ୍ରେସ ଏବଂ ବାମପନ୍ଥୀ କମ୍ୟୁନିଷ୍ଟ ପାର୍ଟିକୁ ଟାର୍ଗେଟ କରିଥିଲେ।

ସେ କହିଥିଲେ ଯେ ରାଜ୍ୟରେ ବିକାଶ କାର୍ଯ୍ୟ ପୂର୍ବରୁ ମଧ୍ୟ ହୋଇ ପାରିଥାନ୍ତା। କିନ୍ତୁ କମ୍ୟୁନିଷ୍ଟ ପାର୍ଟି ତାହା କରି ନ ଥିଲା॥ କଂଗ୍ରେସ ମଧ୍ୟ କରି ନ ଥିଲା। କାରଣ ରାଜ୍ୟର ବିକାଶ ସେମାନଙ୍କ ଏଜେଣ୍ଡାରେ ନଥିଲା। ସେମାନେ ଜାଣିଶୁଣି ରାଜ୍ୟରେ ଅନୁପ୍ରବେଶ କରାଉଥିଲେ। ରାଜ୍ୟର ସୁରକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଥିଲେ। ଗରିବଙ୍କ ପାଇଁ ଥିବା ଯୋଜନାଗୁଡ଼ିକର ବାଟମାରଣା ହେଉଥିଲା।

ରାଜ୍ୟର ବିଧାନସଭା ନିର୍ବାଚନରେ ମିଳିତ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସିପିଆଇ (ଏମ) ଏବଂ କଂଗ୍ରେସ ପ୍ରଭୁ ରାମ କିମ୍ବା କୃଷ୍ଣଙ୍କ ଅସ୍ତିତ୍ୱରେ ବିଶ୍ୱାସ କରନ୍ତି ନାହିଁ। ଉଭୟ ଦଳ ମଧ୍ୟ ଉତ୍ତରପ୍ରଦେଶର କାଶୀ ବିଶ୍ୱନାଥ ମନ୍ଦିର କରିଡୋର ଏବଂ ରାମ ମନ୍ଦିର ନିର୍ମାଣକୁ ବନ୍ଦ କରିବାକୁ ଚେଷ୍ଟା କରିଛନ୍ତି।

ତ୍ରିପୁରାର ଲୋକମାନେ ବହୁ ବର୍ଷ ଧରି ଉଭୟ କମ୍ୟୁନିଷ୍ଟ ଏବଂ କଂଗ୍ରେସ ଶାସନର ଦୁର୍ନୀତି ଦେଖିଛନ୍ତି, କିନ୍ତୁ ଏହି ଛୋଟ ଉତ୍ତର-ପୂର୍ବ ରାଜ୍ୟ ପ୍ରଥମ ଥର ପାଇଁ ଭାଜପା ଶାସନରେ ବିକାଶ ଦେଖିଛି। କଂଗ୍ରେସ ଏବଂ ସିପିଆଇ (ଏମ) ତ୍ରିପୁରାରେ ଅଧିକାଂଶ ସମୟ ଶାସନ କରିଥିଲେ ଏବଂ ବାମପନ୍ଥୀ ଶାସନର ୨୫ ବର୍ଷ ପରେ ଭାଜପା ୨୦୧୮ ରେ କ୍ଷମତାକୁ ଆସିଥିଲା। ଏହା ପରେ ରାଜ୍ୟରେ ବିକାଶ ଧାରା ଜାରି ରହିଥିବା ଯୋଗୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଖାଲେଦା ଜିଆ କରିଥିଲେ ନାମାଙ୍କନ, ଏବେ ଆଲୋଚନା ପୁଅଙ୍କୁ ମିଳିବକି ସହାନୁଭୁତି? ଜାଣନ୍ତୁ ବାଂଲାଦେଶ ରାଜନୀତିର…

ଢାକା,୩୦।୧୨: ଆସନ୍ତା ବର୍ଷ ଫେବୃଆରୀରେ ବାଂଲାଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ମୃତ୍ୟୁକୁ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)...

ଯୁବବର୍ଗଙ୍କୁ ନୂଆବର୍ଷର ଉପହାର ଦେଲେ ସରକାର: ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧୨: ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ X ରେ ଟୁଇଟ୍‌ କରିଛି, ଯେଉଁଥିରେ...

ବୈତରଣୀ ନଦୀ ପାର୍‌ ହୋଇଆସିଲା ହାତୀ: ଲୋକେ ଭୟଭୀତ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ହାତୀଟି ବ୍ଲକ ଅଧୀନ ବିଭିନ୍ନ ଗାଁ ଏବଂ ଛକ ବଜାରରେ ବୁଲୁଥିବାବେଳେ...

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ହୁକିଟୋଲାର ସୌନ୍ଦର୍ଯ୍ୟ

ମହାକାଳପଡ଼ା,୩୦ା୧୨ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଙ୍ଗୋପସାଗର ନୀଳ ଜଳରାଶି ସହ ବିଶାଳ ବାଲୁକା ଶଯ୍ୟା ଆଇଲାଣ୍ଡ ହୁକିଟୋଲା ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଖୁବ୍‌...

ଭୟଙ୍କର ଦୁର୍ଘଟଣା: ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୩୦।୧୨: ଉତ୍ତରାଖଣ୍ଡରୁ ବଡ଼ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଅଲମୋରା ଜିଲାରେ ଏକ ଯାତ୍ରୀବାହୀ ବସ ନିୟନ୍ତ୍ରଣ ହରାଇ ଘାଇକୁ ଖସି ଯାଇଥିଲା ।...

ୟାମିଙ୍କ ଇଚ୍ଛା

ମୁମ୍ବାଇ: ଆଦିତ୍ୟ ଧରଙ୍କ ଫିଲ୍ମ ‘ଧୁରନ୍ଧର’ ୨୦୨୫ର ସବୁଠାରୁ ବଡ଼ ଫିଲ୍ମ ହୋଇଛି। ଏହି ଫିଲ୍ମଟି ସାରା ବିଶ୍ୱରେ ୧୦୦୦ କୋଟିରୁ ଅଧିକ ଆୟ କରିଛି।...

ଜିଲା ପାଇଁ ଗୌରବ ଆଣିଲେ ନେହେରୁ: ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ…

ନୂଆପଡା,୩୦।୧୨(ମକାରୁ ବେମାଲ): ନୂଆପଡା ସଦର ବ୍ଲକ ଭାଲେଶ୍ବର ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଲୟର ଦଶମ ଶ୍ରେଣୀ ଛାତ୍ର ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ମେଳାରେ ଦ୍ବିତୀୟ ସ୍ଥାନ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri