Odisha Elections 2024

କେନ୍ଦ୍ରାପଡ଼ା ଜିଲା ଆଉ ଶିଳ୍ପବିହୀନ ରହିବନି

କେନ୍ଦ୍ରାପଡ଼ା ଅଫିସ, ୪ା୨: କେନ୍ଦ୍ରାପଡ଼ା ଜିଲା ଆଗକୁ ଶିଳ୍ପ ବିହୀନ ହୋଇରହିବ ନାହିଁ। ଷ୍ଟିଲ ପ୍ଲାଣ୍ଟ ସମେତ ଶିଳ୍ପ କରିଡରରେ ଛୋଟବଡ ଶିଳ୍ପ ଚଳିତ ବର୍ଷ ଶେଷ ସୁଦ୍ଧା ଦେଖିବାକୁ ମିଳିବ। ଏ ନେଇ ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ପାର୍ଶ୍ୱରେ ୩ଟି ସ୍ଥାନକୁ ଚିହ୍ନଟ କରାଯାଉଛି। ଏଥିସହ ଜିଲା ପ୍ରଶାସନ ଓ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ଏକ ସମୀକ୍ଷା ବୈଠକ ସହ ସ୍ଥାନଗୁଡିକ ଶୁକ୍ରବାର ବୁଲି ଦେଖିଛନ୍ତି। ପୂର୍ବାହ୍ନରେ ଶିଳ୍ପମନ୍ତ୍ରୀ ଦେବ, ଶିଳ୍ପ ସଚିବ ହେମନ୍ତ ଶର୍ମା, ଜିଲାପାଳ ଅମୃତ ଋତୁରାଜ, ଉପଜିଲାପାଳ ନିରଞ୍ଜନ ବେହେରା ପ୍ରମୁଖ ଜାତୀୟ ରାଜପଥର ଡେରାବିଶ ବ୍ଲକ ଅନ୍ତର୍ଗତ ରଘୁଦେଇପୁର, ରାଜନଗର ଓ ବଳଭଦ୍ରପୁର ଅଞ୍ଚଳକୁ ଶିଳ୍ପ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ପରିଦର୍ଶନ କରିଥିଲେ। ଏହି ୩ ସ୍ଥାନରେ ପ୍ରାୟ ୩୦୦ ଏକର ଜମିରେ ଶିଳ୍ପ ପ୍ରତିଷ୍ଠା ହୋଇପାରିବ ବୋଲି ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଆକଳନ କରାଯାଇଥିଲା। ଏ ସମ୍ପର୍କରେ ଶିଳ୍ପମନ୍ତ୍ରୀ ଦେବ କହିଥିଲେ ଯେ, କେନ୍ଦ୍ରାପଡ଼ା ଏକ ଶିଳ୍ପ ବିହୀନ ଜିଲା ବୋଲି ଗଣମାଧ୍ୟମ ସହ ଜିଲାବାସୀ ବାରମ୍ବାର ପ୍ରଶ୍ନ ଉଠାଉଛନ୍ତି। ତେବେ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକ୍ରିୟା ଜାରି ରଖିଥିବାରୁ ଏବେ ଶିଳ୍ପ କରିଡରକୁ ଗୁରୁତ୍ୱ ଦିଆଯାଉଛି। ଚଣ୍ଡିଖୋଲରୁ ପାରାଦୀପ ମଧ୍ୟରେ ବିଭିନ୍ନ ସ୍ଥାନକୁ ସମୀକ୍ଷା କରାଯାଇ ଛୋଟବଡ ଶିଳ୍ପ ନିର୍ମାଣ କରିବାକୁ ସୁଯୋଗ ଦିଆଯିବ। ଶିଳ୍ପାଞ୍ଚଳ ପାଇଁ ସମସ୍ୟା ଥିବା ଜମି ଅଧିଗ୍ରହଣଠାରୁ ଶିଳ୍ପ ପ୍ରତିଷ୍ଠା ମଞ୍ଜୁରୀକୁ ଖୁବ୍‌ କମ ଦିନ ମଧ୍ୟରେ ସାରିବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିଦର୍ଶନ ସମୟରେ ଡେରାବିଶ ବ୍ଲକ ପୂର୍ବତନ ଅଧ୍ୟକ୍ଷ ସରୋଜ ସାହୁଙ୍କ ସମେତ ବିଜେଡି ଦଳର କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଫେଇ ଆଳରେ କରୁଥିଲେ ସୁନା ଲୁଟ, ଧରା ପଡିବା ପରେ ଦୟା ଦେଖାଇଲେ ସୁନା ମାଲିକ

ଦାରିଙ୍ଗବାଡି, ୨୮।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ସୁନା ସଫେଇ କରିଦେବି-ମଙ୍ଗଳସୂତ୍ର ଗୁନ୍ଥିଦେବା ବାହାନା କରି ସୁନା ଲୁଟ କରୁଥିଲେ...

ନିରଞ୍ଜନଙ୍କ ଅଫିସ୍‌ରେ ରେଡ୍‌ ଘଟଣା: ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ ଚେତାବନୀ

ଭଦ୍ରକ,୨୮ା୫(ସନାତନ ରାଉତ)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ଭଦ୍ରକ ମୋଟେଲ ଛକସ୍ଥିତ ନିର୍ବାଚନ କାର୍ଯ୍ୟାଳୟରେ ରେଡ୍‌ କରାଯିବା ଓ ବିଜେଡି...

ଗୁଟଖା କାରବାର ଉପରେ ବଡ଼ ଚଢାଉ

ଜୟପୁର,୨୮ା୫(ପବନ ପାଣିଗ୍ରାହୀ): ବେଆଇନ ଭାବେ ଚାଲିଥିବା ଗୁଟୁଖା କାରବାର ଉପରେ ରୋକୋ ଲଗାଇବାକୁ ମଙ୍ଗଳବାର ଜୟପୁର ପୌରପାଳିକା ପକ୍ଷରୁ ସହରର ବିଭିନ୍ନ ଦୋକାନ ଉପରେ ଚଢାଉ...

ନିର୍ବାଚନ ପ୍ରଚାରରେ ଭଦ୍ରକ ଆସିବେ ଖାର୍ଗେ, ରାହୁଲ

ଭଦ୍ରକ,୨୮।୫(ସନାତନ ରାଉତ): ଜୁନ୍‌ ୧ତାରିଖରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ଭଦ୍ରକରେ କଂଗ୍ରେସ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛି। ବୁଧବାର କଂଗ୍ରେସର...

ଶାହା କଲେ ଡାଇରେକ୍ଟ ଆଟାକ୍‌ , ତାମିଲନାଡୁରୁ ଲଢିଥା’ନ୍ତେ ନବୀନ, ହେଲେ…

ନିମାପଡ଼ା, ୨୮।୫: ନିମାପଡ଼ା ସଭାରୁ ଡାଇରେକ୍ଟ ଆଟାକ୍‌ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ସଭାରେ ସେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶାଣିତ ସ୍ବରରେ...

ଲୁହାରଡ୍‌ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ: ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ : ଏସ୍‌ପି

ସୋନପୁର,୨୮।୪(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଟାଉନ ପୋଲିସ ଏକ ଲୁହାରଡ ବୋଝେଇ ଟ୍ରକ୍‌ରେ ବୌଦ୍ଧ ଜିଲା କଣ୍ଟାମାଳରୁ ମଧ୍ୟପ୍ରଦେଶକୁ ବିପୁଳ ପରିମାଣର ଗଞ୍ଜେଇ ଚୋରାଚାଲାଣ ବେଳେ ଜବତ...

ରାଜନୈତିକ ହିଂସା ରୋକିବାକୁ ପୋଲିସର ବଡ଼ ପଦକ୍ଷେପ, ରାତି ସାଢ଼େ ୮ଟା ପରେ ଦୋକାନ ବଜାର ବନ୍ଦ

ଗଞ୍ଜାମ,୨୮।୫: ରାଜନୈତିକ ହିଂସା ରୋକିବାକୁ ପୋଲିସର ବଡ଼ ପଦକ୍ଷେପ । ଜୁନ ୪ ତାରିଖ ପର୍ଯ୍ୟନ୍ତ ରାତି ସାଢ଼େ ୮ଟା ପରେ ସବୁ ଦୋକାନ ବଜାର...

୭ ଲକ୍ଷ କୋଟି ଟଙ୍କା ଖାଇଗଲେ ନବୀନ ବାବୁଙ୍କ ବାବୁଭାୟା: ଶାହା

ଚାନ୍ଦବାଲି,୨୮।୫:ଭଦ୍ରକ ଜିଲା ଚାନ୍ଦବାଲିରେ ବିଶାଳ ନିର୍ବାଚନ ରାଲି କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଏହି ସଭାରେ ସେ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri