Posted inଜାତୀୟ

ଶର୍ଟ ସେଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ନୂଆଦିଲ୍ଲୀ,୪।୨: ଆମେରିକୀୟ ଶର୍ଟ ସେଲର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଜାନୁୟାରୀ ୨୪ରେ ଆଦାନୀ ସମୂହ ବିରୋଧରେ ଷ୍ଟକ୍ସ ଓ ଆକାଉଣ୍ଟସ୍‌ ହେରଫେର ଅଭିଯୋଗ ଆଣିବା ପରଠୁ ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ ୧୨୦ ବିଲିୟନ୍‌ରୁ ଊର୍ଦ୍ଧ୍ୱ ଡଲାର କ୍ଷତି ସହିଲେଣି। ଆଦାନୀ ଗ୍ରୁପ୍‌ ଅଧୀନ ୧୦ କମ୍ପାନୀ ସମେତ ଅନ୍ୟ ବିଜ୍‌ନେସ୍‌ ହାଉସ୍‌ଗୁଡ଼ିକର ଶେୟାର ମୂଲ୍ୟ ମଧ୍ୟ ଖସିଛି। ଗତ ୭ ଟ୍ରେଡିଂ ସେସନରେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ଶେୟାର ୬୬% ତଳକୁ ଖସିଛି। ଏହି କୃତ୍ରିମ କ୍ରାଶ୍‌ ପାଇଁ ହିଣ୍ଡେନ୍‌ବର୍ଗ ମାଲିକ ନାଥନ୍‌ ଆଣ୍ଡର୍ସନଙ୍କୁ ଦାୟୀ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ ହୋଇଛି।
ପୁଞ୍ଜିବଜାରରେ ଶର୍ଟ ସେଲିଂ ପାଇଁ ଷ୍ଟକ୍ସ କିଣିବାକୁ ପଡ଼ି ନ ଥାଏ। ଧାରରେ ଶେୟାର ନେଇ ବିକ୍ରି କରାଯାଇଥାଏ। ପରବର୍ତ୍ତୀ ସମୟରେ ଷ୍ଟକ୍ସ ମୂଲ୍ୟ ହ୍ରାସ ପାଇଲେ ତାକୁ କମ୍‌ ଅର୍ଥରେ କିଣିବା ଦ୍ୱାରା ଭଲ ମିଳେ। ହିଣ୍ଡେନ୍‌ବଗ୍‌ ଗୋଷ୍ଠୀ ଗବେଷଣା କରି ରାତାରାତି କମ୍ପାନୀଗୁଡ଼ିକର ବଜାର ମୂଲ୍ୟକୁ ତଳକୁ ଟାଣିନେଇଥାଏ। ଏହା ଏକ ମଣିଷକୃତ ବିପର୍ଯ୍ୟୟ ବୋଲି ସୁପ୍ରିମକୋର୍ଟରେ ଆଇନଜୀବୀ ଏମ୍‌.ଏଲ୍‌. ଶର୍ମା ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ କରିଛନ୍ତି। ଶର୍ଟ ସେଲିଂକୁ ନିବେଶକମାନଙ୍କ ବିରୋଧରେ ଏକ ଅପରାଧ ରୂପେ ବିବେଚନା କରାଯାଉ। ଶର୍ଟ ସେଲରଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି) ଦଫା ୪୨୦ (ଠକେଇ) ଏବଂ ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ (ସେବି) ଆଇନ ବଳରେ ମାମଲା ରୁଜୁ ନିମନ୍ତେ ଶୀର୍ଷ ଅଦାଲତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଶର୍ମା ନିବେଦନ କରିଛନ୍ତି। ଭାରତୀୟ ନାଗରିକଙ୍କ ସ୍ବାର୍ଥ ଦୃଷ୍ଟିରୁ ଶର୍ଟ ସେଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ବୋଲି ସେ ନିଜ ପିଟିଶନରେ ଉଲ୍ଲେଖ କରିଛନ୍ତି।
ଆଦାନୀଙ୍କ ଉପରୁ ନିବେଶକମାନଙ୍କ ଆସ୍ଥା ତୁଟିବା ଏକ ଜାତୀୟ ପ୍ରସଙ୍ଗ ପାଲଟିଗଲାଣି। ବିରୋଧୀ ଦଳଗୁଡ଼ିକ ଏହା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜବାବ ମାଗୁଛନ୍ତି। ଯୁଗ୍ମ ସଂସଦୀୟ କମିଟି (ଜେପିସି) କିମ୍ବା ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ପ୍ୟାନେଲ ଜରିଆରେ ଏହି ଅନିୟମିତତାର ତଦନ୍ତ ଦାବିରେ କଂଗ୍ରେସ ସମେତ ୯ ବିରୋଧୀ ଦଳ ପାର୍ଲାମେଣ୍ଟରେ ହଟ୍ଟଗୋଳ କରୁଛନ୍ତି। ଶୁକ୍ରବାର ବଜେଟ ଅଧିବେଶନର ଚତୁର୍ଥ ଦିନରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଉଭୟ ଲୋକ ସଭା ଓ ରାଜ୍ୟ ସଭାକୁ ପୁଣି ଦିନକ ପାଇଁ ମୁଲତବୀ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri