ଚାଲିପାରିଲା ନାହିଁ ପାସେଞ୍ଜର ଟ୍ରେନ୍‌

ଚଣ୍ଡିଖୋଲ,୩ା୨(ଡି.ଏନ.ଏ.):ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲା ଦେଇ ଯାଇଛି ହରିଦାସପୁର-ପାରାଦୀପ ରେଳପଥ। ଦୀର୍ଘ ବର୍ଷ ଧରି ଅପେକ୍ଷା ପରେ ଏହି ରେଳପଥରେ ୧ା୮ା୨୦୨୦ରେ ପ୍ରଥମ କରି ରେଳ ଚଳାଚଳ ଆରମ୍ଭ ହୋଇଥିଲା। ସେତେବେଳେ କୋଭିଡ୍‌ କଟକଣା ଥିବାରୁ ରେଲଓ୍ବେ ପକ୍ଷରୁ କୁହାଗଲାଯେ, ପ୍ରଥମେ ମାଲବାହୀ ଓ ପରେ ପାସେଞ୍ଜର ଟ୍ରେନ ଚାଲିବ। ତେବେ ଏହା ମଧ୍ୟରେ ୩୦ ମାସ ବିତି ଗଲାଣି। କିନ୍ତୁ ପସେଞ୍ଜର ଟ୍ରେନ ଚାଲ ପାରିଲା ନାହିଁ। ଅହମ୍ମଦାବାଦର ଏକ ଠିକା ସଂସ୍ଥା ଆସି ରେଳପଥର ଦୋହରୀକରଣ ନିମନ୍ତେ ସର୍ଭେକଲାଣି। ମାତ୍ର ଉକ୍ତ ରେଳପଥରେ ପାସେଞ୍ଜର ଟ୍ରେନ୍‌ ଚାଲିପାରୁ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେଣୁ ରେଲ୍‌ଓ୍ବେ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି ହୋଇଛି।
ସୂଚନା ଥାଉକି, ୧୯୯୭ରେ ପ୍ରଥମ କରି ଏହି ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କରାଯାଇଥିଲା। ଜମି ଅଧିଗ୍ରହଣ ପ୍ରକ୍ରିୟା ବିଳମ୍ବ ହେବାରୁ ରେଳ ପଥ ନିର୍ମାଣରେ ମଧ୍ୟ ବହୁ ବିଳମ୍ବ ହୋଇଛି, ଯାହାହେଉ ଏହାର କାର୍ଯ୍ୟ ୨୦୧୬ରୁ ଆରମ୍ଭ ହୋଇ ୨୦୨୦ରେ ଶେଷ ହୋଇଥିଲା। ଏହାକୁ ଭାରତର ପ୍ରଥମ ଫାଟକ ବିହୀନ ରେଳପଥ ବୋଲି ଘୋଷଣା କରାଯାଇଥିଲା। ବିଶ୍ୱପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରି, ଲଳିତଗିରି ଓ ରତ୍ନଗିରି ସମେତ ଜାତୀୟ ଉଦ୍ୟାନ ଭିତରକନିକାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନରେ ଏହି ରେଳପଥ ସହାୟକ ହେବ ବୋଲି କୁହାଯାଇଥିଲା। ୮୨ କିଲୋମିଟର ଲମ୍ବ ଏହି ରେଳପଥ ପାଇଁ ଧୀରେଧୀରେ ଖର୍ଚ୍ଚ ବୃଦ୍ଧି ପାଇ ୧୫ ଶହ କୋଟି ଟଙ୍କାରେ ପହଞ୍ଚତ୍ଥିଲା। ଏହାକୁ ପ୍ରଥମ କରି ପିପିପି ମୋଡ୍‌ରେ କରାଯାଇଥିଲା। ଯେଉଁଥିରେ ଓଡ଼ିଶା ସରକାର, ରେଳ ବିକାଶ ନିଗମ ଲିମିଟେଡ୍‌, ଓଏମ୍‌ସିଏଲ, ପିପିଟି, ସେଲ, ଆଇଆଇଡିସି, ଏସ୍‌ଏଲ୍‌ ମାଇନିଂ, ରୁଙ୍ଗଟା ମାଇନ୍ସ, ଏମ୍‌ଏସ୍‌ପିଏଲ୍‌ ଓ ଜେଏସ୍‌ପିଏଲ୍‌ ଆଦି କମ୍ପାନୀ ସେମାନଙ୍କ ଅର୍ଥ ଏଥିରେ ଖର୍ଚ୍ଚ କରିଛନ୍ତି। ପ୍ରଥମେ ପାସେଞ୍ଜର ଟ୍ରେନ ଚାଲିବା ଦାବିକରି ଆନ୍ଦୋଳନ ହୋଇଥିଲା। ସେତେବେଳେ କୁହାଗଲା ଷ୍ଟେଶନଗୁଡ଼ିକର ଉନ୍ନତୀକରଣ କାର୍ଯ୍ୟ ଶେଷ ହେବା ପରେ ପାସେଞ୍ଜର ଟ୍ରେନ ଚାଲିବ। ସେଥିପାଇଁ କେନ୍ଦ୍ର ସରକାର ୨୦୨୧-୨୨ ରେଳ ବଜେଟରେ ୧୦୦ କୋଟି ଟଙ୍କା ବରାଦ କରିଥିଲେ। ଏହି ରେଳପଥରେ ୧୧ ଷ୍ଟେଶନ ନିର୍ମାଣ ହୋଇଛି। ସେଥିମଧ୍ୟରୁ ଯାଜପୁର ଜିଲାରେ ୪, କେନ୍ଦ୍ରାପଡ଼ାରେ ୫ ଓ ଜଗତ୍‌ସିଂହପୁର ଜିଲାରେ ୨ଟି ରହିଛି। ଏହାମଧ୍ୟରେ ଷ୍ଟେଶନର ଉନ୍ନତୀକରଣ କାର୍ଯ୍ୟ ଶେଷ ହୋଇସାରିଛି। କେବଳ ଅପେକ୍ଷା ପାସେଞ୍ଜର ଟ୍ରେନ ଚଳାଇବାକୁ। ଏ ସମ୍ପର୍କରେ ପୂର୍ବତଟ ରେଳପଥର ଲୋକସମ୍ପର୍କ ଅଧିକାରୀ ନିରାକାର ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ଆମେ ଆଶା ରଖିଛୁ ଖୁବ୍‌ଶୀଘ୍ର ପାସେଞ୍ଜର ଟ୍ରେନ ଚାଲିବ। ଏନେଇ ପ୍ରଧାନମନ୍ତ୍ରୀ ନିକଟରେ ଓଡ଼ିଶା ଆସୁଛନ୍ତି। ମାତ୍ର ଦୋହରୀକରଣ ନିମନ୍ତେ କୌଣସି ବଜେଟରେ ବ୍ୟୟବରାଦ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri