Odisha Elections 2024

ଦୋକାନ ଥାଇ ରାସ୍ତାରେ କାଟୁଛନ୍ତି ମଟନ

ଭୁବନେଶ୍ୱର,୩।୨(ବ୍ୟୁରୋ):ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଘାଟିକିଆରେ ଅତ୍ୟାଧୁନିକ ମାଂସ ମାର୍କେଟ ଖୋଲାଯାଇଛି। ଏଠାରେ ଆବଶ୍ୟକ ବ୍ୟବସ୍ଥା କରାଯିବା ସହ ବ୍ୟବସାୟୀଙ୍କୁ ଏସି, ଡିପ୍‌ ଫ୍ରିଜର୍‌ ଓ ମାଂସ କାଟିବା ପାଇଁ ହତିଆର ଯୋଗାଇ ଦିଆଯାଇଛି। ଏହା କାର୍ଯ୍ୟକ୍ଷମ ହେଲେ ନାକାଗେଟ୍‌, ରେଣ୍ଟାଲ, ଷ୍ଟୁଡିଓ ଛକ ଓ ଘାଟିକିଆ ଅଞ୍ଚଳରେ ରାସ୍ତାକଡ଼ରେ ଚାଲିଥିବା ମାଂସ ବେପାର ବନ୍ଦ ହୋଇଯିବ ବୋଲି ଆଶା କରାଯାଉଥିଲା। ହେଲେ ସେପରି କିଛି ହେଲା ନାହିଁ। ବ୍ୟବସାୟୀମାନେ ଏହି ମାର୍କେଟରେ ଦୋକାନ ଘର ପାଇ ମଧ୍ୟ ପୂର୍ବପରି ରାସ୍ତାକଡ଼ରେ ମାଂସ କାଟି ବିକୁଛନ୍ତି।
ଭରତପୁରସ୍ଥିତ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ସମ୍ମୁଖରେ ଏହି ବ୍ୟବସାୟୀମାନେ ମଟନ ବେପାର ଜାରି ରଖିଛନ୍ତି। ବିଶେଷକରି ବୁଧବାର, ଶୁକ୍ରବାର ଓ ରବିବାର ସଂପୃକ୍ତ ରାସ୍ତାରେ ଗ୍ରାହକଙ୍କ ଭିଡ଼ ଜମୁଛି। ବ୍ୟବସାୟୀମାନେ ମାଂସ ମାର୍କେଟରେ ଖାସି ମାରିବା ପରେ ଏଠାକୁ ଆଣି କାଟି ବିକୁଛନ୍ତି। ତେଣୁ ଆଖପାଖ ଅଞ୍ଚଳର ଲୋକମାନେ ମାଂସ ମାର୍କେଟ ଯିବା ପରିବର୍ତ୍ତେ ପୂର୍ବପରି ରାସ୍ତାକଡ଼ରୁ ମାଂସ କିଣି ନେଉଛନ୍ତି। ସମାନ ଚିତ୍ର ମଧ୍ୟ ଘାଟିକିଆ ସିଇଟି କଲେଜ୍‌ ରୋଡ୍‌ରେ ଦେଖିବାକୁ ମିଳୁଛି। ଆମିଷ ବାରରେ ପୂର୍ବପରି ସେଠାରେ ଜମୁଛି ବେପାର। ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବା ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି। ସବୁଠାରୁ ଉଦ୍‌ବେଗଜନକ ପ୍ରସଙ୍ଗ ହେଉଛି, ଆମ୍ବୁଲାନ୍ସ ମଧ୍ୟ ଅନେକ ସମୟରେ ଫସି ରହୁଛି। ଏଥିସହ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ଫଳରେ ବିଏମ୍‌ସିର ଲକ୍ଷ୍ୟ ସାଧନ ହୋଇପାରୁ ନ ଥିବାବେଳେ ବିପୁଳ ଅର୍ଥ ପାଣିରେ ପଡୁଛି।
ଏ ସମ୍ପର୍କରେ ଆମିଷ ବ୍ୟବସାୟୀ ସେକ୍‌ ମୁଜିବୁର୍‌ ରେହମାନ କୁହନ୍ତି, ଘାଟିକିଆଠାରେ ଖୋଲାଯାଇଥିବା ମାଂସ ମାର୍କେଟ ସମ୍ପର୍କରେ ଅନେକ ଲୋକ ଜାଣିନାହାନ୍ତି। କେବଳ ଲୋକଙ୍କୁ ସୂଚନା ଦେବା ପାଇଁ ଆମେ କିଛିଦିନ ପୂର୍ବ ସ୍ଥାନରେ ବେପାର କରୁଛୁ। ନିୟମିତ ଆସୁଥିବା ଗ୍ରାହକମାନେ ମାଂସ ମାର୍କେଟ ବିଷୟରେ ଅବଗତ ହେବା ପରେ ଆମେ ଏଠାରେ ଆଉ ବ୍ୟବସାୟ କରିବୁ ନାହିଁ। ତେବେ ଲୋକ ଗହଳି ଯେପରି ବେଶି ନ ହେବ ତାହାକୁ ଆମେ ଦୃଷ୍ଟି ଦେଉଛୁ। ଅନ୍ୟଜଣେ ଆମିଷ ବ୍ୟବସାୟୀ ଆୟୁବୁ ଖାନ୍‌ଙ୍କ କହିବା ଅନୁସାରେ, ଆମେ ଦୋକାନ ଏଠାରେ ଲଗାଇଛୁ, କିନ୍ତୁ ସେପରି ବେପାର କରୁନାହୁଁ। ଗ୍ରାହକଙ୍କୁ ଆମିଷ ବଜାରକୁ ପଠାଉଛୁ। କେହି ଗ୍ରାହକ ଦୂରରୁ ଆସିଥିଲେ କିମ୍ବା ବ୍ୟସ୍ତ ଥିଲେ ସେମାନଙ୍କୁ ଫେରାଉନାହୁଁ। ତେବେ ଆଗକୁ ଏପରି ରାସ୍ତାକଡ଼ରେ ଆଉ ମଟନ୍‌ କାଟିବେ ନାହିଁ ବୋଲି ସେ କହିଛନ୍ତି।
ସୂଚନାଥାଉକି, ୨୦୧୮ ମସିହାରୁ ନିର୍ମିତ ଏହି ମାଂସ ବଜାର ବିଭିନ୍ନ ସମସ୍ୟା କାରଣରୁ ଖୋଲାଯାଇପାରି ନ ଥିଲା। ଆବଶ୍ୟକ ବ୍ୟବସ୍ଥା ସହ ୨୦୨୨ ଶେଷଆଡ଼କୁ ଏହି ବଜାର କାର୍ଯ୍ୟକ୍ଷମ ହୋଇଥିଲା। ତେବେ ଯେଉଁ ଉଦ୍ଦେଶ୍ୟ ନେଇ ଏହା କାର୍ଯ୍ୟକ୍ଷମ ହୋଇଥିଲା ତାହା ପୂରଣ ହୋଇ ନ ଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭିତରେ ପଶିଗଲା ବରଯାତ୍ରୀଙ୍କୁ ଧରି ଫେରୁଥିବା ଗାଡ଼ି

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ): ସଟର ଭାଙ୍ଗି ଦୋକାନ ଭିତରକୁ ପଶିଗଲା ସ୍କର୍ପିଓ। ଶୁକ୍ରବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲା ଧର୍ମଗଡଠାରେ ଦ୍ରୁତ ଗତିରେ ବରଯାତ୍ରୀଙ୍କୁ ଧରି...

୨୦ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ଆଜି ସରିବ ପ୍ରଚାର

ଭୁବନେଶ୍ୱର,୧୮।୫: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ସରିବ ପ୍ରଚାର। ଶେଷଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ...

ହୋଟେଲ ରୁମ୍‌ରେ ପୋଲିସ କନ୍‌ଷ୍ଟେବଲଙ୍କୁ ହତ୍ୟା

ବଲାଙ୍ଗୀର,୧୮।୫(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସହର ରେଲୱେ ଷ୍ଟେଶନ୍‌ ନିକଟ ଏକ ହୋଟେଲ ରୁମ୍‌ରୁ ଜଣେ ବ୍ୟକ୍ତିଙ୍କ ହାତମୁହଁ ବନ୍ଧା ମୃତଦେହ ପୋଲିସ ଉଦ୍ଧାର କରରଯାଇଛି।...

ସଫା ସଫା କହିଦେଲେ ଶାହା, ଏଥର ଆମେ ଓଡ଼ିଶାରେ ଏତିକି ଆସନ ଜିତିବୁ

ଭୁବନେଶ୍ୱର,୧୮।୫: ଓଡ଼ିଶାରେ ଭାଜପା ୧୫ ଲୋକ ସଭା ଆସନ ଏବଂ ୭୫ଟି ବିଧାନସଭା ଆସନ ଜିତିବ ଭାଜପା। ଶୁକ୍ରବାର ପୁଣିଥରେ ଓଡ଼ିଶା ଗସ୍ତରେ ଆସି ଦମ୍ଭୋକ୍ତି...

ଏମ୍‌ବିକେ, ଆଶାକର୍ମୀଙ୍କୁ ଧମକ ଦେଉଛନ୍ତି ଭାଜପା ନେତା

ଭୁବନେଶ୍ୱର, ୧୮।୫ (ବନ୍ଦନା ସେଠୀ): ସମ୍ବଲପୁରରେ ଭାଜପା ନେତା ମହିଳାଙ୍କୁ ଡରାଇବା, ଖରାପ ଭାଷାରେ ଗାଳିଗୁଲଜ କରିବା ଓ ଧମକଚମକ ଦେଉଥିବା ଅଭିଯୋଗ ନେଇ ସିଇଓଙ୍କୁ...

ଆଜି ଆସିବେ ସଚିନ ପାଇଲଟ

ଭୁବନେଶ୍ୱର, ୧୮।୫(ଅସମାପିକା ସାହୁ): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସମ୍ପାଦକ ସଚିନ ପାଇଲଟ ନିର୍ବାଚନୀ ପ୍ରଚାର ପାଇଁ ଶନିବାର ଓଡ଼ିଶା ଆସୁଛନ୍ତି। ବାଲେଶ୍ୱରର...

‘୬ଷ୍ଠ ଥର ନବୀନ ମୁଖ୍ୟମନ୍ତ୍ରୀ ହେଲେ ଜମିଜମା ସମସ୍ୟାର ସମାଧାନ କରାଯିବ’

ଜଟଣୀ,୧୮ା୫(ରବୀନ୍ଦ୍ରନାଥ ମହାକୁଡ଼): ଓଡ଼ିଶାରେ ୬ଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲେ ଜଟଣୀରେ ରହିଥିବା ଜମିଜମା ସମସ୍ୟାର ସମାଧାନ କରାଯିବ। ସମସ୍ତ ଏସ୍‌ଏଚ୍‌ଜି ମହିଳାଙ୍କୁ...

ପରିବହନକାରୀ ସଂସ୍ଥା କର୍ମଚାରୀଙ୍କଠାରୁ ୨୦ ଲକ୍ଷ ଜବତ

ବଡ଼ବିଲ,୧୮ା୫(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ଶୁକ୍ରବାର କିରିବୁ ଓ ସାଧୁସିଂ ହଟିଂ ଛକରେ ଯାନବାହନ ତନଖି ବେଳେ ୨୦ ଲକ୍ଷ ଟଙ୍କା ଜବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri