Posted inଜାତୀୟ

ଆଦାନୀ ପାଓ୍ବାର ସହ ଚୁକ୍ତି ରଦ୍ଦ କରିପାରେ ବାଂଲାଦେଶ

ନୂଆଦିଲ୍ଲୀ,୩ା୨:ଆଦାନୀ ପାଓ୍ବାର ଲିମିଟେଡ୍‌ ଅଧୀନ ଝାଡ଼ଖଣ୍ଡର ଏକ ଥର୍ମାଲ ପାଓ୍ବାର ପ୍ଲାଣ୍ଟରୁ ବିଦ୍ୟୁତ୍‌ କିଣିବା ପାଇଁ ସହ ସ୍ବାକ୍ଷରିତ ଏକ ଚୁକ୍ତିର ସମୀକ୍ଷା କରିବାକୁ ବାଂଲାଦେଶ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।
୨୦୧୭ ନଭେମ୍ବରରେ ବାଂଲାଦେଶ ପାଓ୍ବାର ଡେଭେଲପ୍‌ମେଣ୍ଟ ବୋର୍ଡ (ବିପିଡିପି) ଏବଂ ଆଦାନୀ ପାଓ୍ବାର ମଧ୍ୟରେ ଏକ ୨୫ ବର୍ଷିଆ ପାଓ୍ବାର ପର୍ଚେଜିଂ ଏଗ୍ରିମେଣ୍ଟ ହୋଇଥିଲା। ଢାକାରେ ସମ୍ପାଦିତ ଉକ୍ତ ଚୁକ୍ତି ଅନୁସାରେ ଆଦାନୀ ପାଓ୍ବାର ଝାଡ଼ଖଣ୍ଡର ଗୋଡ୍ଡା ପାଓ୍ବାର ପ୍ଲାଣ୍ଟରୁ ୧,୪୯୬ ମେଗାଓ୍ବାଟ୍ସ ବିଦ୍ୟୁତ୍‌ ଶକ୍ତି ବାଂଲାଦେଶକୁ ଯୋଗାଇ ଆସୁଛି। ବାଂଲାଦେଶୀ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଉକ୍ତ ଚୁକ୍ତିରେ କିଛି ପରିବର୍ତ୍ତନ ଅଣା ନ ଗଲେ ସେଠାକାର ପାଓ୍ବାର ଡିଭିଜନ୍‌ ଆଦାନୀ ପାଓ୍ବାରକୁ ୨୫ ବର୍ଷ ମଧ୍ୟରେ ୨୩.୮୭ ବିଲିୟନ୍‌ ଆମେରିକୀୟ ଡଲାର (ସ୍ଥାନୀୟ କରେନ୍ସି ୨୪୦,୦୦୦ କୋଟି ଟାକା) ପଇଠ କରିବା କଥା। ଏବେ ବାଂଲାଦେଶରେ ବିଦ୍ୟୁତ୍‌ ୟୁନିଟ୍‌ ପିଛା ୧୨ ଟାକାରେ ଉପଲବ୍ଧ ହେଉଛି। କିନ୍ତୁ ଆଦାନୀ ପାଓ୍ବାର ବାଂଲାଦେଶରୁ ବିଦ୍ୟୁତ୍‌ ୟୁନିଟ୍‌ ପିଛା ୨୦-୨୨ ଟାକା ଅସୁଲ କରୁଛି। ତେଣୁ ବିଦ୍ୟୁତ୍‌ ମୂଲ୍ୟରେ ହ୍ରାସ ନ କଲେ ଏହି ଚୁକ୍ତି ବଳବତ୍ତର ରହିବ ନାହିଁ ବୋଲି ବିପିଡିପି ଅଧିକାରୀମାନେ କହିଛନ୍ତି। ଇତିମଧ୍ୟରେ ବାଂଲାଦେଶ ପାଓ୍ବାର ସେକ୍ଟରର ବିକାଶ ଦାୟିତ୍ୱରେ ଥିବା ବିପିଡିବି ଏହି ଚୁକ୍ତିର ସମୀକ୍ଷା ପାଇଁ ଆଦାନୀ ପାଓ୍ବାରକୁ ଏକ ପତ୍ର ଲେଖିଛି। ବାଂଲାଦେଶ ଶକ୍ତି ମନ୍ତ୍ରୀ ନସରୁଲ୍‌ ହମିଦ ଜାନୁୟାରୀ ପ୍ରଥମ ସପ୍ତାହରେ ପାଓ୍ବାର ପ୍ଲାଣ୍ଟ ପରିଦର୍ଶନ କରିବା ପରେ ଏହି ପ୍ରସଙ୍ଗରେ ଢାକାର ଆଭିମୁଖ୍ୟ ନେଇ ଆଦାନୀ ପାଓ୍ବାରକୁ ଜଣାଇଥିଲେ। ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଅରିନ୍ଦମ ବାଗ୍‌ଚୀଙ୍କୁ ଖବରଦାତାମାନେ ଏନେଇ ପ୍ରଶ୍ନ କରିବାରୁ ସେ କହିଛନ୍ତି, ଏହା ଏକ ସାର୍ବଭୌମ ସରକାର ଏବଂ ଭାରତୀୟ କମ୍ପାନୀ ମଧ୍ୟରେ ହୋଇଥିବା ଚୁକ୍ତି। ସରକାର ଏଥିରେ ମୁଣ୍ଡ ଖେଳାଇବାକୁ ଆବଶ୍ୟକ ମନେକରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ...

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ...

ଭାଜପାରେ ଚାଲେ ଆରଏସ୍‌ଏସ୍‌ ମୁଖ୍ୟଙ୍କ ସମ୍ଭିଧାନ:ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ଏକ୍ସାଇଜ ପଲିସି ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ତିହାର ଜେଲରେ ବନ୍ଦୀ ହେବା ପରେ ମୁକ୍ତ ହୋଇଥିବା ଆମ ଆଦମୀ ପାର୍ଟି...

ରାଜଧାନୀରେ ବଦଳିବେ ନାହିଁ ପ୍ରାର୍ଥୀ, ଲଭଲିଙ୍କ ଇସ୍ତଫା ପରେ କଂଗ୍ରେସ ଦୁଇଭାଗ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅରବିନ୍ଦର ସିଂ ଲଭଲିଙ୍କ ଇସ୍ତଫା ପରେ ଦଳରେ ଆତଙ୍କ ଖେଳିଯାଇଛି। କୁହାଯାଉଛି ଯେ ଦିଲ୍ଲୀର ଆମ ଆଦମୀ ପାର୍ଟି...

ସ୍ବାଧୀନତା ପରଦିନ ରାମ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଯିବାର ଥିଲା: ମୋଦି

ବେଙ୍ଗାଲୁରୁ,୨୮।୪: ଉତ୍ତର କର୍ନାଟକରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଏବଂ ଇଣ୍ଡିଆ ଆଲାଇନ୍ସକୁ କଡ଼ା...

ଆମେ ୨ ପ୍ରଧାନମନ୍ତ୍ରୀ କରୁ କି ୪ ଆମର ଇଚ୍ଛା, ହେଲେ ତାନାଶାହାଙ୍କୁ ଆସିବାକୁ ଦେବୁ ନାହିଁ: ସଞ୍ଜୟ ରାଉତ

ପୁଣେ,୨୮।୪: ଦେଶରେ ଲୋକ ସଭା ନିର୍ବାଚନକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଛି। ୭ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନର ୨ ପର୍ଯ୍ୟାୟ ଶେଷ...

ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବିଙ୍କ ସହ ଚକି ପେଷୁଛନ୍ତି ରାଜଶ୍ରୀ

ପାଟନା,୨୮।୪: ବିହାରରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଦଳ ଏବଂ ବିରୋଧୀ ଦଳର ନେତାମାନେ ନିର୍ବାଚନ ବୈଠକ କରି ସେମାନଙ୍କ ସପକ୍ଷରେ ସର୍ବସାଧାରଣ ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri