ସାର୍ବଜନୀନ ହେଲାନି ତଦନ୍ତ ରିପୋର୍ଟ

ଖୋର୍ଦ୍ଧା ଅଫିସ,୧।୨: ଖୋର୍ଦ୍ଧା ବନଖଣ୍ଡରେ ଅସୁରକ୍ଷିତ ଗଜରାଜ। ଚନ୍ଦକା ଅଞ୍ଚଳରୁ ଖସି ଆସିଥିବା ଏକ ହାତୀପଲ ଖୋର୍ଦ୍ଧା ଓ ଟାଙ୍ଗୀ ବନାଞ୍ଚଳରେ ରହୁଛନ୍ତି। ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ବେଷଣରେ ହାତୀପଲ ଗ୍ରାମରେ ପ୍ରବେଶ କରି ଫସଲ ଖାଇବା ସହ ନଷ୍ଟ କରୁଛନ୍ତି। କୌଣସି ସ୍ଥାନରେ ହାତୀ ଉପଦ୍ରବ କିମ୍ବା ହାତୀ ଅସୁସ୍ଥ ହେଲେ ବନ ବିଭାଗର ଚେତା ପଶିଥାଏ। ବାରମ୍ବାର ହାତୀ ଓ ମଣିଷ ଲଢ଼େଇ ଜାରି ରହିଥିବା ବେଳେ ଏହାର ସ୍ଥାୟୀ ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ୨୦୨୧ ଡିସେମ୍ବର ୨୫ ରାତିରେ ଟାଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ଭୂଷଣ୍ଡପୁର ନିକଟ ରେଳ ଲାଇନ ଦେଇ ଏକ ହାତୀପଲ ଅତିକ୍ରମ କରୁଥିଲେ। ଏହି ସମୟରେ ଆସୁଥିବା ମାଲବାହୀ ଟ୍ରେନ ଧକ୍କାରେ ଦୁଇଟି ହାତୀ ଗୁରୁତର ଆହତ ହୋଇଥିଲେ। ଏହା ପରଦିନ ଉଭୟ ହାତୀଙ୍କ ମୃତଦେହ ରେଳ ଲାଇନ ନିକଟ ରାସ୍ତାକଡ଼ରୁ ବନ ବିଭାଗ ଜବତ କରିଥିଲା। ତେବେ ଟ୍ରେନ୍‌ ଧକ୍କାରେ ୨ ହାତୀଙ୍କ ମୃତ୍ୟୁ ପରେ ବନ ବିଭାଗ ଏବଂ ପୂର୍ବତଟ ରେଲଓ୍ବେ ଆରୋପ ପ୍ରତ୍ୟାରୋପରେ ନିଜ ଉପରୁ ଦୋଷ ଖସାଇଦେଲେ। ଏନେଇ ପରିବେଶବିତ୍‌ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ପରେ ପିସିସିଏଫ୍‌ ଏବଂ ରେଳ ବିଭାଗ ସହ ଏକ ବୈଠକ ବସିଥିଲା। ୨ଜଣ ଏସିଏଫ୍‌ ଏବଂ ରେଳ ବିଭାଗର କେତେଜଣ ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ପରବର୍ତ୍ତୀ ସମୟରେ ପୂର୍ବତଟ ରେଲଓ୍ବେ ଏବଂ ଜଙ୍ଗଲ ବିଭାଗ ଉଚ୍ଚପଦସ୍ଥ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରି କିଭଳି ପରିସ୍ଥିତିରେ ଏହି ଘଟଣା ଘଟିଲା, ତାହାର ତଦନ୍ତ କରିଥିଲେ। ତେବେ ତଦନ୍ତ ରିପୋର୍ଟକୁ ସାର୍ବଜନୀନ ନ କରାଯାଇ ଚାପିଦେଲେ। ଅନ୍ୟପଟେ ଜଙ୍ଗଲ ରାସ୍ତା ଦେଇ ଯାଉଥିବା ରେଳଲାଇନରେ ସୌରଚାଳିତ ଝଟକା (ଇଲେକ୍ଟ୍ରି ସୌର କରେଣ୍ଟ), ରାଡାର ସ୍ଥାପନ ସହ ଆଗୁଆ ସୂଚନା, ହାତୀଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ଅଧିକାରୀମାନେ ଯୋଜନା ପ୍ରସ୍ତୁତ କରିଥିଲେ। ଏହି ଘଟଣାକୁ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଉଭୟ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ କାର୍ଯ୍ୟକାରୀ ହେଲା ନାହିଁ। ତୁରନ୍ତ ଏଥିପ୍ରତି ଉଭୟ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

 

ଜଙ୍ଗଲ ରାସ୍ତାରେ ହାତୀ ଚଳପ୍ରଚଳ କରିବା ସ୍ବାଭାବିକ କଥା। ଯେପରି ହାତୀଙ୍କ ଚଳପ୍ରଚଳରେ କୌଣସି ବାଧା ନ ଉପୁଜିବ, ସେଥିପାଇଁ ଟ୍ରେନ୍‌ ଲାଇନ ଯାଇଥିବା ଅଞ୍ଚଳରେ ଅଣ୍ଡରପାସ କିମ୍ବା ଫ୍ଲାଏଓଭର ନିର୍ମାଣ କରାଯାଉ। ଅନେକ ସମୟରେ ଜଙ୍ଗଲରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁବରଣ କରୁଥିବା ନଜିର ରହିଛି। ତେଣୁ ବନ, ରେଳ ଏବଂ ବିଦ୍ୟୁତ୍‌ ବିଭାଗ ମଧ୍ୟରେ ଉତ୍ତମ ବୁଝାମଣା ଏବଂ ସମନ୍ବୟ ରହିବା ଆବଶ୍ୟକ। ହାତୀଙ୍କ ଗତିବିଧି ଉପରେ ତୀକ୍ଷ୍‌ଣ ନଜର ରଖିବା ସହ ପରୀକ୍ଷାମୂଳକ ଭାବେ ହାଇ ଟେକ୍ନୋଲୋଜି ସେନ୍‌ସର ବ୍ୟବସ୍ଥା କରାଗଲେ ଅଘଟଣକୁ ଏଡ଼ାଯାଇପାରିବ।
– ଜୟକୃଷ୍ଣ ପାଣିଗ୍ରାହୀ, ପରିବେଶବିତ୍‌
୨୦୧୨ ମସିହାରେ ଗଞ୍ଜାମ ଜିଲା ରମ୍ଭା ନିକଟରେ ଟ୍ରେନ୍‌ ଧକ୍କାରେ ଏକକାଳୀନ ୫ ହାତୀଙ୍କ ମୃତ୍ୟୁ ଘଟିଥିଲା। ଘଟଣାକୁ ନେଇ ବନ ବିଭାଗ ଏବଂ ରେଲଓ୍ବେ ବିଭାଗ ପରସ୍ପର ମଧ୍ୟରେ ଆରୋପ ପ୍ରତ୍ୟାରୋପ କରିଥିଲେ। ଯାଞ୍ଚ କମିଟି ଗଠନ କରାଯାଇ ତଦନ୍ତ ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ହାତୀ-ମଣିଷ ଲଢ଼େଇରେ ଉଭୟଙ୍କ ଜୀବନ ଯାଉଛି। ବନ ବିଭାଗ କେବଳ ନୀରବଦ୍ରଷ୍ଟା ସାଜିଛି।
– ଶ୍ରୀରଞ୍ଜନ ମଙ୍ଗରାଜ, ଭାଜପା କୃଷକ ନେତା
ହାତୀଙ୍କ ମୃତ୍ୟୁ ଉପରେ ସରକାର ଗୁରୁତ୍ୱ ଦେବା ଜରୁରୀ ହୋଇପଡ଼ିଛି। ଏକ ବିଶେଷଜ୍ଞ ଟିମ୍‌ ଗଠନ କରାଯାଇ ଏହା ଉପରେ ଅଧିକ ତର୍ଜମା ହେବା ଆବଶ୍ୟକ। ଜଙ୍ଗଲ ଦେଇ ଯାଇଥିବା ରେଳଧାରଣାରେ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ବନ ଏବଂ ରେଳ ବିଭାଗର ଦାୟିତ୍ୱ। ପରସ୍ପର ମଧ୍ୟରେ ସମନ୍ବୟ ରହିବା ଜରୁରୀ।
– ଧନେଶ୍ୱର ବିଧାର, ପରିବେଶପ୍ରେମୀ
ଟାଙ୍ଗୀ ବନାଞ୍ଚଳରେ ୧୮ ଟିକିଆ ହାତୀପଲ ରହିଛନ୍ତି। ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମାଞ୍ଚଳରେ ଗଜମିତ୍ରଙ୍କୁ ନିୟୋଜିତ କରାଯାଇଛି। ହାତୀ ଗଁାମୁହଁା ହେଲେ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସୂଚନା ଦିଆଯାଉଛି। ହାତୀ ଚଲାପଥରେ ଗଜରାଜ ଯୋଜନାରେ ସୌରଚାଳିତ ଲାଇଟ୍‌ ଲଗାଯାଇଛି। ଭୂଷଣ୍ଡପୁର ରେଳଲାଇନ ଦକ୍ଷିଣପଟ ଗେଟ ରାସ୍ତାରେ ସୌରଚାଳିତ ଝଟକା ନିର୍ମାଣ କାର୍ଯ୍ୟ ଜାରି ରହିଛି।
– ଦେବାଶିଷ ଭୋଇ, ଟାଙ୍ଗୀ ବନ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri