ସହରର ଆଉ ୩୩ ସ୍ଥାନର ରୂପ ବଦଳିବ

ଭୁବନେଶ୍ୱର,୧।୨ (ବ୍ୟୁରୋ): ବିଶ୍ୱକପ୍‌ ହକି ପାଇଁ ନବବଧୂ ପରି ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର। ସହରର ସ୍ବଚ୍ଛତା ସହିତ ସୌନ୍ଦର୍ଯ୍ୟକରଣ ଉପରେ ବିଏମ୍‌ସି ବିଶେଷ ଭାବେ ଗୁରୁତ୍ୱାରୋପ କରିଥିଲା। ସହରର କାନ୍ଥବାଡ଼ ସହିତ ଓଭରବ୍ରିଜ୍‌, ରାସ୍ତାଘାଟ, ମୁଖ୍ୟ ଛକ ଆଦି ବିଭିନ୍ନ ସ୍ଥାନ ନୂଆ ରୂପ ପାଇଥିଲା। ତେବେ ହକି ପୂର୍ବରୁ ଯେଉଁ ଅନୁପାତରେ କାମ ହେବାକୁ ନିର୍ଦ୍ଧାରଣ କରାଯାଇଥିଲା ତାହା ହୋଇପାରି ନ ଥିଲା। ଅପରପକ୍ଷେ ସହରକୁ ହକି ପ୍ରଶଂସକଙ୍କ ଆଗମନ କାରଣରୁ ଆଉ କାମ କରିବା ମଧ୍ୟ ସମ୍ଭବ ହୋଇ ନ ଥିଲା। ତେବେ ବନ୍ଦ ରହିଥିବା ସୌନ୍ଦର୍ଯ୍ୟକରଣ କାମ ଆଉଥରେ ସୋମବାରଠାରୁ ଆରମ୍ଭ ହୋଇଛି। ସେହିପରି ହକି ସରିବା ପରେ ମଧ୍ୟ ସହରର ସୌନ୍ଦର୍ଯ୍ୟକରଣ, ସବୁଜିମା, ସ୍ବଚ୍ଛତା କିଭଳି ବଳବତ୍ତର ରହିବ ସେଥିପାଇଁ ଏବେ ପଦକ୍ଷେପ ନିଆଯାଉଛି। ଏନେଇ ବିଏମ୍‌ସିର ବିଭିନ୍ନ ଅଧିକାରୀଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଛି। ବର୍ତ୍ତମାନ ସହରର ୨୭ଟି ସ୍ଥାନରେ ପ୍ଲେସ୍‌ମେକିଂ କରାଯାଇଥିବାବେଳେ ତାହାକୁ ୬୦କୁ ବୃଦ୍ଧି କରାଯାଇଛି। ଖୁବ୍‌ଶୀଘ୍ର ଚିହ୍ନଟ ହୋଇଥିବା ବାକି ୩୩ଟି ସ୍ଥାନର ରୂପରେଖ ବଦଳିବ। ସେହିପରି ସୌନ୍ଦର୍ଯ୍ୟକରଣ କରାଯାଇଥିବା ସ୍ଥାନଗୁଡିକ ଯେପରି ଖୋଳାଖୋଳି ନ ହୁଏ, ରାସ୍ତାରେ ଶୁଖିଲା ଡାଳ ନ ପଡେ, ଗଛରେ ନିୟମିତ ପାଣି ଦେବା, ଚ୍ରିତ୍ରରୁ ରଙ୍ଗ ଛାଡିଲେ ତାହା କରିବା ଭଳି ଅନ୍ୟାନ୍ୟ ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ପୃକ୍ତ ଅଧିକାରୀଙ୍କ ଦାୟିତ୍ୱରେ ରହିବ। ଏହାଦ୍ୱାରା ରାଜଧାନୀ ଭୁବନେଶ୍ୱରର ସ୍ବଚ୍ଛତା ଏବଂ ସୁନ୍ଦରତା ସର୍ବଦା ବଜାୟ ରହିପାରିବ। ହକି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସହରର ରୂପରେଖ ବଦଳାଯାଇଥିବାରୁ ଏବେ ବିଏମ୍‌ସିକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି। ଅପରପକ୍ଷେ ଆଗକୁ ସ୍ବଚ୍ଛ ସର୍ବେକ୍ଷଣ ଥିବାରୁ ବିଏମ୍‌ସି ସ୍ବଚ୍ଛତା ଓ ସୌନ୍ଦର୍ଯ୍ୟକରଣକୁ ଆହୁରି ବଢ଼ାଇବାକୁ ସୁଯୋଗ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri