Posted inଖେଳ

ପାଣ୍ଡିଆନ୍‌ଙ୍କୁ ଏଫ୍‌ଆଇଏଚ୍‌ ପୁରସ୍କାର

ଭୁବନେଶ୍ୱର, ୩୦ା୧ : ହକି ପାଇଁ ଉଲ୍ଲେଖନୀୟ ଅବଦାନ ଲାଗି ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ସଭାପତି ତାୟାବ ଇକ୍ରାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍‌ଙ୍କୁ ‘ଏଫ୍‌ଆଇଏଚ୍‌ ପ୍ରେସିଡେନ୍ସ ପୁରସ୍କାର’ରେ ସମ୍ମାନିତ କରିଛନ୍ତି। ଏହି ଅବସରରେ ଇକ୍ରାମ କହିଛନ୍ତି, ଗତ ଦୁଇ ସପ୍ତାହରେ ଓଡ଼ିଶାରେ ଆମେ ଯାହା ଦେଖିଛୁ ବାସ୍ତବିକ ଅଭୁତପୂର୍ବ। ଅତ୍ୟାଧୁନିକ ସୁବିଧା ନୁହେଁ, ହକି ପାଇଁ ଓଡ଼ିଶାବାସୀଙ୍କ ଇତ୍ସାହ ଉଦ୍ଦୀପନା ଆମକୁ ଅଭୀଭୂତ କରିଛି। କେବଳ ଭାରତୀୟ ଦଳ ନୁହେଁ, ଅନ୍ୟ ଦଳଗୁଡ଼ିକ ପ୍ରତି ସେମାନଙ୍କର ଭଲପାଇବା ରହିଛି। ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ୍‌ର ସଫଳ ଆୟୋଜନ ପଛରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିଆନ୍‌ଙ୍କ ପ୍ରମୁଖ ଭୂମିକା ରହିଛି।

ଓଡ଼ିଶା ରାଜ୍ୟ ପ୍ରତି କୃତଜ୍ଞତା ଜ୍ଞାପନ କରିବାକୁ ଯାଇ ପାଣ୍ଡିଆନଙ୍କୁ ଏଫ୍‌ଆଇଏଚ୍‌ ସଭାପତି ପୁରସ୍କାର ପ୍ରଦାନ କରି ନିଜକୁ ଧନ୍ୟ ମନେକରିଛନ୍ତି। ସମ୍ମାନ୍‌ଜନକ ପୁରସ୍କାର ପାଇବା ପରେ ପାଣ୍ଡିଆନ କହିଥିଲେ, ଏଫ୍‌ଆଇଏଚ୍‌ ସଭାପତି ପୁରସ୍କାର ଗ୍ରହଣ କରି ମୁଁ ନିଜକୁ ଗୌରବାନ୍ବିତ ମନେକରୁଛି। ବିଶ୍ୱକପ୍‌ର ସଫଳ ଆୟୋଜନ ପଛରେ ଟିମ୍‌ ଓଡ଼ିଶାର ବଡ଼ ଭୂମିକା ରହିଛି। ସେ କେବଳ ଏହାର ପ୍ରତିନିଧି ଭାବେ ଏହି ପୁରସ୍କାର ଗ୍ରହଣ କରିଛନ୍ତି ମାତ୍ର। ଆମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ। ଏହି ପରିପ୍ରେକ୍ଷୀରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ କହିଥିଲେ, ଗତ ଦୁଇ ଦଶନ୍ଧି ହେଲା କ୍ରୀଡ଼ାରେ ବିଶେଷ ଭାବେ ହକି କ୍ଷେତ୍ରରେ ପାଣ୍ଡିଆନ୍‌ଙ୍କ ଅବଦାନ ସେ ଦେଖିଛନ୍ତି। କ୍ରୀଡ଼ାବିତ୍‌ମାନଙ୍କୁ କିପରି ଉପଯୁକ୍ତ ସୁବିଧା ସୁଯୋଗ ଦିଆଯାଇପାରିବ ସେଥିପ୍ରତି ସେ ବିଶେଷ ଧ୍ୟାନ ଦେଇଥାନ୍ତି। ସୂଚନାଯୋଗ୍ୟ, ହକି ପ୍ରତି ସିଧାସଳଖ ଅବା ପରୋକ୍ଷରେ ଉଲ୍ଲେଖନୀୟ ସେବା ପାଇଁ ଏଫ୍‌ଆଇଏଚ୍‌ ସଭାପତି ପୁରସ୍କାର ଦିଆଯାଇଥାଏ। ଏହା କୌଣସି ସଂଗଠନ, ଜାତୀୟ ଆସୋସିଏଶନ କିମ୍ବା ବ୍ୟକ୍ତିବିଶେଷଙ୍କୁ ଦିଆଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri