ୟୁନିସେକ୍ସ ଫ୍ୟାଶନ

ଏବେ ଜେଣ୍ଡର ନ୍ୟୁଟ୍ରାଲ ବା ୟୁନିସେକ୍ସ ଫ୍ୟାଶନ ପାଲଟିଛି ଲାଟେଷ୍ଟ ଟ୍ରେଣ୍ଡ। ଯଦ୍ଦ୍ବାରା ନା କେବଳ ନାରୀ ଓ ପୁରୁଷ ମଧ୍ୟରେ ଅସମାନତା ଏବଂ ଭେଦଭାବ ହ୍ରାସ ପାଉଛି ବରଂ ଏହା ଅପେକ୍ଷାକୃତ ଟ୍ରେଣ୍ଡି ଓ ଆଇକ୍ୟାଚି ଲୁକ୍‌ ବି ଦେଉଛି। ଯେଉଁଥିପାଇଁ ଯୁବପିଢ଼ିଙ୍କ ଦ୍ୱାରା ଏହା ବେଶ୍‌ ଆଦୃତ ହେଉଥିବା ଦେଖିବାକୁ ମିଳୁଛି…

ଦିନ ଥିଲା ପୁରୁଷ ଓ ନାରୀଙ୍କ ଫ୍ୟାଶନ ପରସ୍ପରଠୁ ଥିଲା ସମ୍ପୂର୍ଣ୍ଣ ଭିନ୍ନ। ପରିବର୍ତ୍ତିତ ସମୟ ସହ ଏଥିରେ କିଛିଟା ପରିବର୍ତ୍ତନ ହେଲା ଏବଂ ଧୀରେ ଧୀରେ ଉଭୟଙ୍କ ଫ୍ୟାଶନ୍‌ରେ ସାମଞ୍ଜସ୍ୟ ଦେଖିବାକୁ ମିଳିଲା। ହେଲେ ବର୍ତ୍ତମାନ ୟୁନିସେକ୍ସ ବା ଜେଣ୍ଡର ନ୍ୟୁଟ୍ରାଲ ଫ୍ୟାଶନ ଅଧିକାଂଶ ବିଶେଷକରି ଯୁବପିଢ଼ି ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି।
ହ୍ରାସ ପାଉଛି ଭେଦଭାବ: ସମୟ ସହିତ ବଦଳୁଛି ଫ୍ୟାଶନ୍‌ ଟ୍ରେଣ୍ଡ। ଆଉ ଏହି ଧାରାରେ ନାରୀ ଓ ପୁରୁଷଙ୍କ ଆଉଟ୍‌ଫିଟ୍‌କୁ ନେଇ ଥିବା ଗ୍ୟାପ୍‌ ଧୀରେ ଧୀରେ କମିବାରେ ଲାଗିଛି। ପୂର୍ବରୁ ଯେଉଁସବୁ କେବଳ ନାରୀ କିମ୍ବା କେବଳ ପୁରୁଷଙ୍କ ଲାଗି ଉଦ୍ଦିଷ୍ଟ ଥିଲା ଅବା ଏହାକୁ ପ୍ରସ୍ତୁତ କରିବା ଲାଗି ଯେଉଁ ସାମଗ୍ରୀ ବ୍ୟବହାର କରାଯାଉଥିଲା, ଉଭୟ ଫ୍ୟାଶନ ଉତ୍ପାଦରେ ବ୍ୟବହାର କରାଯାଉଛି। ଏବେ ଡିଜାଇନରମାନେ ସ୍ତ୍ରୀ-ପୁରୁଷ ଭିତରେ ଭେଦଭାବ ନ ରଖି କେଉଁ ଆଉଟ୍‌ଫିଟ୍‌ ବ୍ୟକ୍ତିତ୍ୱ ଏବଂ ସୌନ୍ଦର୍ଯ୍ୟ ଉଭୟକୁ ହାଇଲାଇଟ୍‌ କରିବ, ସେଥିପ୍ରତି ଅଧିକ ଗୁରୁତ୍ୱ ଦେଉଛନ୍ତି। ଶପିଂ ମଲ୍‌ଠୁ ଆରମ୍ଭ କରି ଅନେକ ଗାର୍ମେଣ୍ଟ ଶପ୍‌ରେ ଭଳିକି ଭଳି ଯୁନିସେକ୍ସ ଫ୍ୟାଶନର ଲାଟେଷ୍ଟ କଲେକ୍ସନ ସହଜରେ ଉପଲବ୍ଧ ହୋଇପାରୁଛି।
ଏକାପରି ପୋଷାକର ବଢୁଛି ଡିମାଣ୍ଡ: ବ୍ଲେଜର, ଟ୍ରାଉଜର, ଓଭରସାଇଜ୍‌ ଶଟର୍‌ସ, ଜିନ୍ସ, ଶାର୍ଟ ଆଦି ଯାହାକି ସାଧାରଣତଃ ମେନ୍‌ ଫ୍ୟାଶନରେ ପରିଗଣିତ ହେଉଥିଲା; ଏବେ ଓମେନ୍‌ ଓ୍ବାର୍ଡରୋବ୍‌ରେ ବି ସାମିଲ ହେଲାଣି। ଏହା ପ୍ରାୟତଃ ସବୁ ପ୍ରକାର ଫିଗରର ଝିଅଙ୍କୁ ଭଲ ଲାଗୁଛି। ଏମିତିକି ପୁରୁଷଙ୍କ ଧୋତି-କୁର୍ତ୍ତା ଭଳି ପାରମ୍ପରିକ ପରିଧାନ ନୂଆ ରୂପରେ ଧୋତିପ୍ୟାଣ୍ଟ ଏବଂ କୁର୍ତ୍ତୀ ଭାବେ ଝିଅମାନେ ବେଶ୍‌ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। ସେହିପରି ଓମେନ୍‌ ଫ୍ୟାଶନ ବି ମେନ୍‌ ଫ୍ୟାଶନରେ ଆଦୃତ ହେଉଥିବା ଦେଖିବାକୁ ମିଳୁଛି।

ଫେବ୍ରିକ୍‌, କଲର, ପ୍ରିଣ୍ଟ୍‌ରେ ବି ରହୁଛି ସମାନତା: ନିଅନ୍‌ ଅରେଞ୍ଜ, ପିଙ୍କ୍‌, ରେଡ୍‌, ପ୍ୟାରୋଟ୍‌ ଗ୍ରୀନ୍‌ ଭଳି ରଙ୍ଗ ସାଧାରଣତଃ ମହିଳାଙ୍କ ପରିଧାନ ଭାବେ ଗ୍ରହଣ କରାଯାଏ। ହେଲେ ବର୍ତ୍ତମାନ ଏଭଳି ରଙ୍ଗ ମେନ୍‌ ଫ୍ୟାଶନରେ ଲାଟେଷ୍ଟ ଟ୍ରେଣ୍ଡ ସାଜୁଥିବା ଦେଖିବାକୁ ମିଳୁଛି। ପ୍ରତ୍ୟେକ ଡ୍ରେସ୍‌ ଶପ୍‌ରେ ଏଭଳି ରଙ୍ଗର ପୋଷାକ ଖୁବ୍‌ ସହଜରେ ମିଳୁଛି ଏବଂ ଏହାର ଚାହିଦା ମଧ୍ୟ ବଢ଼ୁଥିବା ଦେଖିବାକୁ ମିଳୁଛି। ମେନ୍‌ଓ୍ବେର୍‌ରେ ବ୍ୟବହାର କରାଯାଉଥିବା ଷ୍ଟିଫ୍‌ କଟନ୍‌, ଲେନିନ୍‌ ଭଳି ଫେବ୍ରିକ୍‌ ବର୍ତ୍ତମାନ ଓମେନ୍‌ଓ୍ବେର୍‌ରେ ମଧ୍ୟ ବ୍ୟବହାର କରାଯାଉଛି। ସେହିପରି ସିଲ୍କ, ସାଟିନ୍‌ ଭଳି ବିଭିନ୍ନ ସାଇନିଂ ଏବଂ କଲରଫୁଲ୍‌ କ୍ଲଥ୍‌, ଯାହାକି ସାଧାରଣତଃ ଓମେନ୍‌ଓ୍ବେର୍‌ ଭାବେ ପରିଚିତ; ଏବେ ମେନ୍‌ଓ୍ବେର୍‌ରେ ବହୁଳ ଭାବେ ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ, ବର୍ତ୍ତମାନ ପୋଲ୍‌କା ଡଟ୍‌, ଫ୍ଲାଓ୍ବାର ଭଳି ପ୍ରିଣ୍ଟ ମଧ୍ୟ ମେନ୍‌ଓ୍ବେର୍‌ରେ ବ୍ୟବହାର ହେଉଛି।
ବଢ଼ୁଛି ଜେଣ୍ଡର-ନ୍ୟୁଟ୍ରାଲ ଫୁଟ୍‌ଓ୍ବେରର ଡିମାଣ୍ଡ: ଦିନ ଥିଲା, ପୁଅ-ଝିଅଙ୍କ ଚପଲ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଅଧିକାଂଶ ପୁଅ
ଫୁଲ୍‌ ଶୁ ପିନ୍ଧୁଥିବା ବେଳେ ଝିଅମାନେ ପିନ୍ଧୁଥିଲେ ଭଳିକି ଭଳି ଡିଜାଇନ୍‌ର ଫୁଟ୍‌ଓ୍ବେର୍‌। ବର୍ତ୍ତମାନ ୟୁନିସେକ୍ସ ଫ୍ୟାଶନ ଟ୍ରେଣ୍ଡ ଚାଲିଛି। ପୁଅମାନଙ୍କ ଭଳି ଶୁ’ ବର୍ତ୍ତମାନ ଝିଅମାନେ ଅଧିକ ବ୍ୟବହାର କରୁଥିବା ବେଳେ ଝିଅଙ୍କ ଭଳି ଷ୍ଟାଇଲିଶ୍‌ ଜୁତି ଏବଂ ଡିଜାଇନର ହାପ୍‌ ଶୁ’ ଏବଂ ଚପଲ ମେନ୍‌ଫ୍ୟାଶନରେ ବେଶ୍‌ ଆଦୃତ ହେଉଥିବା ଦେଖିବାକୁ ମିଳୁଛି।
ଆସେସରିଜ୍‌ ହେଲାଣି କମନ୍‌: ରିଷ୍ଟଓ୍ବାଚ୍‌, ନେକ୍‌ଲେସ୍‌, ଚେନ୍‌, ବ୍ରେସ୍‌ଲେଟ୍‌, ଇଅର ରିଂ ଏବଂ ଅନ୍ୟାନ୍ୟ ଆସେସରିଜ୍‌ ବି ଏବେ ୟୁନିସେକ୍ସ ଫ୍ୟାଶନ୍‌ ଟ୍ରେଣ୍ଡରେ ରାଜ୍‌ କରୁଛି। ବଡ଼ ବଡ଼ ଡାଏଲ୍‌ ଥିବା ସ୍ମାର୍ଟ ଓ୍ବାଚ୍‌ ହେଉ ଅବା ଚଉଡ଼ା ବ୍ୟାଣ୍ଡ କିମ୍ବା ମେଟାଲିକ୍‌ ଚେନ୍‌ ଥିବା ରିଷ୍ଟଓ୍ବାଚ୍‌କୁ ଉଭୟେ ଏକାପରି ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ, ବର୍ତ୍ତମାନ ସନ୍‌ଗ୍ଲାସ୍‌, ବ୍ୟାଗ୍‌ ଇତ୍ୟାଦି ମଧ୍ୟ ଏକାପରି ବ୍ୟବହାର କରୁଛନ୍ତି। ତେବେ ଏହି ୟୁନିସେକ୍ସ ଫ୍ୟାଶନ ଦୌଡ଼ରୁ ହେୟାର ଷ୍ଟାଇଲ, ଟାଟୁ, ପିୟସିଂ ଆଦି ପଛରେ ପଡ଼ିନି; ଯେଉଁଥିପାଇଁ ଛୋଟ ବଡ଼ ପ୍ରାୟ ଅଧିକାଂଶ ସହରରେ ୟୁନିସେକ୍ସ ପାର୍ଲର ବା ସେଲୁନ୍‌ ବଢ଼ି ବଢ଼ି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026 ପୂର୍ବରୁ CSKକୁ ବଡ଼ ଝଟକା!

ନୂଆଦିଲ୍ଲୀ,୩୦।୧୨:ଝାଡ଼ଖଣ୍ଡ ଏବଂ ପୁଡୁଚେରୀ ବିଜୟ ହଜାରେ ଟ୍ରଫି ୨୦୨୫-୨୫ର ଗ୍ରୁପ ପର୍ଯ୍ୟାୟରେ ସୋମବାର, ଡିସେମ୍ବର ୨୯, ୨୦୨୫ରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଝାଡ଼ଖଣ୍ଡ ୧୨୩ ରନର...

ରାସ୍ତାକଡ଼ରେ ଛିଡା ହୋଇଥିବା ୧୪ ଜଣଙ୍କ ଉପରେ ମାଡ଼ିଗଲା ମୃତ୍ୟୁର ବସ୍, ଭାଇରାଲ ହେଉଛି ଛାତିଥରା…

ନୂଆଦିଲ୍ଲୀ,୩୦।୧୨: ସୋମବାର ରାତିରେ ମୁମ୍ବାଇର ଭାଣ୍ଡୁପ ଅଞ୍ଚଳରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି, ଯାହା ସମଗ୍ର ସହରକୁ ସ୍ତବ୍ଧ କରିଦେଇଛି। ରାତି ପ୍ରାୟ ୯ଟା ୩୫...

୧୩ ଦିନ ହେବ କୁଆଡ଼େ ପଳାଇଛନ୍ତି ଓଁକାର: ଚିନ୍ତାରେ ପରିବାର

ନୂଆପଡ଼ା/କୋମନା,୩୦।୧୨(ମକାରୁ ବେମାଲ/ ମହେଶ ବାଗ):ନୂଆପଡା ଜିଲା କୋମନା ଥାନା ଜେଠୁପାଲି ଗାଁର ଓଁକାର ତାଣ୍ଡି (୨୩) ଗତ ବୁଧବାର ୧୭ ତାରିଖ ରାତି ୮ରୁ ନିଖୋଜ...

ଗୌତମ ଗମ୍ଭୀରଙ୍କର ହେବ ନାହିଁ କୌଣସି କ୍ଷତି, ସମର୍ଥନରେ ବାହାରିଲେ ବିସିସିଆଇ ଅଧିକାରୀ

ନୂଆଦିଲ୍ଲୀ,୩୦।୧୨: ଘରୋଇ ଟେଷ୍ଟ ସିରିଜରେ ବିପର୍ଯ୍ୟୟଜନକ ପରାଜୟ ପରେ, ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ରିପୋର୍ଟରେ ଏହା ମଧ୍ୟ...

ସରକାରଙ୍କ ନିକଟରେ ନେହୁରା ହେଲେ ନିରଞ୍ଜନ: ମାଗିଲେ ସହାୟତା

ଦାରିଙ୍ଗବାଡି, ୩୦।୧୨ (ଅରୁଣ ସାହୁ ): କିଛି କରିବାର ଇଚ୍ଛା ଅନେକ ହେଲେ ବାଧକ ସାଜିଛି ଅର୍ଥ। ଗୋପାଳନ, ଛେଳି ଲାଳନପାଳନ କରି ପରିବାର ପ୍ରତିପୋଷଣ...

କିଏ ଥିଲେ ଖାଲେଦା ଜିଆଙ୍କ ସ୍ବାମୀ ଜିଆ ଉର ରେହମାନ? ପାକିସ୍ତାନୀ ସେନା ବିରୋଧରେ ବିଦ୍ରୋହ, ପରେ ବିଏନପି ଗଠନ, ଶେଷରେ…

ଡାକା,୩୦।୧୨: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଦେହାନ୍ତ ହୋଇଛି। ସେ ଅନେକ ରୋଗ ସହିତ ଲଢୁଥିଲେ। ଉଲ୍ଲେଖନୀୟ ଯେ ତାଙ୍କ ମୃତ୍ୟୁର କିଛି ଦିନ...

ଖୁବ ଷ୍ଟାଇଲିସ ଥିଲେ ଖାଲେଦା ଜିଆ, ହାଲ୍‌କା ଶାଢିକୁ ବଡ଼ ବଡ଼ ସନ୍‌ଗ୍ଲାସ, ପୂରା ସାଉଥ ଏସିଆର ଚର୍ଚ୍ଚିତ ଷ୍ଟାଇଲ ଥିଲା…

ଢାକା,୩୦।୧୨: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଏବଂ ବିଏନପି ମୁଖ୍ୟ ଖାଲେଦା ଜିଆଙ୍କୁ ପ୍ରାୟତଃ ରାଜନୀତି, ସଂଘର୍ଷ ଏବଂ ଶକ୍ତିର ପ୍ରତୀକ ଭାବରେ ଦେଖାଯାଏ। ତଥାପି, ତାଙ୍କର...

ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୪ଟି ସ୍ଥାନରେ ଚଢାଉ

ଭୁବନେଶ୍ବର,୩୦।୧୨: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ  କରିଛି । ବେଆଇନ ସମ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri