ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି । ସମୁଦ୍ରରେ ସ୍ନାନ କରୁଥିବା ବେଳେ ରିପ୍ କରେଣ୍ଟରେ ବୁଡ଼ିଯାଇଥିଲେ ପାଞ୍ଚଜଣ ପର୍ଯ୍ୟଟକ। ତେବେ ସେଠାରେ ଉପସ୍ଥିତି ଥିବା ଲାଇଫ ଗାର୍ଡ ତୁରନ୍ତ ସମୁଦ୍ର ଭିତରକୁ ଯାଇ ପାଞ୍ଚଜଣ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।

ସମୁଦ୍ର କୂଳ ସେକ୍ଟର ୨ ଦିଗବାରେଣି ଠାରେ ଖୋର୍ଦ୍ଧା ମଞ୍ଚେଶ୍ବରର ବିଭୂ ଦାସ, ହାପି ଦାସ, ସୁଗ୍ୟାନ ଦାସ ଗାଧୋଉଥିବା ବେଳେ ବୁଡ଼ିଯାଇଥିଲେ‌। ସେହିପରି ସମୁଦ୍ର କୂଳ ସେକ୍ଟର ୧୦ ରେ କଟକର ବିରଞ୍ଚି ନାରାୟଣ ସ୍ବାଇଁ ଏବଂ ବସନ୍ତ କୁମାର ସାମଲ ଗାଧୋଉଥିବା ବେଳେ ବୁଡ଼ିଯାଇଥିଲେ‌। ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପରେ ଲାଇଫ ଗାର୍ଡ ମାନେ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ। ବାରମ୍ବାର ପୁରୀ ସମୁଦ୍ରରେ ଏଭଳି ଅଘଟଣ ଘଟୁଥିବା ବେଳେ ପ୍ରଶାସନର ଅବହେଳା ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ସଚେତନତା ଅଭାବକୁ ଦାୟୀ କରାଯାଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୩୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା, ଧର୍ମଶାଳାରେ ଇତିହାସ ରଚି…

ଧର୍ମଶାଳା,୧୩ା୬: ରୋହିତ ଶର୍ମା ଏବେ ଆନୁଷ୍ଠାନିକ ଭାବରେ ଭାରତୀୟ କ୍ରିକେଟ୍‌ ଦଳ ପାଇଁ ଓଡିଆଇ ଖେଳିଥିବା ସବୁଠାରୁ ବୟସ୍କ ଖେଳାଳି ହୋଇପାରିଛନ୍ତି। ସେ ମୋହିନ୍ଦର ଅମରନାଥଙ୍କ ୩୭…

‘ମୃତଦେହ’ର ଗୁପ୍ତାଙ୍ଗକୁ ନେଇ ବିବାଦୀୟ କଥା କହିବା ମେଡିକାଲ ଛାତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଲା

ମୁମ୍ବାଇ,୧୩।୬: ପ୍ରଣୀତ ମୋରେଙ୍କ ଶୋ’ରେ ଉପସ୍ଥିତି ସମୟରେ MBBS ଛାତ୍ରୀ ସେଜଲ ପାୱାରଙ୍କ ଦ୍ୱାରା କରାଯାଇଥିବା ଏକ ବ୍ୟଙ୍ଗ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଷ୍ଟାଣ୍ଡ-ଅପ କମେଡି…

ଆଖି ଆଗରେ ହୁତୁହୁତୁ ହୋଇ ଜଳିଗଲା ନଡିଆ ଗଛ: ଭାଇରାଲ ହେଉଛି ଭିଡିଓ…

ବଜ୍ରାଘାତରେ ହୁତୁହୁତୁ ହୋଇ ଜଳିଗଲା ନଡିଆ ଗଛ | ମୋହନା,୧୩।୬( ମନ୍ମଥ ମିଶ୍ର ): ବଜ୍ରାଘାତରେ ହୁତୁହୁତୁ ହୋଇ ଜଳିଗଲା ନଡିଆ ଗଛ । କିଛିଦିନ ହେବ…

୪ଟଙ୍କା କମିଲା ପେଟ୍ରୋଲ ଦର, ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ,୧୩।୬: ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲ ଦରରେ କ୍ରମାଗତ ପଞ୍ଚମ ଥର ପାଇଁ ହ୍ରାସ କରିଛନ୍ତି। ଇନ୍ଧନ ମୂଲ୍ୟ କମିବା ଦ୍ୱାରା ସାଧାରଣ ଜନତା ଉପକୃତ…

ଖୁସି ଖବର: ଖୁବ ଶୀଘ୍ର ଖୋଲିବ ହର୍ମୁଜ; ଇରାନ-ଆମେରିକା ଶାନ୍ତି ଚୁକ୍ତିରେ ଲାଗିଲା ମୋହର? ରିପୋର୍ଟରେ ନୂଆ ଦାବି

ତେହରାନ,୧୩।୬: ଭାରତ ସମେତ ସମଗ୍ର ବିଶ୍ୱ ପାଇଁ ଏକ ଖୁସି ଖବର। ହର୍ମୁଜ ପ୍ରଣାଳୀ ବନ୍ଦ ହେବା ଦ୍ୱାରା ଭାରତ ସମେତ ଅନେକ ଦେଶରେ ଅଶୋଧିତ ତୈଳ…

ବିଜେଡି ପରାଜୟର ଗୁମର ଖୋଲିଲେ ଦଳୀୟ ବିଧାୟକ ଗୌତମବୁଦ୍ଧ ଦାସ, କହିଲେ ଅଧିକ…

ଭୁବନେଶ୍ୱର,୧୩ା୬: ପୁଣି ଥରେ ବିଜେଡି ପରାଜୟର କଥା ଦୋହରାଇଛନ୍ତି ବିଜେଡିର ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ। ନିଜ ନିର୍ବାଚନ ମଣ୍ଡଳୀର ଏକ କାର୍ଯ୍ୟକ୍ରମରେ ବିଧାୟକ ବିଜେଡିର ପରାଜୟ…

ଅଧିନାୟକ ହେବା ପରେ, ମୁମ୍ବାଇର ୱର୍ଲିରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ନେଲେ ଶ୍ରେୟସ ଆୟର; ଭଡା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ,୧୩।୬: ଶ୍ରେୟସ ଆୟରଙ୍କୁ ସମ୍ପ୍ରତି ଭାରତୀୟ ଟି-୨୦ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନ, ସେ ମୁମ୍ବାଇର ହାଇକଷ୍ଟ ୱାର୍ଲି ଅଞ୍ଚଳରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଭଡା…

ମାତ୍ର ୧୦ ବର୍ଷ ବୟସରେ କମାଲ କଲେଣି ବୈଭବ ସୂର୍ଯ୍ୟବଂଶୀଙ୍କ ସାନ ଭାଇ

ପାଟନା,୧୩।୬: ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବ୍ୟାଟିଂରେ ଚହଳ ସୃଷ୍ଟି କରି ଟିମ ଇଣ୍ଡିଆରେ ସ୍ଥାନ ପାଇଥିଲେ ଏବଂ ଏବେ ତାଙ୍କ ସାନ ଭାଇ ସମାନ ପ୍ରଭାବ ପକାଇବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri