ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର ଖୋଲିବାରେ ଲାଗିଛି । କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଜଳକଳଙ୍ଗ ଗ୍ରାମର ସୁରେଶ୍ୱରୀ ସାଗରୀକାଙ୍କୁ ଖଣ୍ଡଗିରି ପୋଲିସ ସ୍ଥାନୀୟ ପୋଲିସ ସହାୟତାରେ ଗିରଫ କରିଥିଲା । ଗିରଫ ପରେ ଫାଉଣ୍ଡେସନ ଅଧକ୍ଷା ସୁରେଶ୍ୱରୀଙ୍କ ନାମରେ ନନ୍ଦିପଦା ଥାନାରେ ଆଉ ଏକ ଠକେଇ ମାମଲା ମଧ୍ୟ ରହିଥିବା ଜଣାପଡିଛି । କେସ ନଂ ୧୦୬/୨୦୨୫ରେ ମାମଲା ରୁଜୁ ହୋଇଛି ।

ମାମଲାରୁ ଜଣାଯାଇଛି ଯେ ସୁଲଣ ଗ୍ରାମର ସୁଶାନ୍ତ ରାଉତଙ୍କ ପତ୍ନୀକୁ ଚାକିରି ଦେବାକୁ କହି ଫାଉଣ୍ଡେସନ ଅଧକ୍ଷା ସୁରେଶ୍ୱରୀ ୧୫ ଲକ୍ଷ ଟଙ୍କା ଠକେଇ କରିଥିଲେ । ଏହି ମାମଲାରେ ତାଙ୍କ ନାମରେ ଚାର୍ଜସିଟ କୋର୍ଟରେ ଦାଖଲ ହୋଇଥିବା ନନ୍ଦିପଦା ପୋଲିସ କହିଛି । ମହିଳା ଅଭିଯୁକ୍ତ ସୁରେଶ୍ଵରୀ ଜୟଦୂର୍ଗା ଫାଉଣ୍ଡେସନ ନାମରେ ଏକ ସଂସ୍ଥା ଗଠନ କରି ସାମାଜିକ କର୍ମୀ ଭାବେ ଚର୍ଚ୍ଚାରେ ଥିଲେ । ସୂଚନା ଯୋଗ୍ୟ, ଚାକିରି ଦେବାକୁ କହି ସୁରେଶ୍ୱରୀ ୨୨ଲକ୍ଷ ଟଙ୍କା ଠକେଇ କରିଥିବା ଖଣ୍ଡଗିରି ଥାନାରେ ମାମଲା ନଂ ୪୬୫/୨୦୨୫ ରୁଜୁ ହୋଇଥିଲା । ଗିରଫରୁ ବର୍ତ୍ତିବା ପାଇଁ ସୁରେଶ୍ୱରୀ ପ୍ରଥମେ ୧୭ ଜୁଲାଇ ୨୦୨୫ ରେ ଓଡିଶା ହାଇକୋର୍ଟଙ୍କ ନିକଟରେ ଆଗୁଆ ଜାମିନ ଆବେଦନ କରିଥିଲେ ।

୧୦ ଡିସେମ୍ବର ୨୦୨୫ ରେ ହାଇକୋର୍ଟ ସୁରେଶ୍ୱରୀଙ୍କୁ ଜାମିନ ପାଇଁ ଭୁବନେଶ୍ୱର ଜେଏମଏଫସି -ଭି କୋର୍ଟରେ ସରେଣ୍ଡର କରିବାକୁ ନିର୍ଦେଶ ଦେଇଥିଲେ । କିନ୍ତୁ ୨୦ ଜାନୁୟାରୀ ୨୦୨୬ ରେ ସୁରେଶ୍ୱରୀ ହାଇକୋର୍ଟଙ୍କ ଠାରେ ଜାମିନ ସମ୍ପର୍କିତ ଆଉ ଏକ ଦରଖାସ୍ତ କରିଥିଲେ । ୨୯ ଜାନୁୟାରୀ ୨୦୨୬ ରେ ଶୁଣାଣି ହୋଇ ଦରଖାସ୍ତକୁ ହାଇକୋର୍ଟ ରିଜେକ୍ଟ କରିଦେଇଥିଲେ । ଜାମିନ ନିମନ୍ତେ ଦ୍ଵିତୀୟ ଥର ପାଇଁ ସୁରେଶ୍ୱରୀ ୩୦ ଜାନୁୟାରୀ ୨୦୨୬ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏବିଏଲଏପିଏଲ ନଂ ୧୬୬୪/୨୦୨୬ ଅଟେ । ଏହି ମାମଲାର ବର୍ତ୍ତମାନ ସୁଦ୍ଧା ଶୁଣାଣି ହୋଇନାହିଁ ।

ଉକ୍ତ ଠକେଇ ମାମଲାରୁ ଆଶ୍ବସ୍ତି ପାଇବା ପାଇଁ ସୁରେଶ୍ୱରୀ ଅନ୍ୟ ଏକ ମାମଲା ମଧ୍ୟ ହାଇକୋର୍ଟଙ୍କ ଠାରେ ଦାୟର କରିଥିଲେ । କିନ୍ତୁ ଗିରଫରୁ ବର୍ତ୍ତିବା ପାଇଁ କୌଣସି ଆଶ୍ବସ୍ତି ମିଳିନଥିଲା । ସିଆରଏଲଏମସି ନଂ ୫୪୧୨/୨୦୨୫ ଅଟେ । ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଗତ ୧୮ ଡିସେମ୍ବର ୨୦୨୫ ରେ ଅପର ପକ୍ଷଙ୍କୁ ନୋଟିସ ଜାରି ପାଇଁ ନିର୍ଦେଶ ଦେଇଥିଲେ । ଯାହାକି ଏବେ ବିଚାରଧୀନ ଅଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ବିଧାୟକଙ୍କୁ ମନ୍ଦିରରେ ପୂରାଇ ଦେଲେନି…ଆସିଲା ସାଂଘାତିକ ଅଭିଯୋଗ

ଲକ୍ଷ୍ନୌ,୨୦।୮: ଲକ୍ଷ୍ନୌରେ ଜଣେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଜାତିଭିତ୍ତିକ ଭେଦଭାବ ସହିତ ଜଡିତ ଏକ ଘଟଣା ସାମ୍ନାକୁ ଆସିଛି। ମାଲିହାବାଦର ଭାଜପା ବିଧାୟକ ଜୟ…

ଲୋକ ସଭା ଆସନକୁ ନେଇ ବଡ଼ ଗେମ୍‌ ଖେଳିବ କଂଗ୍ରେସ! ମୁଖ୍ୟମନ୍ତ୍ରୀ ବିଜୟଙ୍କ ପରି ଏକ ପ୍ରସ୍ତାବ ପାସ କରୁଛି

ନୂଆଦିଲ୍ଲୀ,୨୦।୮: କଂଗ୍ରେସ ବୁଧବାର ଦାବି କରିଥିଲା ଯେ ଆଗାମୀ ୨୫ ବର୍ଷ ପାଇଁ ୫୪୩ ଲୋକ ସଭା ଆସନର ବର୍ତ୍ତମାନର ସଂଖ୍ୟା ବଜାୟ ରଖାଯାଉ। ଦଳ ଏହା…

କୁଚିଣ୍ଡା-ଭୋଜପୁରରେ ମରଣଯନ୍ତା ସାଜିଛି ହମ୍ପସ: ପ୍ରତିଦିନ ଘଟୁଛି ଦୁର୍ଘଟଣା

ଜମନକିରା,୧୯ା୮(ରବୀନ୍ଦ୍ର ପ୍ରସାଦ ଦାନୀ):ଜାତୀୟ ରାଜପଥ ଉପରେ ହମ୍ପସ ବା ସ୍ପିଡ୍‌ ବ୍ରେକର ନିର୍ମାଣ ଉପରେ ସୁପ୍ରିମକୋର୍ଟ, ବିଭିନ୍ନ ହାଇକୋର୍ଟ ତଥା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ (ମୋଓରଟିଏଚ)ର…

ହେଲିକପ୍ଟର ଦୁର୍ଘଟଣା: ଗୁଇନ୍ଦା ସଂସ୍ଥା ମୁଖ୍ୟଙ୍କ ସମେତ ୭ ମୃତ, ମୃତକଙ୍କ ମଧ୍ୟରେ ୫ ଆମେରିକୀୟ ନାଗରିକ

ନାଇରୋବି,୨୦।୮: କେନ୍ଦ୍ରୀୟ କେନିଆରେ ବୁଧବାର ଏକ ସଫାରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହା ଫଳରେ ଏଥିରେ ଥିବା ସମସ୍ତ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ…

ସରିସରି ଯାଉଛି ପଞ୍ଜୀକରଣ ଅବଧି, ତୁଟୁନି ଚାଷୀଙ୍କ ସମସ୍ୟା: ଉପୁଜୁଛି ନୂଆ ନୂଆ ସମସ୍ୟା

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ):ସମୟ ଗଡ଼ି ଚାଲିଛି। ପଞ୍ଜୀକରଣ ଅବଧି ମଧ୍ୟ ସରିସରି ଯାଉଛି। ଏଭଳି ସ୍ଥିତିରେ ଧାନବିକ୍ରି ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ନୂଆଁ ନୂଆଁ ସମସ୍ୟାର ସମ୍ମୁଖୀନ ହେବାକୁ…

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri