Posted inଖେଳ

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ଶେଷ ଆଡ଼କୁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ଶିବମ ଦୁବେଙ୍କ ଉପଯୋଗୀ ପାଳି ସହାୟତାରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୫ ରନ୍ ସଂଗ୍ରହ କରିଛି।

ପ୍ରଥମ ଓଭରରେ ଅଭିଷେକ ଶର୍ମା (୦) ଆଉଟ୍ ହେବା ପରେ ଇଶାନ କିଷାନ ମାତ୍ର ୨୭ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ମୋଟ ୪୦ ବଲ୍‌ରୁ ୭୭ ରନ୍ (୧୦ ଚୌକା, ୩ ଛକା) କରି ସାଇମ୍ ଆୟୁବଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ।

ମଧ୍ୟକ୍ରମରେ ୱିକେଟ୍ ପତନ ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ (୩୨ ରନ୍, ୨୭ ବଲ୍) ଏବଂ ଶିବମ ଦୁବେ (୧୮ ରନ୍, ୧୨ ବଲ୍) ସ୍ଥିତି ସମ୍ଭାଳିଥିଲେ। ୧୮ତମ ଓଭରରେ ଅବରାର ଅହମ୍ମଦଙ୍କୁ ଗୋଟିଏ ଚୌକା ଓ ଗୋଟିଏ ଛକା ମାରି ଏହି ଯୋଡ଼ି ୧୪ ରନ୍ ଆଦାୟ କରିଥିଲେ।

୧୯ତମ ଓଭରରେ ଉସ୍ମାନ ତାରିକ୍ ମାତ୍ର ୫ ରନ୍ ଦେଇ ସୂର୍ଯ୍ୟକୁମାରଙ୍କ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ। ଶେଷ ଦୁଇଟି ବଲ୍‌ରେ ଶିବମ ଦୁବେ ଓ ଅକ୍ଷର ପଟେଲ ଆଉଟ୍ ହେବା ଫଳରେ ଭାରତ ୧୮୦ ରନ୍ ସୀମା ଅତିକ୍ରମ କରିପାରି ନଥିଲା।

ପାକିସ୍ତାନ ପକ୍ଷରୁ ସାଇମ୍ ଆୟୁବ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଶାହୀନ ଆଫ୍ରିଦିଙ୍କୁ ଭାରତୀୟ ବ୍ୟାଟରମାନେ ପ୍ରାରମ୍ଭିକ ଓଭରରେ ପ୍ରବଳ ପ୍ରହାର କରିଥିଲେ।

ଏହି ମ୍ୟାଚରେ ମଧ୍ୟ ଟସ୍ ସମୟରେ ଉଭୟ ଦଳର ଅଧିନାୟକ ପରସ୍ପର ସହ ହାତ ମିଳାଇ ନଥିଲେ, ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ବର୍ତ୍ତମାନ ପାକିସ୍ତାନକୁ ଜିତିବା ପାଇଁ ହେଲେ ଓଭର ପିଛା ୮.୮ ରନ୍ ହାରରେ ବ୍ୟାଟିଂ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡର ଷ୍ଟାର୍ ଅଲରାଉଣ୍ଡରଙ୍କ ପାଇଁ ନିୟମ ଭାଙ୍ଗିଲା ବିସିସିଆଇ! ଆଇପିଏଲ୍ ୨୦୨୭ ନିଲାମୀରେ ଏଣ୍ଟ୍ରି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୪।୧୧: ଆସନ୍ତା ଡିସେମ୍ବର ୧୬ ତାରିଖରେ ଗୋଆଠାରେ ଆଇପିଏଲ୍ ୨୦୨୭ ପାଇଁ ମିନି ନିଲାମୀ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ…

ମାତ୍ର ୧୪.୨ ଓଭରରେ ୨୫୦ ରନ୍‌ ଚେଜ କରି ଇତିହାସ ରଚିଲା ଭାରତ; ଭାଙ୍ଗିଲା ୨୩ ବର୍ଷ ପୁରୁଣା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୪।୧୧: ଦୋହାରେ ଖେଳାଯାଉଥିବା ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ ରେ ଇଣ୍ଡିଆ-ଏ ର ମୁକାବିଲା ୟୁଏଇ-ଏ (UAE-A) ସହିତ ହୋଇଥିଲା। ଏହି ମୁକାବିଲାରେ ୟୁଏଇ ପ୍ରଥମେ…

୨ଟି ମ୍ୟାଚ୍‌ର ପ୍ରତିଶୋଧ, ପ୍ଲାନ କରି କଲେ ୨୦୪ ରନ୍‌; ବୈଭବ ଖୋଲିଲେ ଗୁମର

ନୂଆଦିଲ୍ଲୀ,୨୪।୧୧: ଇଣ୍ଡିଆ-ଏ (India-A) ପାଇଁ ବୈଭବ ସୂର୍ଯ୍ୟବଂଶୀ ୨୦୪ ରନ୍‌ର ବିସ୍ଫୋରକ ପାଳି ଖେଳିଛନ୍ତି। ମଙ୍ଗଳବାର (୨୪ ନଭେମ୍ୱର) ୨୦୨୬ ରାଇଜିଂ ଷ୍ଟାର ଏସିଆ କପ୍‌ରେ ଇଣ୍ଡିଆ-ଏ…

ୟୁପି ରାଜନୀତିରେ ହଲଚଲ: ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ବଡ଼ ବୟାନ ଦେଲା ଭାଜପା

ନୂଆଦିଲ୍ଲୀ,୨୪।୧୧: ୟୁପି ବିଧାନସଭା ନିର୍ୱାଚନ ୨୦୨୭: ‘କୌଣସି ବ୍ୟକ୍ତି ନୁହେଁ, ପଦ୍ମ ଫୁଲ ହେବ ମୁଖ୍ୟମନ୍ତ୍ରୀ ଚେହେରା’; ବଡ଼ ବୟାନ ଦେଲେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ର୍ମୌଯ୍ୟ…

୨୮ ଛକା, ୨୦୪ ରନ୍‌ର ଝଡ଼; UAEକୁ ଧୂଳି ଚଟାଇଲେ ବୈଭବ: ସେମିଫାଇନାଲରେ ଭାରତ କଲା ଏଣ୍ଟ୍ରି

ନୂଆଦିଲ୍ଲୀ, ୨୪।୧୧: ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍‌ରେ ରନର ଝଡ଼। ମାତ୍ର ୫୩ଟି ବଲରେ ୭ଟି ଚୌକା ଓ ୨୮ଟି ଛକା ସହାୟତାରେ ୨୦୪ ରନର ଧୂଆଁଧାର ଇନିଂସ…

କ୍ରିକେଟ ଜଗତରେ ଚହଳ ପକାଇଲେ ବୈଭବ: ମାତ୍ର ଏତିକି ବଲରେ ଦ୍ୱିଶତକ ହାସଲ କରି କଲେ ବିଶ୍ୱ ରେକର୍ଡ, ସମସ୍ତେ ଚକିତ

ନୂଆଦିଲ୍ଲୀ, ୨୪।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ଶେଷରେ ଫର୍ମକୁ ଫେରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। UAE ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଲିଷ୍ଟ-A କ୍ରିକେଟରେ ଦ୍ରୁତତମ ଦ୍ୱିଶତକ…

ଛକା ପରେ ଛକା ବର୍ଷା କଲେ ବୈଭବ, ମାତ୍ର ୧୬ ରନ୍‌ରେ କଲେ ଏତେ ରନ୍‌…ସବୁ ଖେଳାଳି ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ, ୨୪।୧୧: ଏସିଆ କପ୍‌ ରାଇଜିଂ ଷ୍ଟାର୍ସ ୨୦୨୬ରେ ଏପର୍ଯ୍ୟନ୍ତ ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ବଡ଼ ଇନିଂସ ଦେଖିବାକୁ ମିଳିନଥିଲା। ନେପାଳ ଓ ପାକିସ୍ତାନ ବିପକ୍ଷରେ ସେ…

ଟି-୨୦ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କାହା ନାଁରେ? ଟପ୍‌ ୧୦ରେ ଜଣେ ଭାରତୀୟ ଖେଳାଳି, ଶୀର୍ଷରେ ଅଛନ୍ତି ଏହି କ୍ରିକେଟର

ନୂଆଦିଲ୍ଲୀ, ୨୪।୧୧: ଭାରତର ଷ୍ଟାର୍‌ ବ୍ୟାଟର୍‌ ପ୍ରିୟାଂଶ ଆର୍ଯ୍ୟ ଟି-୨୦ କ୍ରିକେଟରେ ନୂଆ ଇତିହାସ ରଚିଛନ୍ତି। ଟି-୨୦ ଫର୍ମାଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିବା ଭାରତୀୟ ଖେଳାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?