Posted inଖେଳ

ଟି-୨୦ ବିଶ୍ଵକପ୍ ପୂର୍ବରୁ ପାକିସ୍ତାନକୁ ନିର୍ଧୂମ ଛେଚିଲା ଭାରତ; ୮ ୱିକେଟରେ ଜିତିଲା ମହିଳା ଦଳ

ବ୍ୟାଙ୍କକ୍,୧୫।୨: କଲମ୍ବୋରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ହାଇଭୋଲଟେଜ୍ ପୁରୁଷ ଟି-୨୦ ବିଶ୍ଵକପ୍ ମ୍ୟାଚ୍ ପୂର୍ବରୁ, ବ୍ୟାଙ୍କକରେ ଭାରତୀୟ ମହିଳା ‘ଏ’ ଦଳ ପାକିସ୍ତାନକୁ ମାତ୍ ଦେଇଛି। ‘ମହିଳା ଏସିଆ କପ୍ ରାଇଜିଂ ଷ୍ଟାର୍ସ’ର ଏକ ଗୁୁରୁତ୍ଵପୂର୍ଣ୍ଣ ମୁକାବିଲାରେ ଭାରତୀୟ ମହିଳା ଦଳ ପାକିସ୍ତାନକୁ ୮ ୱିକେଟରେ ପରାସ୍ତ କରି ନିଜର ବିଜୟ ଅଭିଯାନ ଆରମ୍ଭ କରିଛି।

ୟୁଏଇ (UAE) ନିକଟରୁ ପ୍ରଥମ ମ୍ୟାଚରେ ପରାଜୟ ପରେ ଚାପରେ ଥିବା ଭାରତୀୟ ଦଳ ଏହି ମ୍ୟାଚରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି। ପ୍ରଥମେ ବୋଲିଂ ଏବଂ ପରେ ଦମଦାର ବ୍ୟାଟିଂ ବଳରେ ଭାରତ ଏହି ଏକପାଖିଆ ବିଜୟ ହାସଲ କରିଛି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ପାକିସ୍ତାନ ଦଳ ଭାରତୀୟ ବୋଲରଙ୍କ ସାମ୍ନାରେ ଆତ୍ମସମର୍ପଣ କରିଥିଲା। ରାଧା ଯାଦବ (୨/୧୧), ସାଇମା ଠାକୋର (୨/୧୪) ଏବଂ ପ୍ରେମା ରାୱତଙ୍କ (୨/୧୬) ଘାତକ ବୋଲିଂ ଯୋଗୁଁ ପାକିସ୍ତାନ ୧୮.୫ ଓଭରରେ ମାତ୍ର ୯୩ ରନ କରି ଅଲଆଉଟ୍ ହୋଇଯାଇଥିଲା। ପାକିସ୍ତାନ ପକ୍ଷରୁ ଶାୱାଲ ଜୁଲଫିକର ସର୍ବାଧିକ ୨୩ ରନ କରିଥିବା ବେଳେ ଗୁଲ୍ ରୁଖ୍ ୨୧ ରନ ସଂଗ୍ରହ କରିଥିଲେ।

୯୪ ରନର ସହଜ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ ମାତ୍ର ୧୦.୧ ଓଭରରେ ୨ଟି ୱିକେଟ୍ ହରାଇ ବିଜୟ ହାସଲ କରିଥିଲା। ପ୍ରଥମ ବଲରେ ହୁମାଇରା କାଜିଙ୍କ ୱିକେଟ୍ ହରାଇଥିଲେ ମଧ୍ୟ ଓପନର୍ ବୃନ୍ଦା ଦିନେଶ ବିସ୍ଫୋରକ ବ୍ୟାଟିଂ କରି ପାକିସ୍ତାନୀ ବୋଲରଙ୍କୁ ନାକେଦମ କରିଥିଲେ। ବୃନ୍ଦା ମାତ୍ର ୨୯ଟି ବଲରୁ ୧୨ଟି ଚୌକା ସହାୟତାରେ ଅପରାଜିତ ୫୫ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ତାଙ୍କୁ ଅନୁଷ୍କା ଶର୍ମା (୨୪ ରନ) ଭରପୂର ସହଯୋଗ କରିଥିଲେ। ଏହି ବୃହତ ବିଜୟ ସହ ଭାରତୀୟ ଦଳ ନିଜର ରନ-ରେଟରେ ସୁଧାର ଆଣିବା ସହ ସେମିଫାଇନାଲ ଦୌଡ଼ରେ ନିଜକୁ ବଜାୟ ରଖିଛି। ଅନ୍ୟପଟେ ପାକିସ୍ତାନ ଦଳ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଖସିଯାଇ ବିପଦରେ ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

ଆଟଲାଣ୍ଟିକ ମହାସାଗର ଉପରେ ରହସ୍ୟଜନକ ଭାବେ ନିଖୋଜ ହେଲା ବିମାନ, ସାମ୍ନାକୁ ଆସିଲା ପାଇଲଟ୍‌ଙ୍କ ଶେଷ କଲ୍‌

ନୂଆଦିଲ୍‌ଲୀ,୪।୧୦: ଆଟଲାଣ୍ଟିକ ମହାସାଗର ଉପରେ ଉଡ଼ାଣ ଭରୁଥିବା ଏକ ବିମାନ ନିଖୋଜ ହୋଇଯାଇଛି, ଯାହା ଏକ ମେଡିକାଲ ଜେଟ ଅର୍ଥାତ ଏୟାର ଆମ୍ୱୁଲାନ୍ସ ଅଟେ। ଏଥିରେ ୬…

ବନ୍ଧୁକ ମୁନରେ ଯୁବତୀଙ୍କୁ ବଳାତ୍କାର ମାମଲା: ଗପ ଶୁଣାଉଛି ପୋଲିସ

ଭୁବନେଶ୍ୱର,୪।୧୦ (ତ୍ରିନାଥ ମହାନ୍ତି): ନୟାପଲ୍ଲୀ ବେହେରାସାହି ବନ୍ଧୁକ ମୁନରେ ବଳାକତ୍ାର ମାମଲାରେ ଅଭିଯୁକ୍ତ ସନ୍ତୋଷ ପଣ୍ଡା ଓରଫ ଶ୍ରୀଧରଙ୍କୁ ପୋଲିସ ଗୁଳି କରିିବା ଘଟଣା ଏବେ ସାଧାରଣରେ…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?