Posted inରାଜ୍ୟ

ଆମ ସମ୍ବିଧାନ ଗଣତନ୍ତ୍ରର ଆତ୍ମା: ନବୀନ

ଭୁବନେଶ୍ୱର,୨୬ା୧ (ବ୍ୟୁରୋ): ଆମ ସମ୍ବିଧାନ ଏକ ଆଦର୍ଶ ସମ୍ବିଧାନ, ଆମ ଗଣତନ୍ତ୍ରର ଆତ୍ମା। ଏକ ମହାନ୍‌ ଦେଶର ନାଗରିକ ଭାବରେ ଆମର ସକଳ ଶକ୍ତିର ଆଧାର ହେଉଛି ଆମର ସମ୍ବିଧାନ। ଏକ ସମୃଦ୍ଧ ତଥା ନ୍ୟାୟପୂର୍ଣ୍ଣ ସମାଜ ଗଠନ ପାଇଁ ଏହା ଆମକୁ ସବୁବେଳେ ପ୍ରେରଣା ଦେଇଚାଲିଛି। ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବାର୍ତ୍ତା ଦେଇଛନ୍ତି।

ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଶ୍ବକପ୍‌ ହକିର ମାହୋଲ ଏବେ ସାରା ରାଜ୍ୟକୁ ଉତ୍ସବମୁଖର କରିଛି। ଏହାରି ଭିତରେ ଆମେ ସାଧାରଣତନ୍ତ୍ର ଦିବସ ପାଳନ କରୁଛୁ। ସାରା ବିଶ୍ବର ନଜର ଏବେ ଓଡ଼ିଶା ଉପରେ ରହିଛି। ଆମେ ଦୁଇ ଦୁଇ ଥର ବିଶ୍ବକପ୍‌ ହକି ସଫଳତାର ସହ ଆୟୋଜନ କରିଛୁ। ଏହା ସାରା ଦେଶ, ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର କଥା । କେବଳ କ୍ରୀଡ଼ା ନୁହେଁ, ଶିଳ୍ପ ବିକାଶର ଯାତ୍ରା ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଓ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି।

ମାଆମାନେ ସ୍ବୟଂ ସହାୟକ ଗୋଷ୍ଠୀରୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ହେବାର ସୁଯୋଗ ପାଇଛନ୍ତି। ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ପ୍ରତିବଦ୍ଧତା ୫-ଟି ସ୍କୁଲ ଟ୍ରାନ୍ସଫର୍ମେଶନ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା। ଚାଷୀମାନଙ୍କ କଲ୍ୟାଣ ଓ ସଶକ୍ତୀକରଣ ପାଇଁ କାଳିଆ, ବଳରାମ ଯୋଜନା ଓ ମିଲେଟ୍‌ ମିଶନ ଆମ ପାଇଁ ନୂଆ ପରିଚୟ ସୃଷ୍ଟି କରିଛି । ଜନମାନସରେ ଏବେ ପରିବର୍ତ୍ତନ ଆସିଛି। ଓଡ଼ିଶାର ବିକାଶ ଧାରା ଦ୍ରୁତ ଭାବରେ ଆଗକୁ ବଢୁଛି। ରାଜନୀତି ନୁହେଁ, ବିକାଶର ବିଭିନ୍ନ ଦିଗ ଉପରେ ଏବେ ଲୋକମାନେ ଗୁରୁତ୍ୱ ଦେଉଛନ୍ତି।

ସବୁ ବର୍ଗ ମଧ୍ୟରେ ନୂଆ ଉତ୍ସାହ ଆସିଛି। ନିଜ ପାଇଁ, ସମାଜ ପାଇଁ କିଛି କରିବାର ଇଚ୍ଛା ବୃଦ୍ଧି ପାଇଛି। ଆମର ସାମର୍ଥ୍ୟ ଉପରେ ଭରସା ବଢ଼ିଛି । ସବୁ କ୍ଷେତ୍ରରେ ଶ୍ରେଷ୍ଠ ହେବା ପାଇଁ ଓଡ଼ିଶା ଉଦ୍ୟମ ଜାରି ରଖିଛି, ଏହା ହିଁ ରୂପାନ୍ତର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସାଢ଼େ ଚାରି କୋଟି ଓଡ଼ିଶାବାସୀ, ସମସ୍ତେ ଜଣେ ଜଣେ ହେଉଛନ୍ତି ଏ ରୂପାନ୍ତରର ସାରଥି। ଏହି ଉତ୍ସାହ ନେଇ ଆଗକୁ ବଢ଼ିଲେ ୨୦୩୬ରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ଶହେ ବର୍ଷ ପୂର୍ତ୍ତି ବେଳକୁ ଏକ ସଶକ୍ତ ଓଡ଼ିଶାର ସ୍ବପ୍ନ ନିଶ୍ଚୟ ସାକାର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ଜାତିର ଜନକ ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୌଲାନା ଆଜାଦ, ଡ.ଆମ୍ବେଡକର, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ଡ. ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ଶହୀଦ ଲକ୍ଷ୍ମଣ ନାୟକ, ମା’ ରମାଦେବୀ, ଶହୀଦ ବାଜି ରାଉତ, ମାଳତୀ ଚୌଧୁରୀ, ପାର୍ବତୀ ଗିରି, ଡ. ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ୍‌ ସଂଗ୍ରାମୀ ଏବଂ ଦେଶର ଏକତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ଶହୀଦମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୮ ମାଓବାଦୀଙ୍କ ମୁଣ୍ଡ ପାଇଁ ୮ କୋଟି ୪୦ ଲକ୍ଷ ପୁରସ୍କାର

ଭୁବନେଶ୍ୱର,୨୦।୧୦: ମାଓବାଦୀଙ୍କୁ ଧରାଇ ଦେବା ପାଇଁ ପୋଲିସ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ବୌଦ୍ଧ ପୋଲିସ ୧୮ ମାଓବାଦୀଙ୍କ ମୁଣ୍ଡ ଉପରେ ୮ କୋଟି...

ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା କରି ରେଳଧାରଣା କଡ଼ରେ ଫିଙ୍ଗିଥିଲେ ୨ ଅଭିଯୁକ୍ତ: ୧୪ ବର୍ଷ ପରେ ଆସିଲା ବଡ଼ ରାୟ…

ଖୋର୍ଦ୍ଧା,୨୦ା୧୨(ପ୍ରଭାତ ପାଣିଗ୍ରାହୀ): ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ୟାକାଣ୍ଡ ମାମଲାର ରାୟ ଦୀର୍ଘ ୧୪ ବର୍ଷ ପରେ ପ୍ରକାଶ ପାଇଛି। ଏହି...

କଳାହାଣ୍ଡିରେ ମନ୍ଥର ଗତିରେ ଚାଲିଛି ଧାନକିଣା

ଭବାନୀପାଟଣା,୨୦।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଧାନର ଅଭାବୀ ବିକ୍ରି ଦେଖିବାକୁ ମିଳିଛି। ଜିଲାରେ ଗତ ନଭେମ୍ବର ୨୯ରୁ ଖରିଫ ଧାନ ପାଇଁ ମଣ୍ଡି ଶୁଭାରମ୍ଭ...

ଗ୍ରାମ୍ୟ ଜଙ୍ଗଲ ଜମିରେ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ

ମହାକାଳପଡ଼ା,୨୦ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ପେଟଛେଲା ଗାଁରେ ୨୪ ଏକର ସରକାରୀ ଗ୍ରାମ୍ୟ ଜଙ୍ଗଲ ଜମିରେ...

ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଅଧିକାଂଶ ମଣ୍ଡି ଏ ଯାଏ ଖୋଲିପାରିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହଇରାଣ...

ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା

ଜଗତ୍‌ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...

ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ: କହିଲେ ଯମ ଅଜାଣତରେ…

ଜୟପୁର,୨୦।୧୨: ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯମ ଅଜାଣତରେ ମଣିଷର ମୃତ୍ୟୁ ହୁଏନି। ଏହା ସହ ସେ...

ଦାମୀ କାର ଭିତରେ ସିକ୍ରେଟ୍‌ ଚ୍ୟାମ୍ବର: ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା…

ବଲାଙ୍ଗୀର,୨୦।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥରେ ପୁଷ୍ପା ଷ୍ଟାଇଲରେ ଏକ କ୍ରେଟା କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ମାଡ଼ିବସିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri