ଭୁବନେଶ୍ବର,୨୫ା୧(ବ୍ୟୁରୋ): ବିଜେଡି ଏବଂ ଭାଜପା ମଧ୍ୟରେ ଆବାସ ତାଲିକା ପ୍ରସ୍ତୁତି ଏବଂ ଘର ବଣ୍ଟନକୁ ନେଇ ମୁହାଁମୁହିଁ ପରିସ୍ଥିତି ଜାରି ରହିଛି। ମଙ୍ଗଳବାର ରାଜ୍ୟର କେତୋଟି ବ୍ଲକରେ ଭାଜପା ଆନ୍ଦୋଳନ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବିଜେଡି ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍ଦେଇ ଦଳୀୟ ଆଧାରରେ ଆବାସ ବଣ୍ଟନ କରୁଥିବା ଭାଜପା ଅଭିଯୋଗ କରୁଛି। ଏହାସହ ଲକ୍ଷାଧିକ ଅଭିଯୋଗ ଆସି ପହଞ୍ଚିଥିବା ମଧ୍ୟ ସେମାନେ କହିଛନ୍ତି। ତେବେ ମଙ୍ଗଳବାର ଆବାସ ଘର ଦୁର୍ନୀତି ନେଇ ଅଭିଯୋଗ ଦାଖଲର ସମୟସୀମା ଶେଷ ହୋଇଛି। ଆସନ୍ତା ୨୬ ଏବଂ ୩୦ ତାରିଖରେ ଗ୍ରାମସଭା ହେବ। ଏହାପରେ ଯାଇ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ତେବେ ଭାଜପା ବୁଧବାର ରାଜ୍ୟର ସବୁ ବ୍ଲକରେ ଆନ୍ଦୋଳନ କରିବାକୁ ଥିବାବେଳେ ଆସନ୍ତା ୭ ଦିନ ମଧ୍ୟରେ ଅଭିଯୋଗର ତର୍ଜମାକରି ଚୂଡ଼ାନ୍ତ ତାଲିକା ପ୍ରକାଶ କରିବାକୁ ଦାବି କରିଛି। ଯଦି ୭ ଦିନରେ ସରକାର ଏହି କାମ ନ ସାରନ୍ତି ଭାଜପା ଆନ୍ଦୋଳନକୁ ଆହୁରି ତୀବ୍ର କରିବା ସହ ଆଗକୁ ବିଧାନସଭା ଘେରାଉ କରିବ ବୋଲି ଚେତାବନୀ ଦେଇଛି। କିନ୍ତୁ ଭାଜପା ପାଖରେ ଦୁର୍ନୀତି ନେଇ କି ପ୍ରକାର ଅଭିଯୋଗ ରହିଛି ତାହା ଦେଖାଉ ବୋଲି ବିଜେଡି କହିଛି।
ଏମ୍ପି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଆବାସ ଯୋଜନାରେ ଯେଉଁମାନେ ଯୋଗ୍ୟ କେବଳ ସେମାନଙ୍କୁ ଘର ଦିଆଯାଉ। ସମସ୍ତେ ଏହା ଉପରେ ନଜର ରଖିଛନ୍ତି। ଚୂଡ଼ାନ୍ତ ତାଲିକା ପ୍ରକାଶ ପୂର୍ବରୁ ଭଲ ଭାବେ ରାଜ୍ୟ ସରକାର ସମୀକ୍ଷା କରନ୍ତୁ। ଯେଉଁ ତାଲିକା ପ୍ରକାଶ ପାଇବ ତାହା ଅଣ୍ଡର ଟେବୁଲ ନ ହେଉ ବୋଲି ଅପରାଜିତା କହିଛନ୍ତି।
ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି, ଯେତିକି ଘର ଦେବା ଲାଗି ମନ୍ତ୍ରଣାଳୟ ରାଜି ହୋଇଥିଲା ଆସିବା ବେଳକୁ ସେଥିରୁ ୨୦ ପ୍ରତିଶତ କମିଗଲାଣି। ଯେଉଁମାନେ ଅଭିଯୋଗ କରୁଛନ୍ତି ସେମାନେ ତଥ୍ୟ ଓ ପ୍ରମାଣ ରଖି କଥା କୁହନ୍ତୁ। ସେଥିଲାଗି ଅଭିଯୋଗ କରିବା ପାଇଁ ସମୟ ଦିଆଯାଇଛି। ଅଯୋଗ୍ୟ ହିତାଧିକାରୀଙ୍କ ଏକ ତାଲିକା ଜାରି କରୁ ବୋଲି ଦେବୀ କହିଛନ୍ତି।
ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, ଅଭିଯୋଗ କରିବା ଲାଗି ୧୬ରୁ ୨୪ ତାରିଖ ପର୍ଯ୍ୟନ୍ତ ସମୟ ଦିଆଗଲା। ଏଥିଲାଗି ବାକ୍ସରେ ଚିଠି ପକାଇବାଠାରୁ ଆରମ୍ଭକରି ଇ-ମେଲ୍, ଫୋନ୍ ଏବଂ ମେସେଜ ମାଧ୍ୟମରେ ଅଭିଯୋଗ କରିବା ଲାଗି ବ୍ୟବସ୍ଥା କରାଯାଇଥିଲା। ଆଉ ଏଥିପାଇଁ ଅନେକ ସମୟ ମଧ୍ୟ ଦିଆଯାଇଛି। ତେଣୁ ଆଗକୁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ଯାହା କିଛି କରାଯିବ ବୋଲି ସେ କହିଛନ୍ତି।
ବାଂଲାଦେଶରେ ପ୍ରତି ୫ ଜଣରେ ଜଣେ ଥିଲେ ହିନ୍ଦୁ, ହେଲେ ପ୍ରତିବର୍ଷ କମୁଛି ହିନ୍ଦୁଙ୍କ ସଂଖ୍ୟା, ଗତ ୩ ବର୍ଷରେ…
ଢାକା,୨୬।୧୨: ବାଂଲାଦେଶ ଆଜି ବିଶ୍ୱର ସବୁଠାରୁ ଘନ ଜନସଂଖ୍ୟା ବିଶିଷ୍ଟ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ୱାଲର୍ଡମିଟର ଅନୁଯାୟୀ, ଏହାର ମୋଟ ଜନସଂଖ୍ୟା ୧୭୬.୬ ନିୟୁତ ଅତିକ୍ରମ...
Bangladesh elections: ତାରିକ ଫେରିବା ପରେ ହାତ ମିଳାଇଲେ ଦୁଇ ଭାରତ ବିରୋଧୀ ଦଳ, ଜାଣନ୍ତୁ କ’ଣ କହୁଛି ରାଜନୈତିକ ସମିକରଣ
ଢାକା,୨୬।୧୨: ବାଂଲାଦେଶରେ ଫେବୃଆରୀରେ ଜାତୀୟ ର୍ନିବାଚନ ହେବାକୁ ଯାଉଛି, ଯାହା ରାଜନୈତିକ କାର୍ଯ୍ୟକଳାପକୁ ବୃଦ୍ଧି କରୁଛି। ଏହାକୁ ଦୃଷ୍ଟିରେ ରଖି, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର...
ସିକ୍ରେଟ୍ ଫୋନ୍ ପାଇଁ ସ୍ତ୍ରୀକୁ ହତ୍ୟା କରି ଘର ପଛପଟେ ପୋତିଦେଲେ ସ୍ୱାମୀ
ଗୋରଖପୁର,୨୬।୧୨: ସ୍ତ୍ରୀକୁ ସନ୍ଦେହ କରି ହତ୍ୟା କଲେ ସ୍ୱାମୀ। ସିକ୍ରେଟ ଫୋନ ରଖିଥିଲେ ବୋଲି ନେଇଗଲେ ଜୀବନ। ପରେ ମୃତଦେହକୁ ଘର ପଛପଟେ ଏକ ଗାତ...
Bangladesh Violence: ବାଂଲାଦେଶ ଫେରୁ ଫେରୁ ତାରିକ ଅହମଦଙ୍କୁ କାହିଁକି ଫୋନ କଲେ ୟୁନୁସ? ପିତାଙ୍କ କବର ସ୍ଥଳକୁ ଯିବେ ‘ଡାର୍କ ପ୍ରିନ୍ସ’
ଢାକା,୨୬।୧୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର କାର୍ଯ୍ୟକାରୀ ସଭାପତି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ୧୭ ବର୍ଷ ପରେ ଗୁରୁବାର...
ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….
ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...
୨୦୨୬ର ପ୍ରଥମ ଦିନ ଭୁଲ୍ରେ ବି କରନ୍ତୁ ନାହିଁ ଏହି କାମ: ନଚେତ୍ ବର୍ଷସାରା ଗୋଡ଼ାଇବ ଦରିଦ୍ରତା
ନୂଆଦିଲ୍ଲୀ,୨୬।୧୨: ପ୍ରତିବର୍ଷ ଜାନୁଆରୀ ୧ କେବଳ ତାରିଖ ପରିବର୍ତ୍ତନ ନୁହେଁ, ବରଂ ବର୍ଷ ପରିବର୍ତ୍ତନକୁ ମଧ୍ୟ ଚିହ୍ନିତ କରେ। ୨୦୨୬ ନୂତନ ବର୍ଷ ଆସିବାକୁ ଆଉ...
ଚଳନ୍ତା କାର୍ରେ ଆଇଟି କମ୍ପାନୀ ମ୍ୟାନେଜରଙ୍କୁ ଗଣବଳାତ୍କାର, ସିଇଓଙ୍କ ସମେତ ୩ ଗିରଫ
ଉଦୟପୁର,୨୬।୧୨: ଚଳନ୍ତା ଗାଡ଼ିରେ ଗଣବଳାତ୍କାର। ଲିଫ୍ଟ ଦେଇ ଲୁଟିନେଲେ ଇଜ୍ଜତ। ନିଜ କମ୍ପାନୀର ଆଇଟି ମ୍ୟାନେଜରଙ୍କୁ ବଳାତ୍କାର କଲେ ସିଇଓ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା...
ଜଳସମ୍ପଦ କର୍ମଚାରୀଙ୍କ ଦାନ ଅର୍ଥରେ ଚାଲିଛି ଅଞ୍ଚଳବାସୀଙ୍କ ସେବା, ଆଗାମୀ ଦିନରେ…
ଭଞ୍ଜନଗର,୨୬ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ କର୍ମଚାରୀମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। କର୍ମଚାରୀମାନେ ୨୦୧୦ରେ ମିଶି ଭଞ୍ଜନଗର ଜଳସେଚନ ବିଭାଜନ କର୍ମଚାରୀ...
Archives


