ରଥଯାତ୍ରା ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ

ପୁରୀ ଅଫିସ,୨୫ା୧: ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ତେବେ ଗତ ୬ ତାରିଖଠାରୁ ଶ୍ରୀମନ୍ଦିର ସିଂହଦ୍ୱାର ପାର୍ଶ୍ୱ ରାସ୍ତା କାର୍ଯ୍ୟ ପାଇଁ ଶ୍ରୀନଅରଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ରାସ୍ତାକୁ ସର୍ବସାଧାରଣଙ୍କ ଯାତାୟାତ ପାଇଁ ବନ୍ଦ ରହିଥିଲା। ତେବେ ମଙ୍ଗଳବାର ଉକ୍ତ ରାସ୍ତାକୁ ଭକ୍ତମାନଙ୍କ ନିମନ୍ତେ ପ୍ରଶାସନ ଖୋଲିଛି। ତେବେ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ସରି ନ ଥିବାବେଳେ କେବଳ ଲୋକମାନେ ଉକ୍ତ ରାସ୍ତା ଦେଇ ଚାଲି ଯାଇପାରିବେ। ତେବେ ଗାଡ଼ି ମୋଟର ଯାତାୟାତ ଉପରେ ବାରଣ କରାଯାଇଛି। ସେହିପରି ମଙ୍ଗଳବାର ଜିଲାପାଳ ଶ୍ରୀମନ୍ଦିର ଚାରିପାଖ ବୁଲି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି। ତେବେ ରଥଯାତ୍ରା ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ମିଳିଛି ।
ଜିଲାପାଳ ସମର୍ଥ ବର୍ମା, ଓବିସିସିର ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ପ୍ରଭାତ ପାଣିଗ୍ରାହୀ ପୂରା ଶ୍ରୀମନ୍ଦିର ଚତୁଃପାଶର୍‌ବ ବୁଲି କାର୍ଯ୍ୟର ତଦାରଖ କରିଥିଲେ। ସେହିପରି ସିଂହଦ୍ୱାର ରାସ୍ତା ବନ୍ଦ ଥିବାରୁ ସ୍ଥାନୀୟ ବାସିନ୍ଦା ଓ ଶ୍ରଦ୍ଧାଳୁଙ୍କୁ ବୁଲି କରି ଯିବାକୁ ପଡୁଥିଲା। ତେବେ ରାସ୍ତା ଖୋଲା ହେବା କାରଣରୁ ଶ୍ରଦ୍ଧାଳୁମାନେ ବେଶ୍‌ ଖୁସି ପ୍ରକଟ କରିଛନ୍ତି। ପ୍ରାୟ ୧୮ଦିନ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ଥିବା ବଡ଼ଦାଣ୍ଡର ଡ୍ରେନେଜ, ସ୍ବେରେଜ, ଇଲେକ୍ଟ୍ରିସିଟି ଓ ପାଣି ପାଇପ୍‌ ପାଇଁ କାର୍ଯ୍ୟ ଶେଷ ପରେ ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କ ପାଇଁ ଉକ୍ତ ରାସ୍ତାକୁ ଖୋଲାଯାଇଛି। କାର୍ଯ୍ୟ ପାଇଁ ଗତ ୬ ତାରିଖରେ ହଠାତ୍‌ ଶ୍ରୀମନ୍ଦିର ସିଂହଦ୍ୱାରରୁ ଗଜପତିଙ୍କ ଶ୍ରୀନଅର ରାସ୍ତାକୁ ବନ୍ଦ କରିଦିଆଯାଇଥିଲା। ଫଳରେ ଭକ୍ତ ଓ ସ୍ଥାନୀୟ ବାସିନ୍ଦାଙ୍କୁ ଯାତାୟାତରେ ଅସୁବିଧା ହେଉଥିଲା। ସେହିପରି ଶ୍ରୀମନ୍ଦିର ଚତୁଃପାଶର୍‌ବ କାର୍ଯ୍ୟ ଯୋଗୁ ବାସେଳି ସାହି, ମାର୍କଣ୍ଡେଶ୍ୱର ସାହି, ହରଚଣ୍ଡୀ ସାହି, ବାଲିସାହି ବାସିନ୍ଦା ମଧ୍ୟ ହଇରାଣ ହେଉଛନ୍ତି। ସେମାନଙ୍କ ପାଇଁ ମଧ୍ୟ ରାସ୍ତା କିଭଳି ଖୋଲିପାରିବ ତା’ଉପରେ ଜିଲାପାଳ ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବି ହେଉଛି।
ତେବେ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିକୁ ଜିଲାପାଳ ବର୍ମା ବୁଲିବୁଲି ମିନି ମେଘନାଦ ପାଚେରି, ରାସ୍ତାର ଫେବରବ୍ଳକ କାର୍ଯ୍ୟକୁ ତଦାରଖ କରିଛନ୍ତି। ଏହି ଅବସରରେ ଜିଲାପାଳଙ୍କ ସହ ଓବିସିସି ଓ ଟାଟାର ଅଧିକାରୀ ଉପସ୍ଥିତ ଥିଲେ। ଏନେଇ ଓବିସିସି ଇଞ୍ଜିନିୟର ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ପ୍ରଭାତ ପାଣିଗ୍ରାହୀ କହିଛନ୍ତି, ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ବିଶେଷକରି ୨୦ମିଟର ରାସ୍ତା ଉପରେ ଗୁରୁତ୍ୱ ଦିଆଯାଇଛି। ଏହା କୌଣସି ପ୍ରାଚୀର ନୁହେଁ କେବଳ ୭୫ମିଟରକୁ ୫୫ମିଟରରେ ଏକ ବ୍ୟାରିୟର ନିର୍ମାଣ କରାଯାଉଛି। ଫଳରେ କୌଣସି ଗାଡି ମୋଟର ଯେପରି ମନ୍ଦିର ନିକଟବର୍ତ୍ତୀ ହେବ ନାହିଁ। ଫେବରବ୍ଲକ ନିର୍ମାଣ ଆରମ୍ଭ ହୋଇଛି। ତେବେ ଭକ୍ତମାନେ ଯେପରି ଭଲ ଭାବେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ସେ ନେଇ ବ୍ୟବସ୍ଥା କରାଯାଇଛି। ଦିନ ରାତି କାର୍ଯ୍ୟ ଚାଲିଛି। ଶ୍ରୀମନ୍ଦିର ପଶ୍ଚିମପଟ ପାର୍ଶ୍ୱରେ ଫେବର ବ୍ଲକ୍‌ କାର୍ଯ୍ୟ ଚାଲିଛି। ତେବେ ଚଳିତ ରଥଯାତ୍ରା ପୂର୍ବରୁ ସମସ୍ତ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଫେଜ ସ୍ତରରେ କାର୍ଯ୍ୟ ସରିବ। ସିଂହଦ୍ୱାର ପାଖ ରାସ୍ତା ଖୋଲା ହେବାକୁ ନେଇ ପୁରୀ ବାସିନ୍ଦା ମାନସଙ୍କ କହିବା ଅନୁଯାୟୀ, ଯିବାଆସିବା ପାଇଁ ଆଶ୍ୱସ୍ତି ମିଳିଲା। ରାସ୍ତା ବନ୍ଦ ଥିବାରୁ ବୁଲି ଯିବାକୁ ହେଉଥିଲା। ସେହିପରି ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟ ପ୍ରଶାସନ ଯଥାଶୀଘ୍ର ଶେଷ କରୁ। ଫଳରେ ପୁରୀବାସୀ ବିଶେଷକରି ଶ୍ରୀମନ୍ଦିର ଚାରିପାଖରେ ରହୁଥିବା ଲୋକେ ସୁବିଧାରେ ଯାତାୟାତ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

ମାର୍ଚ୍ଚ ୨୬ରୁ ମେ ୩୧ ମଧ୍ୟରେ ହେବ ଆଇପିଏଲ୍‌

ମୁମ୍ୱାଇ, ୧୬ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମି ସଂସ୍କରଣ ମାର୍ଚ୍ଚ ୨୬ରୁ ମେ ୩୧ ଓ୍ୱିଣ୍ଡୋରେ ଖେଳାଯିବ। ମାତ୍ର ଆରସିବିର ଘରୋଇ ଗ୍ରାଉଣ୍ଡ ବେଙ୍ଗାଲୁରୁରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ

ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...

ଋଷିକୁଲ୍ୟା ମା’ ରାମଚଣ୍ଡୀ ପୀଠ ହେବ ତୀର୍ଥକ୍ଷେତ୍ର

ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ସଦର ମହକୁମା ନିକଟସ୍ଥ ନୀଳାଦ୍ରିପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିବାସିନୀ ମା’ ରାମଚଣ୍ଡୀଙ୍କ ପୀଠ। ଏହି...

ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...

୧୯ ବର୍ଷର  ଏହି ଖେଳାଳିଙ୍କ ଉପରେ ୧୪.୨ କୋଟି ଉଡାଇଲା CSK, ଆଫ୍ରିଦିଙ୍କଠାରୁ ଦ୍ରୁତ ଶତକ ମାରି ଥିଲେ ଚର୍ଚ୍ଚାରେ… 

ଆବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ସବୁଠାରୁ ବଡ଼ ସରପ୍ରାଇଜ୍‌ ପାଲଟିଥିଲେ ରାଜସ୍ଥାନର ୧୯ ବର୍ଷୀୟ ଯୁବ ଉଇକେଟକିପର୍‌ ତଥା ବ୍ୟାଟ୍ସମ୍ୟାନ କାର୍ତ୍ତିକ ଶର୍ମା। ଏହି...

କଳାହାଣ୍ଡି ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ

କର୍ଲାମୁଣ୍ଡା,୧୬ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବ୍ଲକ ଅଧ୍ୟକ୍ଷା କୁନି ସାହୁଙ୍କ ଅଧ୍ୟକ୍ଷତାରେ ଜାନୁଆରୀରେ ହେବାକୁ ଥିବା ବ୍ଲକସ୍ତରୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri