ଲକ୍ଷ୍ୟଠାରୁ ଦୂରରେ ୩ ସାମୁଦ୍ରିକ ଥାନା

କେନ୍ଦ୍ରାପଡ଼ା ଅଫିସ, ୨୩ା୧:କେନ୍ଦ୍ରାପଡ଼ା ଜିଲାର ମାତ୍ର ୪୮ କିଲୋମିଟର ତଟାଞ୍ଚଳରେ ୩ ସାମୁଦ୍ରିକ ଥାନା ପ୍ରତିଷ୍ଠା ହୋଇଛି। ଅନୁପ୍ରବେଶ ରୋକିବା ସହିତ ସ୍ଥାନୀୟ ଅଞ୍ଚଳର ଆଇନଶୃଙ୍ଗଳା ପରିସ୍ଥିତିର ସମୀକ୍ଷା ସହ କାର୍ଯ୍ୟାନୁଷ୍ଠାନ ନେବା ଏହାର ଲକ୍ଷ୍ୟ ଥିଲା। ତେବେ ଥାନା ପ୍ରତିଷ୍ଠାର ଦୀର୍ଘଦିନ ବିତିବା ସତ୍ତ୍ୱେ ବିଭିନ୍ନ କାରଣରୁ ଏହାର ପରିଚାଳନାରେ ତ୍ରୁଟି ହେଉଛି। ଏହି ଥାନାଗୁଡିକର ଅଞ୍ଚଳ ବଙ୍ଗଭାଷୀ ଅଧ୍ୟ୍ୟୁଷିତ ହୋଇଥିବାବେଳେ ବାଂଲାଦେଶ ଅନୁପ୍ରବେଶକାରୀଙ୍କ ଅବାଧ ପ୍ରବେଶ ଜାରି ରହିଛି। କର୍ମଚାରୀ ସମେତ ଭିତ୍ତିଭୂମି ଅଭାବ ମଧ୍ୟରେ ଏହି ୩ ସାମୁଦ୍ରିକ ଥାନା ନିଜର ଲକ୍ଷ୍ୟଠାରୁ ଦୂରରେ ଅଛିି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ କହିଛନ୍ତି, ୨୦୦୮ ନଭେମ୍ବର ୨୬ରେ ଆତଙ୍କବାଦୀମାନେ ଜଳପଥ ମାଧ୍ୟମରେ ଆସି ମୁମ୍ବାଇରେ ଆକ୍ରମଣ କରିଥିଲେ। ସାମୁଦ୍ରିକ ଜଳପଥକୁ ନଜର ରକ୍ଷା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଦେଶର ବିଭିନ୍ନ ସ୍ଥାନରେ ସାମୁଦ୍ରିକ ଥାନା ପ୍ରତିଷ୍ଠା ହେଲା। ଏହି କାରଣ ପାଇଁ ଜିଲାର ଜମ୍ବୁ, ତାଳଚୁଆ ଓ ତନ୍ତିଆପାଳଠାରେ ଥାନା ପ୍ରତିଷ୍ଠା ହେଲା। ଥାନା ପ୍ରତିଷ୍ଠା ସତ୍ତ୍ୱେ ଏହାର ଉଦ୍ଦେଶ୍ୟ ସଫଳ ହୋଇନାହିଁ। ବର୍ଷରେ ୨ଥର ମକ୍‌ଡ୍ରିଲରେ ଭାଗ ନେବା ବ୍ୟତୀତ ଭିତ୍ତିଭୂମିର ଅଭାବ ପାଇଁ ସମୁଦ୍ର ଆଡକୁ ନଜରରେ ରଖାଯାଇ ପାରୁନାହିଁ। ଏହି ୩ ସାମୁଦ୍ରିକ ଥାନା ମଧ୍ୟରେ ଜମ୍ବୁ ଥାନା ବୋଟ୍‌ ଜେଟିଠାରୁ ଅନୂ୍ୟନ ୫ କିଲୋମିଟର ଦୂରରେ ଅଛି। ୨୦୦୯ ମସିହାରେ ଖରିନାସୀଠାରେ ଥାନା ଆରମ୍ଭ ହୋଇଥିଲା। ୨୦୧୨ରେ ଜମ୍ବୁଠାରେ ନୂତନ ଥାନା ଗୃହ ପ୍ରତିଷ୍ଠା ହୋଇଛି। ତେବେ ଏହି ଥାନା ନିକଟକୁ ବର୍ଷାଦିନେ ୨ ଚକିଆ ଗାଡି ଯିବା ଅସମ୍ଭବ ହୋଇପଡୁଛି। ସେହିପରି ସମୁଦ୍ର ପଥ ନଜର ପାଇଁ ଆବଶ୍ୟକ ସ୍ପିଡ୍‌ ବୋଟ ଓ କର୍ମଚାରୀ ଅଭାବ ଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ଲକ୍ଷ୍ମୀଧର ସ୍ବାଇଁ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶ ସମସ୍ୟା ରହିଛି। ଏଥିସହ ଗହୀରମଥା ସାମୁଦ୍ରିକ ଅଞ୍ଚଳର ସୁରକ୍ଷା ଅତି ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ସାମୁଦ୍ରିକ ଥାନା ପ୍ରତିଷ୍ଠା ହୋଇଛି। ପ୍ରତ୍ୟେକ ଥାନାରେ ୮୧ ଜଣ କର୍ମଚାରୀ ରହିବାକୁ ନିୟମ ଅଛି। ତେବେ ୩ ଥାନାରେ ନାମକୁମାତ୍ର ପୋଲିସ କର୍ମଚାରୀ ଅଛନ୍ତି। ନାଭାଲ ଅଫିସର, ବୋଟ ଚାଳକ ସହ ସ୍ପିଡ୍‌ ବୋଟର ଅଭାବ ରହିଛି। ଗତ ନଭେମ୍ବରରୁ ମେ’ ଶେଷ ପର୍ଯ୍ୟନ୍ତ ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ପାଇଁ ସାମୁଦ୍ରିକ ଅଞ୍ଚଳକୁ କଟକଣା ବଳୟରେ ରଖାଯାଇଛି। ତେବେ ଏହି କାର୍ଯ୍ୟକୁ ଏବେ ବନ ବିଭାଗ କରୁଛି। ସାମୁଦ୍ରିକ ଥାନା ପୋଲିସ ଏଥିରେ ସହାୟକ ହୋଇପାରୁନାହାନ୍ତି। ଅପରପକ୍ଷରେ ଖୋଲାମେଲା ସମୁଦ୍ର ତଟ ଅନୁପ୍ରବେଶକାରୀଙ୍କ ପାଇଁ ସୁଯୋଗ ଦେଇଛି। ରାତି ଅନ୍ଧାରରେ ସମୁଦ୍ର ମଧ୍ୟ ଦେଇ ଅନୁପ୍ରବେଶକାରୀ ଏଠାକୁ ଆସୁଥିବା ବେଳେ ଦେଶର ସୁରକ୍ଷା ଏବେ ପ୍ରଶ୍ନବାଚୀ ହୋଇଛି। ଭିତ୍ତିଭୂମି ସଜାଡି ସାମୁଦ୍ରିକ ଥାନାକୁ କାର୍ଯ୍ୟକ୍ଷମ କରିବାକୁ ସେ ଦାବି କରିଛନ୍ତି। ସ୍ଥାନୀୟ ଅଞ୍ଚଳର ପ୍ରଭୁପ୍ରସାଦ ମହାପାତ୍ର କହିଛନ୍ତି, ସାମୁଦ୍ରିକ ଥାନା ହୋଇଥିଲେ ମଧ୍ୟ ସ୍ଥାନୀୟ କେତେଗୋଟି ରାଜସ୍ବ ଗ୍ରାମର ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ଜିଲା ପୋଲିସ ପକ୍ଷରୁ ନିର୍ଦ୍ଦେଶନାମା ଅଛି। ଏହି ନିର୍ଦ୍ଦେଶକୁ ପାଳନରେ ସାମୁଦ୍ରିକ ଥାନା କର୍ମଚାରୀମାନେ ବ୍ୟସ୍ତ ରହୁଛନ୍ତି। ଅଧିକ କର୍ମଚାରୀ ଓ ଭିତ୍ତିଭୂମି ଯୋଗାଇ ଦିଆଗଲେ ଅନୁପ୍ରବେଶ ରୋକିବା ସହ ସାମୁଦ୍ରିକ ଅଞ୍ଚଳର ସୁରକ୍ଷା ହୋଇପାରିବ। ଏ ସମ୍ପର୍କରେ ଏସ୍‌ପି ମଡକର ସମ୍ବିତ ସମ୍ପଦଙ୍କୁ ପଚାରିବାରେ ଚଳିତ ଆର୍ଥିକ ବର୍ଷରେ ସାମୁଦ୍ରିକ ଥାନା କର୍ମଚାରୀଙ୍କ ସଂଖ୍ୟା ବଢ଼ାଯାଇଛି। ଖାଲିଥିବା ପଦବୀ ଓ ଆବଶ୍ୟକ ସ୍ପିଡ୍‌ ବୋଟ ପାଇଁ ଯୋଜନା ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଫିଙ୍ଗ ପର୍ଯ୍ୟଟନ ମାନଚିତ୍ରରେ କୋଣାର୍କ

କୋଣାର୍କ,୩୦।୪(ଜ୍ୟୋତିରାଜ ମହାନ୍ତି):ସମୁଦ୍ରର ନୀଳ ଢ଼େଉରେ ଦୁଃସାହସିକ ଜଳକ୍ରୀଡ଼ା ସର୍ଫିଙ୍ଗ ପାଇଁ ଖାଲି ବିଦେଶ ନୁହେଁ, ଭାରତର ଯୁବବର୍ଗଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ପୁରୀ-କୋଣାର୍କ ବେଳାମାର୍ଗରେ ଅବସ୍ଥିତ...

ମଉଳିଯାଇଛି କୁଳ ବେଉସାର ନିଶା

ପଟ୍ଟାମୁଣ୍ଡାଇ,୩୦।୪(କଳ୍ପତରୁ ନାୟକ):ସମୟର ପରିବର୍ତନର ସୁଅରେ ବଦଳି ଯାଇଛି କୂଳ ବେଉସାର ନିଶା। ଧାତବ ବାସନର ବହୁଳ ବ୍ୟବହାର ଫଳରେ ମାଟିରେ ତିଆରି ଜିନିଷ ତାର ସତା...

୩ ଦଶନ୍ଧିରେ ହଜିଲାଣି ୭୦ ପ୍ରତିଶତ ହସ୍ତତନ୍ତ ଶିଳ୍ପ

କେନ୍ଦ୍ରାପଡ଼ା, ୩୦ା୪(ଜଗନ୍ନାଥ ଧଳ):ଅତ୍ୟାଧୁନିକ ମେଶିନ ଓ ଉନ୍ନତ ସୂତା ପାଇଁ କେନ୍ଦ୍ରାପଡ଼ା ଜିଲାର ପୁରାତନ ହସ୍ତତନ୍ତ ଶିଳ୍ପ ଡୁବିଯାଇଛି। ୩ ଦଶନ୍ଧି ମଧ୍ୟରେ ପ୍ରାୟ ୭୦...

ପଥର ଛଇକୁ ପୋଖରୀ ଦର୍ଶାଇ ଲକ୍ଷାଧିକ ଟଙ୍କା ଆତ୍ମସାତ

କାଳିଆପାଣି,୩୦ା୪(ଅସିତ ମହାନ୍ତ):ପୋଖରୀ ପୁନରୁଦ୍ଧାର ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରି ଯାଜପୁର ଜିଲାର ସୁକିନ୍ଦା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଟଙ୍କା ଆତ୍ମସାତ୍‌...

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା...

ଏକାଠି ହେଲେ ଗୌତମ, ପୁଲିନ

ଝୁମ୍ପୁରୀ,୩୦ା୪(ସରୋଜ ନାୟକ):ଧୀରେ ଧୀରେ ଯାଜପୁର ରାଜନୀତି ରୋଚକ ମୋଡ଼ ଧରିଛି ା ସୋମବାର ଭାଜପାର ଯାଜପୁର ବିଧାୟକ ପ୍ରାର୍ଥୀ ଗୌତମ ରାୟଙ୍କ ସହ ହାତ ମିଳାଇଛନ୍ତି...

ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି: ପାଣ୍ଡିଆନ୍‌

ମାଲକାନଗିରି/କାଲିମେଳା/କୋଟପାଡ଼, ୩୦ା୪ (ଦୁର୍ଯ୍ୟୋଧନ ପାତ୍ର/ଜୀବନକୃଷ୍ଣ ଦାସ/କେ.ରାଜଶେଖର ରାଓ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି ବୋଲି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌...

ପ୍ରଚାର ପାଇଁ ଏସବୁ ନୂଆ ଟ୍ରେଣ୍ଡ୍‌ ଆପଣାଇଛନ୍ତି ନେତା

କଟକ,୩୦ା୪(ଶିଳ୍ପା ପ୍ରିୟଦର୍ଶିନୀ):ପ୍ରାର୍ଥୀମାନେ ରୋଡ୍‌ ଶୋ ଓ ସମାବେଶ ଜରିଆରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳୁଛି । ହେଲେ ନିର୍ବାଚନ ପ୍ରଚାରକୁ ସହଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri