ଗ୍ଲୋରି କୁଇନ୍‌ ମୁକୁଟ ପିିନ୍ଧିଲେ ପୂଜା ବିଶ୍ବାସ

ପୁରୀ ଅଫିସ,୨୩ା୧:ଶ୍ରୀକ୍ଷେତ୍ରର ଯୁବ ସାଂସ୍କୃତିକ ଅନୁଷ୍ଠାନ ଜାତୀୟ ଯୁବ ସମନ୍ବିତ କେନ୍ଦ୍ର ଆନୁକୂଲ୍ୟରେ ୩ଦିନ ଧରି ବେଳାଭୂମିରେ ଚାଲିଥିବା ‘ଗ୍ଲୋରି ଫେଷ୍ଟ-୨୦୨୩’ ରବିବାର ଉଦ୍‌ଯାପିତ ହୋଇଛି। ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ମନ୍ତ୍ରୀ ରୀତା ସାହୁ, ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ କାର୍ଯ୍ୟକାରୀ ନିର୍ଦ୍ଦେଶକ ତନୟା ପଟ୍ଟନାୟକ, ହୋଲି ସ୍ବସ୍ତିକ ପ୍ରାଇଭେଟ ଲିମିଟେଡ ଏମ୍‌. ପ୍ରଭାସ ମହାନ୍ତି, ଆଇନଜୀବୀ ବିଭୂ ତ୍ରିପାଠୀ, ହୋଟେଲିଅର ରାଜକିଶୋର ପାତ୍ର ଯୋଗଦେଇଥିଲେ। ଏହି ଦିବସର ମୁଖ୍ୟ ଆକର୍ଷଣ ଥିଲେ ସାରେଗାମାପା ବିଜେତା ତଥା ବଲିଉଡ କଣ୍ଠଶିଳ୍ପୀ ଅନିକ ଧର୍‌ ଓ ଲୋପାମୁଦ୍ରା। ଏମାନଙ୍କ ଗୀତରେ ଦର୍ଶକମାନେ ଝୁମିଥିଲେ। ବେଳାଭୂମିର ଶୀତୁଆ ସାକୁ ଅନିକଙ୍କ ଗୀତ ଦର୍ଶକଙ୍କୁ ମୋହିତ କରିଥିଲା। କାର୍ଯ୍ୟକ୍ରମକୁ ଆଙ୍କର ପିୟୂଷ ସଂଯୋଜନା କରିଥିଲେ। ତେବେ ହାଇଟେକ୍‌ କଲେଜ୍‌ ଅଫ୍‌ ନର୍ସିଂର ଛାତ୍ରୀ ପୂଜା ବିଶ୍ବାସ ଚଳିତବର୍ଷ ଗ୍ଲୋରି କୁଇନ-୨୦୨୩ ମୁକୁଟ ପିନ୍ଧିଛନ୍ତି। ଗ୍ଲୋରି କୁଇନ୍‌ ପ୍ରଥମ ରନର୍ସଅପ ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ଛାତ୍ରୀ ମିନୁ ଭୋଇ, ରାଉରକେଲାର ସରକାରୀ କଲେଜ ଛାତ୍ରୀ ଜାନଭି ପ୍ରଜ୍ଞାପ୍ତି ଦ୍ବିତୀୟ ରନର୍ସଅପ ସ୍ଥାନ ହାସଲ କରିଛନ୍ତି। ଏହାସହ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଦଳଗତ ଚମ୍ପିୟନ ଟ୍ରଫି ହାତେଇଥିବାବେଳେ ସେହି ବିଶ୍ୱବିଦ୍ୟାଳୟର କ୍ଷୀତିଜ ମିଶ୍ର ଟ୍ୟାଲେଣ୍ଟ ଅଫ୍‌ ଦି ଇୟର ଭାବେ ପୁରସ୍କୃତ କରାଯାଇଥିଲା। ସେହିପରି ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଟିମ୍‌କୁ ଶୃଙ୍ଖଳିତ ଦଳ ଭାବେ କରାଯାଇଛି। ଏହାସହ ଅନ୍ୟାନ୍ୟ ୧୪ଟି ବିଭାଗରେ ଅନୁଷ୍ଠିତ ହୋଇଥିବା କୃତୀ ପ୍ରତିଯୋଗୀମାନଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଛି।
ଉତ୍ସବରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ, ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ କ୍ୟାମ୍ପସ, ଏସ୍‌ସିଏସ୍‌ ସ୍ବୟଂଶାସିତ ମହାବିଦ୍ୟାଳୟ, ଜି.ଏମ ଆଇନ ମହାବିଦ୍ୟାଳୟ, ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ, ଆଞ୍ଚଳିକ କଲେଜ ଢେଙ୍କାନାଳ ହାଇଟେକ କଲେଜ ଅଫ ନର୍ସିଂ, ହାଇଟେକ ସ୍କୁଲ ଅଫ ନର୍ସିଂର ୨୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଧାୟକ ତଥା ଗ୍ଲୋରି ଫେଷ୍ଟ-୨୦୨୩ର ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଜୟନ୍ତ ଷଡଙ୍ଗୀ, ଆୟୋଜକ କମିଟି ଅଧ୍ୟକ୍ଷ ଶୁଭାଶିଷ ଖୁଣ୍ଟିଆ, ଅର୍ଥ କମିଟିର ଅଧ୍ୟକ୍ଷ ଗୌରହରି ପ୍ରଧାନ, ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ହରେକୃଷ୍ଣ ଶତପଥୀ, କାର୍ଯ୍ୟକାରୀ ଅଧ୍ୟକ୍ଷ ରାଜେଶ ମହାନ୍ତି, ଉପାଧ୍ୟକ୍ଷ ରାକେଶ ସାମଲ, ଯୁଗ୍ମ-ଉପାଧ୍ୟକ୍ଷ ହରପ୍ରସାଦ ବିଶ୍ବାଳ, ବିଦ୍ରୋହ କେଶରୀ ସିଂ, ପୂର୍ଣ୍ଣେନ୍ଦୁ ପଟ୍ଟନାୟକ, ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ କାନୁନ୍‌ଗୋ, ସଙ୍ଗଠନ ସମ୍ପାଦକ ଦେବେନ୍ଦ୍ର ପ୍ରସାଦ ମହାପାତ୍ର, କୋଷାଧ୍ୟକ୍ଷ ଦାମୋଦର ଶତପଥୀ, ସାଂସ୍କୃତିକ ସମ୍ପାଦକ ଜିତେନ୍ଦ୍ର ନାଥ କଟିସ, ସାମ୍ବାଦିକ ପ୍ରଦ୍ୟୁମ୍ନ ସାଥୁଆ ଓ ସୌମିତ୍ର ହରିଚନ୍ଦନ, ସମାଜସେବା ସମ୍ପାଦକ ସୌମ୍ୟରଞ୍ଜନ ମିଶ୍ର, ସଦସ୍ୟ ସଞ୍ଜୀବ ରଥଶର୍ମା, ଆଲୋକ ଚନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri