Posted inଫୁରସତ

ଅଜବ ସାପ

ପୃଥିବୀରେ ସମୁଦାୟ ୩୦୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ସାପ ଦେଖାଯାଆନ୍ତି। କିଏ ବଡ଼ ତ କିଏ ଛୋଟ, କିଏ ଆଦୌ ବିଷାକ୍ତ ନୁହେଁ ତ କିଏ ଅତ୍ୟନ୍ତ ବିଷାକ୍ତ ଆଉ ପୁଣି କିଏ ରଙ୍ଗବେରଙ୍ଗ। ତେବେ ଜାଣିବା କେତେକ ଅଜବ ସାପ ସମ୍ପର୍କରେ…

ପୃଥିବୀରେ ସମୁଦାୟ ୩୦୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ସାପ ଦେଖାଯାଆନ୍ତି। କିଏ ବଡ଼ ତ କିଏ ଛୋଟ, କିଏ ଆଦୌ ବିଷାକ୍ତ ନୁହେଁ ତ କିଏ ଅତ୍ୟନ୍ତ ବିଷାକ୍ତ ଆଉ ପୁଣି କିଏ ରଙ୍ଗବେରଙ୍ଗ। ତେବେ ଜାଣିବା କେତେକ ଅଜବ ସାପ ସମ୍ପର୍କରେ…
୧- ଟେଣ୍ଟାକିଲ୍ଡ ସ୍ନେକ୍‌: ଦକ୍ଷିଣ-ପୂର୍ବ ଏସିଆରେ ଦେଖାଯାଉଥିବା ଏହି ଅଜବ ସାପଟିର ମୁଣ୍ଡରେ ଦୁଇଟି ଶିଙ୍ଗ ସଦୃଶ (ଟେଣ୍ଟାକିଲ୍‌) ଅଂଶ ରହିଛି। ସେଥିପାଇଁ ଏହାର ନାମ ଏପରି କରାଯାଇଛି। ଏହି ଟେଣ୍ଟାକିଲ୍‌ ତାକୁ ଏକ ଆଣ୍ଟିନା ଭଳି ଖାଦ୍ୟ ସଂଗ୍ରହରେ ବେଶ୍‌ ସାହାଯ୍ୟ କରିଥାଏ। ଏହି ସାପ ମୁଖ୍ୟତଃ ପାଣି ଭିତରେ ରହିବାକୁ ପସନ୍ଦ କରିଥାଏ। ଏହା ଏକା ସମୟରେ ୩୦ ମିନିଟ୍‌ ପର୍ଯ୍ୟନ୍ତ ନିଃଶ୍ୱାସ ରୋକିପାରେ। ଏହା ମାଟି ଉପରେ ଖୁବ୍‌ ଧୀରେ ଚାଲିପାରେ। ଏହି ସାପ ବିଷାକ୍ତ ହୋଇଥିଲେ ସୁଦ୍ଧା ମଣିଷ ପାଇଁ ବିପଦପୂର୍ଣ୍ଣ ନୁହେଁ।
୨. ଫ୍ଲାଇଂ ସ୍ନେକ୍‌ : ସାପ ପୁଣି ଉଡ଼ିପାରେ, ଏକଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ। ହେଲେ ଉଡ଼ନ୍ତା ସାପ; ଏପରି ନାମକରଣ କରାଯିବା ପଛରେ ରହିଛି ଏକ କାରଣ। ଏହି ସାପ ଗଛଡାଳରୁ ଡାଳ ଏତେ କ୍ଷିପ୍ର ଗତିରେ ଖସି ଖସି ଯାଇଥାଏ ଏବଂ କେବେକେବେ ଖୁବ୍‌ ଜୋରରେ ଲମ୍ଫ ପ୍ରଦାନ କରିଥାଏ, ଯାହାକୁ ଦେଖିଲେ ତାହା ଉଡୁଥିବାର ଭ୍ରମ ସୃଷ୍ଟି କରେ। ଏହି ସାପ ପେଟର ମାଂସପେଶୀ ସାହାଯ୍ୟରେ ଖୁବ୍‌ଶୀଘ୍ର ଗଛ ଚଢ଼ିଥାଏ ଏବଂ ଅନ୍ୟ ଗଛକୁ ଡେଇଁଥାଏ। ଏହି ସାପ ଦକ୍ଷିଣ ଏସିଆ ଏବଂ ଇଣ୍ଡୋନେସିଆରେ ଦେଖାଯାଇଥା’ନ୍ତି।
୩. ସ୍ପାଇନୀ ବୁଶ୍‌ ଭାଇପର: ଏହି ସାପକୁ ଛୋଟ ଡ୍ରାଗନ ବୋଲି ମଧ୍ୟ କେହି କେହି କହିଥା’ନ୍ତି। କାରଣ ଏହା ପିଠିରେ ଥିବା କାତିଗୁଡ଼ିକ କଣ୍ଟା ପରି। ଏହି ସାପ ବିଷାକ୍ତ ହୋଇଥିବା ବେଳେ ଏହାର ବିଭିନ୍ନ ପ୍ରକାରର ରଙ୍ଗ ରହିଛି। ଏହା ସାଧାରଣତଃ ମଧ୍ୟ ଆଫ୍ରିକାରେ ଦେଖାଯାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri