Posted inଖେଳ

ଭାରତୀୟ ଦଳର ଜୋରଦାର ଅଭ୍ୟାସ

ଭୁବନେଶ୍ୱର, ୧୮।୧ (କ୍ରୀଡ଼ା ପ୍ରତିନିଧି): ଚଳିତ ହକି ବିଶ୍ୱକପ୍‌ରେ ନିଜର ପ୍ରଥମ ୨ଟି ମ୍ୟାଚ ରାଉରକେଲାର ବିର୍ସା ମୁୁଣ୍ଡା ଷ୍ଟାଡିୟମରେ ଖେଳିଥିବା ଭାରତୀୟ ଦଳ ସୋମବାର ଭୁବନେଶ୍ୱରରେ ପହଞ୍ଚତ୍ଥିବାବେଳେ ମଙ୍ଗଳବାର ଜୋରଦାର ଅଭ୍ୟାସ କରିଛି। ଭାରତୀୟ ଦଳ ଏହାର ପ୍ରଥମ ମ୍ୟାଚରେ ସ୍ପେନ୍‌କୁ ହରାଇଥିବାବେଳେ ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ମ୍ୟାଚକୁ ଡ୍ର ରଖିଛି। ପୁଲ୍‌ ‘ଡି’ରେ ଉଭୟ ଭାରତ ଓ ଇଂଲଣ୍ଡ ୪ ପଏଣ୍ଟ ଲେଖାଏ ପାଇଛନ୍ତି। ତେବେ ଗୋଲ ବ୍ୟବଧାନରେ ଇଂଲଣ୍ଡ ପଛକୁୁ ଭାରତ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ନିୟମ ଅନୁସାରେ ପ୍ରତି ଗ୍ରୁପ୍‌ର ଶୀର୍ଷ ଦଳ ହିଁ ସିଧାସଳଖ କ୍ୱାର୍ଟର ଫାଇନାଲ ଯୋଗ୍ୟତା ପାଇବ। ତେଣ ଗ୍ରୁପ୍‌ର ଅନ୍ତିମ ଲିଗ୍‌ ମ୍ୟାଚର ଗୁରୁତ୍ୱ ବଢ଼ିଛି। ଭାରତ ଆସନ୍ତା ୧୯ ତାରିଖରେ ଶେଷ ଗ୍ରୁପ୍‌ ମ୍ୟାଚରେ ୱେଲ୍ସକୁ ଭେଟିବ। ଏହି ମ୍ୟାଚରେ ବୃହତ୍‌ ବ୍ୟବଧାନରେ ବିଜୟୀ ହୋଇପାରିଲେ ଯାଇ ଦଳ ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିପାରିବ। ଗ୍ରୁପ୍‌ର ଦ୍ୱିତୀୟ ଓ ତୃତୀୟ ସ୍ଥାନୀୟ ଦଳ କ୍ରସ୍‌ ଓଭର ଖେଳିବେ। କ୍ରସ୍‌ ଓଭରରେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀକୁ ଭେଟିବାର ଥିବାରୁ ଭାରତ ଗ୍ରୁପ୍‌ରେ ଶୀର୍ଷସ୍ଥାନ ଅଧିକାର କରି ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରୁବୋଲି ଭାରତୀୟ ଦର୍ଶକ ଚାହାନ୍ତି। ଏହାକୁ ସାକାର କରିବା ପାଇଁ ଭାରତୀୟ ଖେଳାଳିମାନେ ମଙ୍ଗଳବାର ଅଭ୍ୟାସ ସମୟରେ କୋଚ୍‌ ଗ୍ରାହାମ ରିଡ୍‌ଙ୍କ ତତ୍ତ୍ୱାବଧାନରେ ବେଶ୍‌ କିଛି ସମୟ ଝାଳ ବୁହାଇଛନ୍ତି। ୱେଲ୍ସ ଅପେକ୍ଷାକୃତ ଦୁର୍ବଳ ଦଳ ହୋଇଥିବାରୁ ଭାରତ ବଡ଼ ବ୍ୟବଧାନରେ ବିଜୟୀ ହୋଇ କ୍ୱାର୍ଟର ଫାଇନାଲ ଯୋଗ୍ୟତା ହାସଲ କରିପାରିବ ବୋଲି ହକିପ୍ରେମୀ ଆଶା ରଖିଛନ୍ତି। ଅଧିନାୟକ ହରମନପ୍ରୀତ ସିଂ ମଧ୍ୟ ଆଗାମୀ ମ୍ୟାଚରେ ଦଳର ପ୍ରଦର୍ଶନକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି। ଦଳ ଦକ୍ଷତା ଅନୁସାରେ ଖେଳି ବଡ଼ ବ୍ୟବଧାନରେ ଜିତିବାକୁ ଚେଷ୍ଟା କରିବ ବୋଲି ସେ ପ୍ରକାଶ କରିଛନ୍ତି।

ପେନାଲ୍ଟି କର୍ନରକୁ ନେଇ ଚିନ୍ତା

ଚଳିତ ହକି ବିଶ୍ୱକପ୍‌ରେ ପେନାଲ୍ଟି କର୍ନର କନଭର୍ସନ୍ସକୁ ନେଇ ଭାରତ ଚିନ୍ତାରେ ପଡ଼ିଛି। କାରଣ ୨ଟି ମ୍ୟାଚ ଖେଳି ସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପେନାଲ୍ଟି କର୍ନରରୁ ଗୋଟିଏ ହେଲେ ଗୋଲ ସିଧାସଳଖ କରିପାରିନାହିଁ। ଭାରତ ଏହାର ଶେଷ ଲିଗ୍‌ ମ୍ୟାଚ ଗୁରୁବାର ଓ୍ବେଲ୍ସକୁ ଭେଟିବ। ଏହି ମ୍ୟାଚରେ ଦଳ ଟାର୍ଗେଟ ହାସଲ କରିପାରିବ ବୋଲି ପୂର୍ବତନ ଅଧିନାୟକ ତଥା ତାରକା ମିଡ୍‌ଫିଲ୍ଡର ମନପ୍ରୀତ ସିଂ ଆଶା ପ୍ରକାଶ କରିଛନ୍ତି। ପ୍ରଥମ ୨ଟି ମ୍ୟାଚରେ ଭାରତ ମୋଟ ୯ଟି ପେନାଲ୍ଟି କର୍ନର ପାଇଥିଲା। ଏହା ମଧ୍ୟରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ୪ ପେନାଲ୍ଟି କର୍ନର ସାମିଲ। ସ୍ପେନ୍‌ ବିପକ୍ଷ ମ୍ୟାଚରେ ଭାରତ ପେନାଲ୍ଟି କର୍ନରରୁ ଗୋଟିଏ ଗୋଲ କରିଥିଲେ ହେଁ ତାହା ସିଧାସଳଖ ହୋଇ ନ ଥିଲା। ଅଧିନାୟକ ହରମନପ୍ରୀତ ସିଂ ମାରିଥିବା ଶଟ୍‌କୁ ସ୍ପେନ୍‌ ଦଳର ଜଣେ ଡିଫେଣ୍ଡର ରୋକିଥିଲେ। ତାଙ୍କ ଷ୍ଟିକ୍‌ରୁ ବଲ୍‌ ରିବାଉଣ୍ଡ ହୋଇ ଫେରି ଆସୁଥିବାବେଳେ ଅମିତ ରୋହିଦାସ ଚତୁରତାର ସହ ତାହାକୁ ଗୋଲପୋଷ୍ଟକୁ ପଠାଇବାରେ ସକ୍ଷମ ହୋଇଥିଲେ। ”ଆମେ ପେନାଲ୍ଟି କର୍ନର ମିସ୍‌ କରିଛୁ, ଏଥିରେ ଦ୍ୱିମତ ନାହିଁ, ମାତ୍ର ସମାନ ସ୍ଥିତିରେ ଦେଖିଲେ ପ୍ରତିପକ୍ଷ ଗୋଲକିପର ଚମତ୍କାର ପ୍ରଦର୍ଶନ କରିଛନ୍ତି। ବିଶେଷ କରି ଇଂଲଣ୍ଡ ଗୋଲକିପର ଯେପରି ଡିଫେଣ୍ଡ କଲେ ତାହା ପ୍ରଶଂସନୀୟ ଥିଲା। କେଉଁଠି ଭୁଲ ରହିଗଲା ଆମେ ତାହାକୁ ଅନୁଧ୍ୟାନ କରୁଛୁ“ ବୋଲି ମନପ୍ରୀତ ପ୍ରକାଶ କରିଛନ୍ତି। ଇଂଲଣ୍ଡ ଏବଂ ଓ୍ବେଲ୍ସର ପ୍ଲେଇଂ ଷ୍ଟ୍ରକ୍‌ଚର ପ୍ରାୟତଃ ସମାନ। ତେବେ ଆମେ ଓ୍ବେଲ୍ସ ବିପକ୍ଷ ମ୍ୟାଚରେ ପେନାଲ୍ଟି କର୍ନରକୁ ସଫଳତାର ସହ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri