ଅଭିଯୁକ୍ତ ସ୍ବାମୀ ଜେଲ ଗଲେ

କଟକ ଅଫିସ,୧୮ା୧: କଟକ ମଧୁପାଟଣା ଥାନା ଅଧୀନ ଶ୍ରୀରାମ ନଗର ଅଞ୍ଚଳରେ ସୋମବାର ଘଟିଥିବା ମାଆ-ପୁଅ ମୃତ୍ୟୁ ଘଟଣାରେ ପୋଲିସ ମୃତା ମହିଳାଙ୍କ ସ୍ବାମୀ ସନ୍ତୋଷ ଖୁଣ୍ଟିଆଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ମୃତା ମହିଳା ଶିଳ୍ପୀ ଖୁଣ୍ଟିଆଙ୍କ ପରିବାର ପକ୍ଷରୁ ଦାଏର ଏତଲାକୁ ଭିତ୍ତି କରି ଥାନାରେ ଏକ ମାମଲା ରୁଜୁ ହୋଇଛି। ଅଭିଯୋଗ ମୁତାବକ, ସନ୍ତୋଷ ତାଙ୍କ ସ୍ତ୍ରୀ ଶିଳ୍ପୀଙ୍କୁ ବିଭିନ୍ନ ସମୟରେ ମାନସିକ ନିର୍ଯାତନା ଦେଇଆସୁଥିଲେ, ଯେଉଁଥିପାଇଁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିବା ଦିଗକୁ ପୋଲିସ ଗୁରୁତର ସହ ଗ୍ରହଣ କରିଛି। ଏ ନେଇ ପୋଲିସ ପ୍ରାଥମିକ ଅବସ୍ଥାରେ ସନ୍ତୋଷଙ୍କୁ ଗିରଫ କରିଛି। ତାଙ୍କୁ କୋର୍ଟ ଚାଲାଣ ପରେ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଡିସିପି ପିନାକ ମିଶ୍ର କହିଛନ୍ତି।
ଶ୍ରୀରାମ ନଗର ଅଞ୍ଚଳର ଏକ ଭଡ଼ାଘରେ ଶିଳ୍ପୀ ୨ ବର୍ଷର ଶିଶୁପୁତ୍ର ସହ ରହୁଥିଲେ। ଶିଶୁପୁତ୍ରର ସାବତମା’ ହେଉଛନ୍ତି ଶିଳ୍ପୀ। ପାରିବାରିକ କଳହର କରୁଣ ପରିଣତି ସ୍ବରୂପ ୨ବର୍ଷର ପୁତ୍ରକୁ ହତ୍ୟାକରି ସେ ଆତ୍ମହତ୍ୟା କରିଥିଲେ। ନେତାଜୀ ନଗର ଅଞ୍ଚଳର ବାସିନ୍ଦା ଶିଳ୍ପୀ ୨୦୨୧ ନଭେମ୍ବର ୨୬ରେ ସାଲେପୁର ଥାନା ମୁର୍କୁଣ୍ଡି ଗ୍ରାମର ସନ୍ତୋଷଙ୍କୁ ବିବାହ କରିଥିଲେ। ଉଭୟେ ପୂର୍ବରୁ ଅନ୍ୟତ୍ର ବିବାହ କରିଥିଲେ। ସନ୍ତୋଷଙ୍କ ପ୍ରଥମ ସ୍ତ୍ରୀ ଶିଶୁପୁତ୍ରଟିକୁ ଜନ୍ମ ଦେଇ ମେଡିକାଲ ବେଡ୍‌ରେ ମୃତ୍ୟୁବରଣ କରିଥିଲେ। ସେହିପରି ଶିଳ୍ପୀ ପ୍ରଥମ ସ୍ବାମୀଙ୍କଠାରୁ ବିବାହ ବିଚ୍ଛେଦ ହୋଇ ଏକାକୀ ରହୁଥିଲେ। ଉଭୟଙ୍କ ମଧ୍ୟରେ ସୋସିଆଲ ମିଡ଼ିଆରେ ପରିଚୟ ହେବା ପରେ ପରିବାରର ସହମତିରେ ବିବାହ ହୋଇଥିଲା। ଉଭୟ ପେସାରେ ଇଞ୍ଜିନିୟର। ହେଲେ ପରବର୍ତ୍ତୀ ସମୟରେ ବିଭିନ୍ନ କାରଣରୁ ଉଭୟଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଥିଲା। ଶିଳ୍ପୀ କଟକରେ ରହିବାକୁ ଚାହୁଁଥିବାବେଳେ ସେ ମୁର୍କୁଣ୍ଡି ଗଁାରେ ରହନ୍ତୁ ବୋଲି ସନ୍ତୋଷ ଚାହୁଁଥିଲେ। ସନ୍ତୋଷଙ୍କ ପ୍ରଥମ ସ୍ତ୍ରୀଙ୍କ ପୁତ୍ରକୁ ଶିଳ୍ପୀ ନିଜ ପାଖରେ ରଖି ଲାଳନପାଳନ କରୁଥିବାବେଳେ ସେହି ପୁଅକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଥିଲା। ସନ୍ତୋଷଙ୍କ କଥାରେ ଶିଳ୍ପୀ ରାଜି ନ ହେବାରୁ ସେ ତାଙ୍କଠାରୁ ପୁଅକୁ ଅଲଗା କରି ନେଇଯିବାକୁ ଉଦ୍ୟମ କରିଥିଲେ। ଶିଳ୍ପୀ ପୁଅକୁ ଛାଡ଼ିବାକୁ ଚାହୁଁ ନ ଥିଲେ। ସେ ଯେଉଁଠି ରହିବେ ପୁଅ ସେଇଠି ରହିବ ବୋଲି ସେ ବାରମ୍ବାର ପୂର୍ବରୁ କହିଥିଲେ, ଯାହାର ପରିଣତି ସ୍ବରୂପ ଏଭଳି ବର୍ବରକାଣ୍ଡ ସେ କରିବସିଥିଲେ। ସେ ଶିଶୁପୁତ୍ରକୁ ବ୍ଲେଡ୍‌ରେ କାଟି ହତ୍ୟା କରିବା ପରେ ନିଜେ ଫ୍ୟାନ୍‌ରେ ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଭଡ଼ାଘର ଭିତରକୁ ଯିବାର ଏକମାତ୍ର ପଥ ମୁଖ୍ୟ ଦରଜା ବନ୍ଦ ଥିବାରୁ ଏହି କାଣ୍ଡ ଶିଳ୍ପୀଙ୍କ ବ୍ୟତୀତ ଅନ୍ୟ କେହି କରିବାର ସୁଯୋଗ ନାହିଁ ବୋଲି ପୋଲିସ ତଦନ୍ତରୁ ଜାଣିଛି।
ଶିଳ୍ପୀଙ୍କ ଶାଶୁଘର ପକ୍ଷର ଏତଲାକୁ ଭିତ୍ତି କରି ଏକ ମାମଲା(ନଂ.୧୭/୨୩) ରୁଜୁ ହୋଇଥିବାବେଳେ ତାଙ୍କ ବାପଘର ପକ୍ଷର ଏତଲାକୁ ଭିତ୍ତି କରି ଆଉ ଏକ ମାମଲା(ନଂ.୧୮/୨୩) ରୁଜୁ ହୋଇଛି। କେଉଁ ପରିସ୍ଥିତିରେ ମହିଳା ଜଣକ ସାବତ ପୁଅକୁ ମାରି ନିଜେ ଆତ୍ମହତ୍ୟା କଲେ ପୋଲିସ ତାହାର ତଦନ୍ତ କରୁଛି। ଶିଳ୍ପୀଙ୍କ ବାପଘର ଲୋକ ଝିଅର ମୃତ୍ୟୁ ପାଇଁ ସ୍ବାମୀ ଏବଂ ତାଙ୍କ ଶାଶୁଘର ଲୋକଙ୍କୁ ଦାୟୀ କରିଥିଲେ। ତେଣୁ ପୋଲିସ ସନ୍ତୋଷଙ୍କୁ ଗିରଫ କରିଥିବାବେଳେ ପରବର୍ତ୍ତୀ ସମୟରେ ତାଙ୍କ ପରିବାରର ଅନ୍ୟମାନଙ୍କୁ ପଚରାଉଚରା କରିବ ବୋଲି ସୂଚନା ମିଳିଛି। ତେଣୁ ଆଗାମୀ ଦିନରେ ଗିରଫଦାରି ବଢ଼ିବା ସମ୍ଭାବନା ରହିଛି। ଅପରପକ୍ଷରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନ୍ୟ ଥାନାର ଏଏସ୍‌ଆଇଙ୍କୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ସମ୍ପୃକ୍ତ ଏଏସ୍‌ଆଇଙ୍କୁ ଏନେଇ ପଚରାଉଚରା କରାଯିବ। ତାଙ୍କର କିଛି ମନ୍ଦ ଉଦ୍ଦେଶ୍ୟ ଥିବା ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮।୫: ରାଜ୍ୟରେ ଅନେକ ସ୍ଥାନରେ କାଳବୈଶାଖୀ ଯୋଗୁଁ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ ଏବଂ ଦିନ...

ନେଟ୍‌ଓ୍ବର୍କ ନାହିଁ ତ ଭୋଟ୍‌ ନାହିଁ ଲେଖି ଗାଁରେ ପୋଷ୍ଟର ମାରିଲେ ଗ୍ରାମବାସୀ

ଖଲ୍ଲିକୋଟ,୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କନକା ଗ୍ରାମରେ ନାହିଁ ମୋବାଇଲ ନେଟ୍‌ଓ୍ବର୍କ। ଆଜିର ସମୟରେ ସାଧାରଣ ଜୀବନରେ ମୋବାଇଲ ଅପରିହାର୍ଯ୍ୟ...

ସୂଚନାଦାତା ସନ୍ଦେହରେ ଯୁବକଙ୍କୁ ମାଓବାଦୀଙ୍କ ଆକ୍ରମଣ

ମାଲକାନଗିରି,୮ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ନାରାୟଣପୁରରେ ମାଓବାଦୀମାନେ ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଗୁରୁତର ଅବସ୍ଥାରେ ଆହତ ବ୍ୟକ୍ତିଙ୍କୁ ସୁରକ୍ଷା କର୍ମୀମାନେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।...

ବିଳମ୍ବରେ ଆସିଲେ କଟିବ ଦରମା, କଠୋର ହେଲା BMC

ଭୁବନେଶ୍ୱର,୮ା୫: ଏଣିକି ବିଳମ୍ବରେ ଆସିଲେ କର୍ମଚାରୀ ମାନଙ୍କର ଦରମା କାଟିବ ଭୁବନେଶ୍ୱର ମହାନଗର ନିଗମ(ବିଏମସି)। ବିଳମ୍ବରେ ଅଫିସ୍ ଆସୁଥିବା କର୍ମଚାରୀଙ୍କ ପ୍ରତି କଠୋର ହୋଇଛି ବିଏମସି।...

ଆତ୍ମସମର୍ପଣ କଲେ ୩ ମାଓବାଦୀ

ମାଲକାନଗିରି, ୮ା୫(ଦୁଯେର୍ର୍‌ୟାଧନ ପାତ୍ର):  ଛତିଶଗଡ଼ ଦାନ୍ତେୱାଡା ଜିଲା ପୋଲିସ ନିକଟରେ ୩ ମାଓବାଦୀ ବୁଧବାର ଆତ୍ମସମର୍ପଣ କରିଛନ୍ତି। ସୂଚନାନୁଯାୟୀ, ହିଂସାର ବାଟ ଛାଡି ସମାଜର ମୁଖ୍ୟ...

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

ମାଲକାନଗିରି,୮ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଖଇରପୁଟରେ ବୁଧବାର ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଭାଜପା କର୍ମୀମାନେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ମୁଦୁଲିପଡ଼ା...

୧୫ ମିନିଟ୍‌ ଅନ୍ଧାରରେ ରହିଲା ଶ୍ରୀମନ୍ଦିର

ପୁରୀ,୮ା୫: ଶ୍ରୀମନ୍ଦିର ବୁଧବାର ରାତିରେ ୧୫ ମିନିଟ୍‌ ପର୍ଯ୍ୟନ୍ତ ଅନ୍ଧକାରରେ ରହିଥିଲା। ପାଓ୍ବାର କଟ୍‌ ହେବାରୁ ୧୫ରୁ ୨୦ ମିନିଟ୍‌ ଧରି ଶ୍ରୀମନ୍ଦିର ଅନ୍ଧାର ହୋଇଯାଇଥିଲା।...

ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ମଦ ଉପରେ ଲାଗିବ ବ୍ୟାନ୍: ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼,୮ା୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ମଦ ଉପରେ ଲାଗିବ ବ୍ୟାନ୍। ବୁଧବାର ଦେବଗଡ ଜିଲାର ତିଲେଇବଣି ଖେଳ ପଡିଆଠାରେ ଆୟୋଜିତ ଭାଜପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri