ଶିକ୍ଷାଗତ ଯୋଗ୍ୟତା ୧୦ମ ପାସ୍। ହେଲେ ଆବିଷ୍କାର କରିବାରେ ଇଞ୍ଜିନିୟର କିମ୍ବା ବୈଜ୍ଞାନିକଙ୍କ ସମତୁଲ୍ୟ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଆସାମ ଗୁଆହାଟୀର କନକ ଗୋଗୋଇ। ସେ ଏବେ ଏକ ଛୋଟ ଟ୍ରକ୍ଟର ନିର୍ମାଣ କରିଛନ୍ତି । ଏହାର ଦାମ୍ ୪୦ ହଜାର ଟଙ୍କା, ଯାହାକୁ କ୍ଷୁଦ୍ର ଚାଷୀମାନେ କିଣିପାରିବେ। ପାଠ ଛାଡ଼ି କନକ ପ୍ରଥମେ ଏକ ମେକାନିକାଲ ଓ୍ବାର୍କଶପରେ କାମ କଲେ ଓ ପରେ ୧୯୯୭ରେ ଗୁଆହାଟୀରେ ନିଜର ଏକ ଛୋଟ ଓ୍ବର୍କଶପ ଖୋଲି କାମ କରିବା ଆରମ୍ଭ କରିଥିଲେ। ସେବେଠାରୁ ଦୁଇ ଦଶନ୍ଧି ମଧ୍ୟରେ ଉକ୍ତ ମିନି ଟ୍ରାକ୍ଟରକୁ ମିଶାଇ କନକ ୧୦ରୁ ଅଧିକ ଆବିଷ୍କାର କରିସାରିଲେଣି। ଅନ୍ୟ ଆବିଷ୍କାରଗୁଡ଼ିକ ହେଲା ଗ୍ରାଭିଟି ଚାଳିତ ସାଇକେଲ, ସୌରଚାଳିତ ବୋଟ୍, କମ୍ପ୍ରେସ୍ଡ ଏୟାର ଟେକ୍ନୋଲୋଜି କାର୍, ଗ୍ରୀନ୍ ଟେକ୍ନୋଲୋଜି କାର୍ ଆଦି ଅନ୍ୟତମ। କରୋନା ମାହାମାରୀ ସମୟରେ ଉକ୍ତ ନୂଆ ଟ୍ରାକ୍ଟର ନିର୍ମାଣ କରିବା ଯୋଜନା କରି ଲକ୍ଡାଉନ ପରେ ଶେଷ କରିଛନ୍ତି। ଏହା ପଛରେ ମଧ୍ୟ ଏକ ଛୋଟ ଟ୍ରଲି ଲଗାଇ କ୍ଷେତରୁ ଶସ୍ୟ ଆଣିବାର ସୁବିଧା କରାଯାଇଛି। ଆବିଷ୍କାର ପାଇଁ କନକ ଅନେକ ସଂସ୍ଥା ତରଫରୁ ପୁରସ୍କୃତ ହୋଇଛନ୍ତି।
ଏଇ ଭାରତରେ
ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍ବିଏ ପାସ୍ କରିବା...
ଜୀବନର ଧାଁ ଦଉଡ଼
ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...
ଟଙ୍କାଖିଆ ମଣିଷ
ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...
ଦୁଇ ଦେଶ ଲୁଟୁଛନ୍ତି
ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...
ଏଇ ଭାରତରେ
ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍ ନ ନେଇ ପଲିଥିନରେ ପରିବା...
ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ
ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...
ଗାନ୍ଧୀ ନୂଅଁାଖାଇ
ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...
ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ
ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...
Archives


