ପୋଲିସ ନଜରବନ୍ଦୀରେ ପୁରୁଷବନ୍ଧୁ

ଯୋଡ଼ା, ୪ା୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରର ମହିଳା ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁର ୩ଦିନ ପରେ ମଧ୍ୟ ମୃତ୍ୟୁର ରହସ୍ୟ ଉପରୁ ପରଦା ହଟିପାରୁନି। ବ୍ୟବଚ୍ଛେଦ ପରେ ବିଷକ୍ରିୟାରୁ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିବାବେଳେ ଅଧିକ ସ୍ପଷ୍ଟ ପାଇଁ ନମୁନାକୁ ରାଜ୍ୟ ଫୋରେନ୍ସିକ ଲ୍ୟାବକୁ ପଠାଯାଇଛି। ସେଠାରୁ ରିପୋର୍ଟ ଆସିବା ପର୍ଯ୍ୟନ୍ତ ବ୍ୟବଚ୍ଛେଦ ରିପୋର୍ଟକୁ ସଂରକ୍ଷିତ ରଖାଯିବ ବୋଲି କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଧିକାରୀ କିଶୋର ଚନ୍ଦ୍ର ପୃଷ୍ଟି ମଙ୍ଗଳବାର ସୂଚନା ଦେଇଛନ୍ତି। ଅପରପକ୍ଷରେ ଅଭିଯୁକ୍ତ ପୁରୁଷବନ୍ଧୁ ଦିବ୍ୟରଞ୍ଜନ ମାଝିଙ୍କୁ ପୋଲିସ ନଜରବନ୍ଦୀରେ ରଖିଥିବା ବିଶ୍ୱସ୍ତସୂତ୍ରରୁ ଶୁଣିବାକୁ ମିଳିଥିବାବେଳେ ପୋଲିସ ଏନେଇ ମୁହଁ ଖୋଲୁନି। ତେବେ ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିବା କେନ୍ଦୁଝର ଅତିରିକ୍ତ ଏସ୍‌ପି ବିରଞ୍ଚତ୍ ନାରାୟଣ ଦେହୁରୀ ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଗତ ୩୧ତାରିଖ ରାତିରେ ଶୁଭଶ୍ରୀ ତାଙ୍କର ୭ଜଣ ଅନ୍ୟ କର୍ମଚାରୀଙ୍କ ସହିତ ନାଚଗୀତ କରି ନୂଆ ବର୍ଷ ପାଳନ କରିଥିଲେ। ମାତ୍ର ପରଦିନ ଅର୍ଥାତ ଜାନୁୟାରୀ ୧ତାରିଖ ସକାଳେ ସେ ଆଉ ଉଠି ନ ଥିଲେ। ଭିତରପଟୁ କବାଟ ବନ୍ଦ ହୋଇଥିଲା। ଏନେଇ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ ଖବର ଦେବାପରେ ପୋଲିସ ପହଞ୍ଚତ୍ କବାଟ ଭାଙ୍ଗି ଶୁଭଶ୍ରୀଙ୍କ ମୃତଦେହ ଜବତ କରିଥିଲା। ଉଲ୍ଲେଖଯୋଗ୍ୟ, ରୁଗୁଡିସ୍ଥିତ ଏକ ଖଣି କମ୍ପାନୀରେ ଡାକ୍ତର ଭାବେ କାର୍ଯ୍ୟ କରୁଥିବା ଦିବ୍ୟରଞ୍ଜନଙ୍କ ସହ ଗତ କିଛି ବର୍ଷ ହେଲା ଶୁଭଶ୍ରୀଙ୍କ ପ୍ରେମ ସମ୍ପର୍କ ରହିଥିଲା। ଶୁଭଶ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦିବ୍ୟରଞ୍ଜନ ତାଙ୍କ ସହ ଗତ ସେପ୍ଟେମ୍ବର ୧୮ ଏବଂ ଅକ୍ଟୋବର ୧୦ତାରିଖରେ ୨ଥର ଶାରୀରିକ ସମ୍ପର୍କ ରଖିଥିଲେ। ପରେ ଶୁଭଶ୍ରୀ ବିବାହ କରିବାକୁ କହିବାରୁ ଦିବ୍ୟରଞ୍ଜନ ପ୍ରତ୍ୟାଖ୍ୟାନ କରିଥିଲେ ବୋଲି ଗତ ୨୦ତାରିଖରେ ଯୋଡ଼ା ଥାନାରେ ଶୁଭଶ୍ରୀ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ଆଇପିସି ଦଫା ୪୧୭ ଏବଂ ୩୭୬(ଏନ୍‌)ରେ ଏକ ମାମଲା(ନଂ. ୩୬୩/୨୦୨୨)ରୁଜୁ କରିଥିଲା। ଏପରି କି ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଶୁଭଶ୍ରୀଙ୍କ ବୟାନ ରେକର୍ଡ ମଧ୍ୟ କରାଯାଇଥିଲା। ତେବେ ପରେ ଉଭୟଙ୍କ ମଧ୍ୟରେ ଆପୋସ ବୁଝାମଣା ହୋଇଥିବା ବିଶେଷ ସୂତ୍ରରୁ ହୋଇଥିବା ଶୁଣିବାକୁ ମିଳୁଥିବାବେଳେ ପୋଲିସ ଏ ସମ୍ପର୍କରେ କିଛି କହୁନାହିଁ। ଇତିମଧ୍ୟରେ ପୋଲିସ ଶୁଭଶ୍ରୀଙ୍କ ମୋବାଇଲ୍‌କୁ ଜବତ କରିଛି। ଡିସେମ୍ବର ୨୧ତାରିଖରେ ମାମଲା ରୁଜୁ ହେବା ପରଠାରୁ ଘଟଣା ଦିନ ପର୍ଯ୍ୟନ୍ତ ଶୁଭଶ୍ରୀ ଏବଂ ଦିବ୍ୟରଞ୍ଜନଙ୍କ ମଧ୍ୟରେ ମୋବାଇଲ୍‌ରେ କିଛି ବାର୍ତ୍ତାଳାପ ହୋଇଥିଲା କି?, ସେହି ବାର୍ତ୍ତାଳାପ ଶୁଭଶ୍ରୀଙ୍କ ମୃତ୍ୟୁର କାରଣ ହୋଇଥାଇପାରେ କି? ଏଭଳି କିଛି ଦିଗକୁ କଲ୍‌ ଡିଟେଲ୍ସ ଯାଞ୍ଚରୁ ଜଣାପଡ଼ିବ। ଅପରପକ୍ଷରେ ଶୁଭଶ୍ରୀଙ୍କ ପୁରୁଷବନ୍ଧୁ ଦିବ୍ୟରଞ୍ଜନ ଗତ ଡିସେମ୍ବର ୧ତାରିଖରେ ବ୍ୟକ୍ତିଗତ କାରଣ ଦର୍ଶାଇ ଖଣି କମ୍ପାନୀରେ କରୁଥିବା ଡାକ୍ତରୀ ଚାକିରି ଛାଡ଼ିବାକୁ ନୋଟିସ ଦେଇଥିଲେ। ସେବେଠାରୁ ସେ କାର୍ଯ୍ୟରେ ଯୋଗ ଦେଇ ନ ଥିବାବେଳେ ଘଟଣାପରଠାରୁ ତାଙ୍କ ମୋବାଇଲ୍‌ ସୁଇଚ୍‌ ଅଫ୍‌ ରହିଛି। ତେଣୁ କଲ୍‌ ଡିଟେଲ୍‌ସ ଯାଞ୍ଚ କଲେ ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଉଛି। ଅପରପକ୍ଷରେ ଶୁଭ୍ରଶ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ବାପା ଘଟଣା ସମ୍ପର୍କରେ ବିଶେଷ କିଛି ପ୍ରତିକ୍ରିୟା ଦେଇନାହାନ୍ତି। ପୋଲିସ ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri