Posted inଖେଳ

ଭାରତ-ଶ୍ରୀଲଙ୍କା ଟି୨୦ ଆଜି

ମୁମ୍ବାଇ,୩ା୧: ଟି୨୦ ବିଶ୍ୱକପ୍‌କୁ ଆଉ ମାତ୍ର ୧୮ ମାସ ରହିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମିଶନ୍‌ ୨୦୨୪ ପାଇଁ ପ୍ରସ୍ତୁତ ହେଉଛି ଭାରତ। ଭାରତୀୟ ଦଳର ୩ ବରିଷ୍ଠ ଖେଳାଳି ରୋହିତ ଶର୍ମା, ଲୋକେଶ ରାହୁଲ ଓ ବିରାଟ କୋହଲିଙ୍କ ବିନା ହାର୍ଦ୍ଦିକଙ୍କ ନେତୃତ୍ୱରେ ଶ୍ରୀଲଙ୍କା ବିପକ୍ଷ ସିରିଜ ଖେଳିବ ଭାରତ। ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟି୨୦ ବୁଧବାର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ଦିନିକିଆ ବିଶ୍ୱକପ୍‌ ବର୍ତ୍ତମାନ ଭାରତୀୟ ମ୍ୟାନେଜମେଣ୍ଟ ପାଇଁ ପ୍ରାଥମିକତା ରହିଥିବା ବେଳେ ହାର୍ଦ୍ଦିକଙ୍କ ନିକଟରେ ୨୦୨୪ର ଯୋଜନା ପ୍ରସ୍ତୁତ ପାଇଁ ସମୟ ମଧ୍ୟ ରହିଛି। ବରିଷ୍ଠ ଖେଳାଳିଙ୍କୁ ଶ୍ରୀଲଙ୍କା ସିରିଜରୁ ବାଦ୍‌ ଦିଆଯାଇଥିବା ବେଳେ ଭାରତୀୟ ମ୍ୟାନେଜମେଣ୍ଟ ବର୍ତ୍ତମାନ ଭବିଷ୍ୟତ ଉପରେ ଲକ୍ଷ୍ୟ ରଖିଥିବା ସ୍ପଷ୍ଟ।
ଟିମ୍‌ କମ୍ବିନେଶନ: ନ୍ୟୁଜିଲାଣ୍ଡ ସିରିଜରେ ରିଷଭ ପନ୍ତ ଓ ଇଶାନ କିଶନ ଓପନ କରିଥିଲେ। ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ପନ୍ତ ଏହି ସିରିଜରୁ ବାଦ୍‌ ପଡିଥିବା ବେଳେ ଋତୁରାଜ ଗାଏକ୍ୱାଡ ଇନିଂସ ଓପନ କରିପାରନ୍ତି। ଉଭୟ କିଶନ ଏବଂ ଗାଏକ୍ୱାଡ ଆଇପିଏଲରେ ଭଲ ପ୍ରଦର୍ଶନ କରିଛନ୍ତି। ସେହିପରି ଅନ୍ୟତମ ଓପନିଙ୍ଗ ବିକଳ୍ପ ଭାବରେ ଶୁବମାନ ଗିଲ୍‌ ମଧ୍ୟ ରହିଛନ୍ତି। ୩ ନମ୍ବର ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କ ଖେଳିବା ନିଶ୍ଚିତ ରହିଥିବା ବେଳେ ଦୀପକ ହୁଦା ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୪ ଓ ୫ ନମ୍ବର ଖେଳାଳି ରହିବେ। ମଧ୍ୟକ୍ରମରେ ଖାଲିଥିବା ଅନ୍ୟ ଏକ ସ୍ଥାନରେ ସଞ୍ଜୁ ସାମସନ୍‌ ଓ ରାହୁଲ ତ୍ରିପାଠୀଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ। ବିଗତ କିଛି ସିରିଜ୍‌ ଧରି ତ୍ରିପାଠୀ ବେଞ୍ଚରେ ବସିଥିଲେ ମଧ୍ୟ ଅଭିଜ୍ଞତା ଦୃଷ୍ଟିରୁ ସାମସନଙ୍କୁ ସୁଯୋଗ ମିଳିବ। ସପ୍ତମ ସ୍ଥାନରେ ଓ୍ବାଶିଂଟନ୍‌ ସୁନ୍ଦର ଓ ଅକ୍ଷର ପଟେଲଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ। ମୁଖ୍ୟ ସ୍ପିନର ଭାବରେ ୟୁଜବେନ୍ଦ୍ର ଚହଲଙ୍କୁ ଦଳରେ ସାମିଲ କରାଯାଇପାରେ। ଅନକ୍ୟାପ୍‌ଡ ଖେଳାଳି ଶିବମ ମାଭି ଓ ମୁକେଶ କୁମାର ଭାରତୀୟ ଦଳରେ ରହିଥିଲେ ମଧ୍ୟ ଅର୍ଶଦୀପ, ହର୍ଷଲ ପଟେଲ ଓ ଉମ୍ରାନ ମଲିକ୍‌ ବୋଲିଂର ନେତୃତ୍ୱ ନେଇପାରନ୍ତି। ଏସିଆ କପ୍‌ ଚାମ୍ପିୟନ ଶ୍ରୀଲଙ୍କା ପ୍ରିମିୟର ଲିଗ୍‌ ପ୍ରଦର୍ଶନ ଆଧାରରେ ଦଳ ଚୟନ କରିଛି। ଏହି ଦଳକୁ ଅଭିଷ୍କା ଫର୍ନାଣ୍ଡୋ, ଚାମିକା କରୁଣାରତ୍ନେ ଓ ସାଦିରା ସମରଓ୍ବିକ୍ରମା ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଭାନୁକା ରାଜପାକ୍‌ସେଙ୍କ ପ୍ରଦର୍ଶନ ଉପରେ ମଧ୍ୟକ୍ରମ ବ୍ୟାଟିଂର ଭାର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri