ପୂର୍ବତଟ ରେଳପଥର ରେକର୍ଡ ପ୍ରଦର୍ଶନ

ଭୁବନେଶ୍ୱର,୩।୧ : ଭାରତୀୟ ରେଲଓ୍ବେର ପ୍ରମୁଖ ଜୋନ ପୂର୍ବତଟ ରେଳପଥ ୨୦୨୨ ବର୍ଷରେ ଉଭୟ ପଣ୍ୟ ବୋଝେଇ ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଅନେକ ସଫଳତା ହାସଲ କରିଛି। ଏପରିକି ପୂର୍ବତଟ ରେଳପଥର ବିଭିନ୍ନ ରେଳ କାର୍ଯ୍ୟକ୍ରମରେ ରେକର୍ଡ ପ୍ରଦର୍ଶନ ହାସଲ କରି ବର୍ଷ ଶେଷ କରିଥିବା ଜଣାପଡିଛି। ବିଶେଷକରି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିୟମିତ ଭାବେ ରେଳପଥର ବିଭିନ୍ନ କାର୍ଯ୍ୟ ସମ୍ବନ୍ଧରେ ନଜର ରଖିଛନ୍ତି। ସେହିଭଳି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କ୍ରମାଗତ ପ୍ରକଳ୍ପ ସମୀକ୍ଷା ଏବଂ ମହାପ୍ରବନ୍ଧକ ରୂପ ନାରାୟଣ ସୁନକରଙ୍କ ଉପଦେଶ ଯୋଗୁଁ ଏହା ସମ୍ଭବ ହୋଇଛି। ଅପରପକ୍ଷରେ ଚଳିତ ଆର୍ଥିକ ବର୍ଷ (୨୦୨୨-୨୩) ର ଡିସେମ୍ବର ମାସ ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ୧୭୫.୩୨ ନିୟୁତ ଟନ୍‌ ମାଲ ପରିବହନ କରିଛି, ଯାହା ଗତ ଆର୍ଥିକ ବର୍ଷର ୧୬୯.୩୯ ନିୟୁତ ଟନ ତୁଳନାରେ ୫.୯୩ ନିୟୁତ ଟନ ଅଧିକ ଏବଂ ପ୍ରାୟ ୩.୫% ଅଭିବୃଦ୍ଧି ହୋଇଛି। ସେହିପରି ମାଲ ପରିବହନର ଆୟ ଦୃଷ୍ଟିରୁ ପୂର୍ବତଟ ରେଳପଥ ଏହି ସମୟ ମଧ୍ୟରେ ୧୪,୨୪୭.୮୮କୋଟି ଟଙ୍କା ଆୟ କରିଛି, ଯାହା ୧୩,୧୩୪.୯୮ କୋଟି ଟଙ୍କା ତୁଳନାରେ ଗତ ଆର୍ଥିକ ବର୍ଷ ତୁଳନାରେ ୮.୪୭% ବୃଦ୍ଧି ପଞ୍ଜିକରଣ କରି ୧,୧୧୨.୯ କୋଟି ଟଙ୍କା ବୃଦ୍ଧି କରିଛି। ସେହିଭଳି ଯାତ୍ରୀ ପରିବହନ କ୍ଷେତ୍ରରୁ ପୂର୍ବତଟ ରେଳପଥ ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ୫୩.୧୧ ନିୟୁତ ଯାତ୍ରୀ ପରିବହନ କରିଛି, ଯାହା ଗତ ଆର୍ଥିକ ବର୍ଷର ୨୧.୩୭ ମିଲିୟନ ତୁଳନାରେ ୧୪୮.୫% ଅଭିବୃଦ୍ଧି ପଞ୍ଜିକରଣ କରିଛି, ଯାତ୍ରୀମାନଙ୍କଠାରୁ ଆୟ କ୍ଷେତ୍ରରେ ପୂର୍ବତଟ ରେଳପଥ ୮୨.୧୭% ବୃଦ୍ଧି ପଞ୍ଜିକରଣ କରି ଗତ ବର୍ଷର ଆୟ ୭୭୦.୪୫ କୋଟି ତୁଳନାରେ ଚଳିତ ବର୍ଷ ୧,୪୦୩.୫୮ କୋଟି ଆୟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri