Posted inଖେଳ

ଦୁଇ ବର୍ଷ ଲେଖାଏ ବ୍ୟବଧାନରେ ହୋଇଥିଲା ପ୍ରଥମ ୩ ବିଶ୍ୱକପ୍‌

ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଆନୁକୂଲ୍ୟରେ ପୁରୁଷ ହକି ବିଶ୍ୱକପ୍‌ ୧୯୭୧ରୁ ଆରମ୍ଭ ହୋଇଥିଲା। ଇତିହାସ ଅବଲୋକନ କଲେ ଜଣାଯାଏ ଯେ, ପ୍ରଥମ ୩ ବିଶ୍ୱକପ୍‌ ପ୍ରତି ୨ ବର୍ଷ ବ୍ୟବଧାନରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ବିଶ୍ୱକପ୍‌ର ଆୟୋଜନ ଭାର ପାଇଥିଲା ସ୍ପେନ୍‌। ବାର୍ସେଲୋନାରେ ଅନୁଷ୍ଠିତ ପ୍ରଥମ ସଂସ୍କରଣରେ ପାକିସ୍ତାନ ଚାମ୍ପିୟନ ହୋଇଥିବାବେଳେ ଆୟୋଜକ ସ୍ପେନ୍‌ ରନରଅପ୍‌ ଏବଂ ଭାରତକୁ ତୃତୀୟ ସ୍ଥାନ ମିଳିଥିଲା। ପରବର୍ତ୍ତୀ ସଂସ୍କରଣ ୧୯୭୩ରେ ନେଦରଲାଣ୍ଡ୍ସର ଅମଷ୍ଟେଲଭିନ୍‌ରେ ଆୟୋଜିତ ହୋଇଥିଲା। ଏଥିରେ ଆୟୋଜକ ଦଳ ଟାଇଟଲ ହାସଲ କରିଥିବାବେଳେ ଭାରତ ରନରଅପ୍‌ ହୋଇଥିଲା। ତୃତୀୟ ବିଶ୍ୱକପ୍‌ ୧୯୭୫ରେ ମାଲେସିଆର କୁଆଲାଲମ୍ପୁରରେ ଅନୁଷ୍ଠିତ ହୋଇଥିଲା। ଫାଇନାଲରେ ପାକିସ୍ତାନକୁ ହରାଇ ଭାରତ ପିନ୍ଧିଥିଲା ବିଜୟ ମୁକୁଟ। ପରବର୍ତ୍ତୀ ବିଶ୍ୱକପ୍‌ ୩ ବର୍ଷ ବ୍ୟବଧାନରେ ଅର୍ଥାତ୍‌ ୧୯୭୮ରେ ହୋଇଥିଲା। ଏଥର ଆୟୋଜନ ଅଧିକାର ପାଇଥିଲା ଆର୍ଜେଣ୍ଟିନା ଏବଂ ବୁଏନ୍ସ ଏୟାର୍ସରେ ଏହା ଆୟୋଜିତ ହୋଇଥିଲା। ଏଥିରେ ପାକିସ୍ତାନ ଚାମ୍ପିୟନ ଓ ନେଦରଲାଣ୍ଡ୍ସ ରନରଅପ୍‌ ହୋଇଥିଲା। ଏହା ପରଠାରୁ ଅର୍ଥାତ୍‌ ୧୯୮୨ଠାରୁ ପ୍ରତି ବିଶ୍ୱକପ୍‌ ୪ ବର୍ଷ ବ୍ୟବଧାନରେ ଆୟୋଜିତ ହୋଇ ଆସୁଛି। ୧୯୮୨ରେ ଭାରତ ପ୍ରଥମଥର ପାଇଁ ଆୟୋଜନ ଅଧିକାର ହାସଲ କରିଥିଲା। ବମ୍ବେ (ଏବେ ମୁମ୍ବାଇ)ରେ ଅନୁଷ୍ଠିତ ଟୁର୍ନାମେଣ୍ଟରେ ପାକିସ୍ତାନ ଓ ପଶ୍ଚିମ ଜର୍ମାନୀ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏହାପରେ ୧୯୮୬ରେ ଇଂଲଣ୍ଡର ଲଣ୍ଡନ, ୧୯୯୦ରେ ପାକିସ୍ତାନର ଲାହୋର, ୧୯୯୪ରେ ଅଷ୍ଟ୍ରେଲିଆର ସିଡ୍‌ନୀ, ୧୯୯୮ରେ ନେଦରଲାଣ୍ଡ୍ସର ଉଟ୍ରେଚ୍‌, ୨୦୦୨ରେ ମାଲେସିଆର କୁଆଲାଲମ୍ପୁର, ୨୦୦୬ରେ ଜର୍ମାନୀର ମନଚେନ୍‌ଗ୍ଲାଡବ୍ୟାକ୍‌, ୨୦୧୦ରେ ଭାରତର ନୂଆଦିଲ୍ଲୀ, ୨୦୧୪ରେ ନେଦରଲାଣ୍ଡ୍ସର ହଗ୍‌ ଏବଂ ୨୦୧୮ରେ ଭାରତର ଭୁବନେଶ୍ୱରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ସବୁ ସଂସ୍କରଣଗୁଡ଼ିକରେ ଯଥାକ୍ରମେ ଅଷ୍ଟ୍ରେଲିଆ-ଇଂଲଣ୍ଡ, ନେଦରଲାଣ୍ଡ୍ସ-ପାକିସ୍ତାନ, ପାକିସ୍ତାନ-ନେଦରଲାଣ୍ଡ୍ସ, ନେଦରଲାଣ୍ଡ୍ସ-ସ୍ପେନ୍‌, ଜର୍ମାନୀ-ଅଷ୍ଟ୍ରେଲିଆ, ଜର୍ମାନୀ -ଅଷ୍ଟ୍ରେଲିଆ, ଅଷ୍ଟ୍ରେଲିଆ-ଜର୍ମାନୀ, ଅଷ୍ଟ୍ରେଲିଆ-ନେଦରଲାଣ୍ଡ୍ସ ଏବଂ ବେଲଜିୟମ-ନେଦରଲାଣ୍ଡ୍ସ ଚାମ୍ପିୟନ-ରନରଅପ୍‌ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri