ମାର୍କେଟ ଛକଯାଏ ବଢ଼ିଲା ବ୍ୟାରିକେଡ୍‌

ପୁରୀ ଅଫିସ,୩୦ା୧୨: ସମ୍ପ୍ରତି ପର୍ଯ୍ୟଟନ ଋତୁ ଚାଲିଥିବାରୁ ପୁରୀରେ ଭକ୍ତ ଓ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ବ୍ୟାରିକେଡ୍‌ କରାଯାଇଛି। ଭକ୍ତମାନେ ଉକ୍ତ ବ୍ୟାରିକେଡ୍‌ ଦେଇ ଧାଡ଼ିରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ମାତ୍ର ଏହି ବ୍ୟାରିକେଡ୍‌ ଭକ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ସ୍ଥାନୀୟ ବାସିନ୍ଦା ମଧ୍ୟ ହଇରାଣ ହେଉଛନ୍ତି। ଅସ୍ଥାୟୀ ବ୍ୟାରିକେଡ୍‌ରେ ଭକ୍ତମାନେ ଘଣ୍ଟା ଘଣ୍ଟା ଠିଆ ହୋଇ ଅଣନିଃଶ୍ୱାସୀ ହେବା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନୂଆବର୍ଷ ପାଇଁ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଗୁରୁବାର ମାକେର୍ଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ୍‌ ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଏଥିସହ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସେହିପରି ଭକ୍ତମାନେ ଯେପରି ମହାପ୍ରଭୁଙ୍କ ଦର୍ଶନ ଭଲ ଭାବେ କରିପାରିବେ ଓ ନୀତି ଶୃଙ୍ଖଳିତ ହେବ ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି କରିଛି। ୩୧ ତାରିଖରେ ଶୀଘ୍ର ରାତ୍ର ପହୁଡ଼ କରାଯିବ। ମଧ୍ୟରାତ୍ରରେ ଦ୍ୱାର ଫିଟାଯାଇ ନୀତି କରାଯାଇ ଭକ୍ତଙ୍କୁ ଦର୍ଶନ ପାଇଁ ଛଡ଼ାଯିବ।
ଅପରପକ୍ଷରେ କୌଣସି କାରଣରୁ ମହାପ୍ରଭୁଙ୍କ ନୀତି ବିଳମ୍ବ ହେଲେ ଧାଡ଼ିରେ ଦୀର୍ଘ ସମୟ ଧରି ଛିଡ଼ା ରହିବା ଯୋଗୁ ଭକ୍ତଙ୍କ ଯନ୍ତ୍ରଣା ବଢ଼ିଯାଉଛି। ପୂର୍ବରୁ ଭକ୍ତମାନେ ଶ୍ରୀମନ୍ଦିରର ଚାରିଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରୁଥିଲେ। ଫଳରେ ଭକ୍ତଙ୍କୁ ବହୁ ସମୟ ଧରି ଠିଆ ହେବାକୁ ପଡୁ ନ ଥିଲା। ତେବେ କୋଭିଡ୍‌ ସମୟରୁ ପ୍ରଶାସନ ଶ୍ରୀମନ୍ଦିର ସିଂହଦ୍ୱାର ଓ ପଶ୍ଚିମଦ୍ୱାର ଦେଇ ଭକ୍ତଙ୍କୁ ପ୍ରବେଶ ଅନୁମତି ଦେଇଥିବାବେଳେ ଉତ୍ତର ଦ୍ୱାର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରିଛି। ଫଳରେ ସିଂହଦ୍ୱାର ପଟେ ଅସମ୍ଭାଳ ଭିଡ଼ ହେଉଛି। ସିଂହଦ୍ୱାରଠାରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ନିର୍ମିତ ଅସ୍ଥାୟୀ ବ୍ୟାରିକେଡ ଓ ଶେଡ୍‌ରେ ଗତ କିଛି ଦିନ ହେବ ଭକ୍ତଙ୍କ ଲମ୍ବାଧାଡ଼ି ଲାଗୁଛି। ପାଣିର ସୁବିଧା ନ ଥିବାରୁ ଶେଡ୍‌ ଭିତରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଧନ୍ଦି ହେଉଛନ୍ତି। ଗତ ବଡ଼ଦିନଠାରୁ ପ୍ରତିଦିନ ପ୍ରାୟ ୧ ଲକ୍ଷରୁ ଊଦ୍ଧର୍‌ବ ଶ୍ରଦ୍ଧାଳୁ ଶ୍ରୀମନ୍ଦିରକୁ ଆସୁଥିବାବେଳେ ଆସନ୍ତା ୧ ତାରିଖ ନୂଆବର୍ଷରେ ଏହି ସଂଖ୍ୟା ବୃଦ୍ଧି ପାଇ ୩ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି। ତେଣୁ ବ୍ୟାରିକେଡ୍‌କୁ ମାର୍କେଟ ଛକ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ଭିଆଇପିଙ୍କ ଉଦ୍ଦିଷ୍ଟ ପଥରେ ଛାତ୍ରୀଛାତ୍ର ଓ ବୃଦ୍ଧାବୃଦ୍ଧଙ୍କ ଯିବାର ବ୍ୟବସ୍ଥା ହୋଇଛି। ଶ୍ରୀମନ୍ଦିରରେ ଏବେ ପହିଲି ଭୋଗ ଚାଲିଛି। ମାତ୍ର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ହୋଇଥିବା ଦ୍ୱାରଫିଟା ନୀତିଠାରୁ ବିଳମ୍ବରେ ଦ୍ୱାର ଫିଟାଯାଉଛି। ଫଳରେ ନୀତି ବିଳମ୍ବ ହେଉଛି। ଏହା ଭକ୍ତଙ୍କ ଗହଳିର ଅନ୍ୟ ଏକ କାରଣ ବୋଲି କୁହାଯାଉଛି। ଦୁଇଦିନ ତଳେ ପ୍ରବଳ ଗହଳି ଓ ଠେଲାପେଲା ଯୋଗୁ ୯ ଜଣ ଛାତ୍ରୀ ବାଇଶିପାହାଚ ନିକଟରେ ଅଚେତ୍‌ ହୋଇପଡ଼ିଥିଲେ। ସେହିପରି ଅନେକ ସମୟରେ ଛୋଟପିଲା ଓ ବୃଦ୍ଧାବୃଦ୍ଧ ଭିଡ଼ରେ ଅଣନିଃଶ୍ୱାସୀ ହୋଇପଡ଼ିବାର ନଜିର ରହିଛି। ସମ୍ପ୍ରତି ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ଏସ୍‌ପି କନଓ୍ବର ବିଶାଲ ସିଂ କହିଛନ୍ତି। ସେ କହଛନ୍ତି, ଭିଡ଼ ନିୟନ୍ତ୍ରଣ ପାଇଁ ୩୦ ତାରିଖ ଯାଏ ୨୯ ସେକ୍ସନ୍‌ ଫୋର୍ସ ମୁତୟନ କରାଯିବ। ୩୧ ତାରିଖ ଓ ୧ ତାରିଖ ନୂଆବର୍ଷ ନିମନ୍ତେ ଅଧିକ ଫୋର୍ସ ମୁତୟନ କରାଯିବ। ଶ୍ରୀମନ୍ଦିରରେ ୧୮ ସେକ୍ସନ୍‌ ଫୋର୍ସ ସହ ୧୦ ଜଣ ଅଫିସର ଓ ୧୦ ଜଣ ସାଦା ପୋଷାକଧାରୀ ପୋଲିସ ଡ୍ୟୁଟି କରିବେ। ଭକ୍ତଙ୍କୁ ଦର୍ଶନରେ ଶ୍ରୀମନ୍ଦିର ପୋଲିସ ବା ଜେଟିପି ସହଯୋଗ କରିବେ। ବେଳାଭୂମିରେ ୪ ସେକ୍ସନ୍‌ ଫୋର୍ସ ଓ ୧୦ ଜଣ ସାଦା ପୋଷାକଧାରୀ ପୋଲିସ ମୁତୟନ ରହିବେ। ସହରରେ ଟ୍ରାଫିକ୍‌ ନିୟନ୍ତ୍ରଣ ଲାଗି ୭ ସେକ୍ସନ୍‌ ଫୋର୍ସ ମୁତୟନ ହେବେ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri