Posted inଖେଳ

ଅଷ୍ଟ୍ରେଲିଆ ୧୯୭ ରନରେ ଆଗୁଆ

ମେଲବୋର୍ନ,୨୮ା୧୨(ପି.ଟି): ଶତକୀୟ ଟେଷ୍ଟରେ ଓପନର ଡେଭିଡ୍‌ ଓ୍ବାର୍ନରଙ୍କ ଦ୍ୱିଶତକ ବଳରେ ଦୃଢ ସ୍ଥିତିରେ ରହିଛି ଅଷ୍ଟ୍ରେଲିଆ। ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୮୯ ରନରେ ଅଲଆଉଟ ହୋଇଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆ ୩ ଉଇକେଟରେ ୩୮୬ ରନ୍‌ କରିବା ସହିତ ୧୯୭ ରନରେ ଆଗୁଆ ରହିଛି। ପ୍ରଥମ ଦିନର ଅସମାପ୍ତ ସ୍କୋର ୪୫/୧ରୁ ଖେଳ ଆରମ୍ଭ କରିଥିଲା ଅଷ୍ଟ୍ରେଲିଆ। ମାର୍ନସ ଲାବୁଶେନ୍‌ ୧୪ ଓ ଷ୍ଟିଭେନ୍‌ ସ୍ମିଥ୍‌ ୮୫ ରନ୍‌ କରିଥିଲେ। ୨୫୪ ବଲ ଖେଳିଥିବା ଓ୍ବାର୍ନର ୧୬ ଚୌକା ଓ ୨ ଛକା ସହିତ ୨୦୦ ରନ୍‌ କରି ରିଟାୟର୍ଡ ହର୍ଟ ହୋଇଥିଲେ। ଖେଳ ଶେଷ ହେବା ବେଳକୁ ଆଲେକ୍ସ କେରୀ ୯ ଓ ଟ୍ରାଭିସ୍‌ ହେଡ୍‌ ୪୮ ରନରେ ଅପରାଜିତ ରହିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଆନରିଚ୍‌ ନର୍ଜେ ଓ କାଗିସୋ ରବାଡା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି।
ସଂକ୍ଷିପ୍ତ ସ୍କୋର
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ: ୬୮.୪ ଓଭରରେ ୧୮୯/୧୦ (ମାର୍କୋ ଜାନସେନ୍‌-୫୯, କାଇଲ ଭେରେୟିନ୍‌-୫୨, ଡିନ୍‌ ଏଲଗାର -୨୬, କାମେରନ୍‌ ଗ୍ରୀନ୍‌-୫/୨୭, ମିଚେଲ୍‌ ଷ୍ଟାର୍କ-୨/୩୯, ସ୍କଟ୍‌ ବୋଲାଣ୍ଡ-୧/୩୪)। ଅଷ୍ଟ୍ରେଲିଆ ପ୍ରଥମ ଇନିଂସ-୯୧ ଓଭରରେ ୩୮୬/୩ (ଡେଭିଡ୍‌ ଓ୍ବାର୍ନର-୨୦୦ ରିଟାୟର୍ଡ, ଷ୍ଟିଭେନ୍‌ ସ୍ମିଥ୍‌-୮୫, ଟ୍ରାଭିସ୍‌ ହେଡ୍‌-୪୮*, କାଗିସୋ ରବାଡା- ୧/୯୪, ଆନରିଚ୍‌ ନର୍ଜେ-୧/୫୦)।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ହେବ ଶ୍ମଶାନ ଘାଟ

ପୁରୁଷୋତ୍ତମପୁର,୧୨ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ମୃତଦେହ ଦାହ କରିବା ଓ କ୍ରିୟାକର୍ମ କରିବା ସହ ମୃତବ୍ୟକ୍ତିଙ୍କ ଅସ୍ଥି ରଖିବା ଲୋକଙ୍କ ଲାଗି ସମସ୍ୟା ପାଲଟିଥିବାବେଳେ...

ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ଜାତୀୟ ରାଜପଥରେ ଗର୍ଜିଲେ ଚାଷୀ

ସମ୍ବଲପୁର,୧୨।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଟୋକନ ମିଳିବା ବିଳମ୍ବକୁ ନେଇ ତାତି ଉଠିଛନ୍ତି ଚାଷୀ। ଉତ୍ତ୍ୟକ୍ତ ଚାଷୀ ଶୁକ୍ରବାର ପୂର୍ବାହ୍ନରୁ ସମ୍ବଲପୁର ସହରର ୨କୁ ନେଇ ଚାଷୀ...

୨୦୨୬ରେ ରାହୁ ଗୋଚର: ଏହି ୩ ରାଶିର ବଦଳିବ ଭାଗ୍ୟ, ୩ ରାଶିର ଭାଗ୍ୟ ଖରାପ

ନୂଆଦିଲ୍ଲୀ,୧୩।୧୨: ୨୦୨୬ ବର୍ଷ କିଛି ରାଶି ପାଇଁ ପରିବର୍ତ୍ତନଶୀଳ ବର୍ଷ ହୋଇପାରେ। ନୂତନ ବର୍ଷରେ ରାହୁ ଦୁଇଥର ନିଜର ସ୍ଥାନ ପରିବର୍ତ୍ତନ କରିବେ। ସମ୍ପତ୍ତି ଲାଭ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

ଭୋ ଭୋ ହୋଇ କାନ୍ଦିଲେ ହେମା ମାଳିନୀ: ୨ ଝିଅଙ୍କ ଆଗରେ ଘଟିଲା…

ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ନିକଟରେ ଦେହାନ୍ତ ହୋଇଥିଲା। ତାଙ୍କ ପରିବାର ଏବେ ବି ଏହି ଆଘାତରୁ ମୁକୁଳିପାରୁନାହିଁ। କିଛି ଦିନ ପୂର୍ବେ ସନ୍ନି ଦେଓଲ...

ନିଜକୁ ଶ୍ରମିକ କହିଲେ ମୋଦି, ଏନଡିଏ ସାଂସଦଙ୍କୁ କଣ ଗୁରୁମନ୍ତ୍ର ଦେଲେ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ଏନଡିଏ ସାଂସଦଙ୍କ ମଧ୍ୟରେ ବୈଠକ ଶେଷ ହୋଇଛି । ମିଡ଼ିଆ ରିପୋର୍ଟ ଅନୁସାରେ, ବୈଠକ ସକରାତ୍ମକ ଏବଂ...

ସନ୍ଦେହଜନକ ଅବସ୍ଥାରେ ବିବାହିତ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ସ୍ବାମୀ ପୋଡି ଦେଇଥିବା ଅଭିଯୋଗ ଆଣିଲେ…

ପାଟଣାଗଡ,ବେଲପଡ଼ା,୧୨/୧୨(ସଚ୍ଚିଦାନନ୍ଦ ମହାକୁର),(ମନୋଜ ମିଶ୍ର): ବଲାଙ୍ଗୀର ଜିଲା ବେଲପଡା ଥାନା କଟାପାଲିରେ ଏକ ଅଭାବନୀୟ ଘଟଣା ଘଟିଛି । ଗାଁର ଜଣେ ବିବାହିତ ମହିଳାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ...

ତେରଗାଁ-ମହାକାଳପଡ଼ା ଲୁଣାନଦୀ ସେତୁ ନିର୍ମାଣ ବନ୍ଦ କଲେ ଲୋକେ

ମହାକାଳପଡ଼ା,୧୨ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତେରଗାଁ ସେତୁ ନିର୍ମାଣ କାର୍ଯ୍ୟ ଅଗ୍ରଗତି ହେଉଛି। କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଏହି ନିର୍ମାଣ କାର୍ଯ୍ୟକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri