ପରିବର୍ତ୍ତନ ପାଇଁ ପ୍ରଯୁକ୍ତିବିଦ୍ୟାର ଆବଶ୍ୟକତା ରହିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୧୨(ବ୍ୟୁରୋ): ଏକବିଂଶ ଶତାବ୍ଦୀରେ ପରିବର୍ତ୍ତନ ପାଇଁ ପ୍ରଯୁକ୍ତିବିଦ୍ୟାକୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ପ୍ରଯୁକ୍ତିବିଦ୍ୟା ଆମ ସମାଜର ପ୍ରତ୍ୟେକ ଅଂଶ ଉପରେ ପ୍ରାଧାନ୍ୟ ବିସ୍ତାର କରୁଛି। ସଭ୍ୟତାର ଭବିଷ୍ୟତ ହିଁ ଶିକ୍ଷାର ଦିଗ ଓ ଗୁଣବତ୍ତା ଉପରେ ନିର୍ଭର କରେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମଙ୍ଗଳବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ବିପିୟୁଟି)ର ଏକାଡେମିକ ମିଟ୍‌ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ‘ନୂତନ ଶିକ୍ଷାନୀତି ୨୦୨୦ରେ ବୈଷୟିକ ତଥା ବୃତ୍ତିଗତ ଶିକ୍ଷାର ରୂପାନ୍ତର’ ଉପରେ ମତ ରଖିଥିଲେ। ସେ କହିଲେ, ଜାତୀୟ ଶିକ୍ଷା ନୀତି ୨୦୨୦ ଏକ ଅର୍ଥପୂର୍ଣ୍ଣ ପ୍ରୟାସ ଏବଂ ଶିକ୍ଷାର ସମସ୍ତ ସ୍ତରରେ ଦିଗ ସ୍ଥିର କରିଛି। ବିଶିଷ୍ଟ ବୈଜ୍ଞାନିକ କେ. କସ୍ତୁରୀରଙ୍ଗାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ନୀତି ଆମର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛି। ଏହି ବୈଠକ ଶିକ୍ଷା ନୀତି ମଧ୍ୟରେ ନୂତନ ନୀତି ଉପରେ ସଚେତନତା ଆଣିବାରେ ସାହାଯ୍ୟ କରିବ। ବୈଷୟିକ ଶିକ୍ଷାର ରୂପାନ୍ତର ପ୍ରୟାସରେ ରାଜ୍ୟ ସରକାର ସମସ୍ତ ଆବଶ୍ୟକ ସହାୟତା ଯୋଗାଇବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।
ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼େଇ ଯୋଗଦେଇ ୫-ଟି ପ୍ରୟୋଗ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ରାଜ୍ୟରେ ହୋଇଥିବା ପରିବର୍ତ୍ତନ ବିଷୟରେ କହିଥିଲେ। ବିପିୟୁଟି କୁଳପତି ପ୍ରଫେସର ବଂଶୀଧର ମାଝି ସ୍ବାଗତ ଭାଷଣ ଓ ରେଜିଷ୍ଟ୍ରାର ଧନ୍ୟବାଦ ଦେଇଥିଲେ। ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌, ମୁଖ୍ୟ ସଚିବ ଉଷା ପାଢ଼ୀ, ଆଇଆଇଟି ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍‌ କରମଲ୍‌କର, ଆଇଆଇଏସ୍‌ସି ବେଙ୍ଗାଲୁରୁର ପୂର୍ବତନ ପ୍ରଫେସର ଏନ୍‌.ସି. ଶିବପ୍ରକାଶ, ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଏସ୍‌.କେ. ନାୟକ ଏବଂ ପେରି ଏଣ୍ଟରପ୍ରାଇଜେସ୍‌ର ସିଇଓ ଆର୍‌.ଆର୍‌. ମହାପାତ୍ର ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ବିଶ୍ୱବିଦ୍ୟାଳୟର ନୂତନ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା ଏବଂ ଏହାର ବିଭିନ୍ନ ଦିଗ ଯେପରିକି ବହୁ-ଶୃଙ୍ଖଳିତ ପାଠ୍ୟକ୍ରମର ପ୍ରବର୍ତ୍ତନ, ଅନୁସନ୍ଧାନ, ଇନୋଭେଶନ ଏବଂ ର଼୍ୟାଙ୍କିଙ୍ଗରେ ଉନ୍ନତି ଆଣିବା, ଦକ୍ଷତା ବୃଦ୍ଧି, ବୈଷୟିକ ପାଇଁ ବ୍ୟାପକ ଢାଞ୍ଚା ସୃଷ୍ଟି ପାଇଁ ଯୋଜନା ରହିଛି। ବୈଷୟିକ ଶିକ୍ଷାରେ ସ୍ଥାନୀୟ ଭାଷାକୁ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ବିପିୟୁଟି ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri