ମଙ୍ଗଳା ମନ୍ଦିର, ଚନ୍ଦ୍ରଭାଗାର ବିକାଶ ହେବ

ପୁରୀ ଅଫିସ/କାକଟପୁର/ଅସ୍ତରଙ୍ଗ/କୋଣାର୍କ,୨୫।୧୨(ଡି.ଏନ୍‌.ଏ.): ୫-ଟି ସଚିବ ଭି.କେ. ପାଣ୍ଡିଆନ ଶନିବାର ଭୋରୁ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଚାଲିଥିବା ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି। ୫-ଟି ସଚିବ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ, ଶ୍ରୀଜଗନ୍ନାଥ ଷ୍ଟାଡିୟମ, ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ, ଶ୍ରୀଜଗନ୍ନାଥ ମେଡିକାଲ ଭଳି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ତାଙ୍କ ସହ ଜିଲାପାଳ ସମର୍ଥ ବର୍ମା ଓ ଅନ୍ୟାନ୍ୟ ପ୍ରଶାସନିକ ବରିଷ୍ଠ ଅଧିକାରୀ ଥିଲେ। ୨୦୨୪ ସୁଦ୍ଧା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ କିଭଳି ଶେଷହେବ ସେନେଇ ଜିଲାପାଳଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ୫-ଟି ସଚିବ ପାଣ୍ଡିଆନ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳା ମନ୍ଦିର ଗସ୍ତ କରି ମା’ଙ୍କୁ ଦର୍ଶନ କରିବା ସହିତ ପୀଠର ବିକାଶ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଇଛନ୍ତି। ଏହାସହିତ ମନ୍ଦିର ପ୍ରାଙ୍ଗଣରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ମାଷ୍ଟର ପ୍ଲାନ୍‌କୁ ନେଇ ଜିଲାପାଳ ଏବଂ ସେବାୟତଙ୍କ ସହିତ ଆଲୋଚନା କରିଥିଲେ। ମନ୍ଦିର ଏବଂ ଏହାର ପାରିପାର୍ଶ୍ୱିକ ବିକାଶ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ପାଣ୍ଡିଆନ ପ୍ରତିଶ୍ରୁତି ଦେଇଥିଲେ। ୫-ଟି ସଚିବଙ୍କ ନିର୍ଦ୍ଦେଶକ୍ରମେ ଜିଲାପାଳ ସମର୍ଥ ବର୍ମା ଓ ମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମେଶ୍ୱର ମନ୍ଦିରକୁ ଯାଇ ସେଠାରେ ଥିବା ପୁଷ୍କରିଣୀ ଉଦ୍ଧାର ସହିତ ମନ୍ଦିର ଚାରିପଟେ ପାଚେରି ନିର୍ମାଣ ପାଇଁ ସେବକ ସମିତି ସଭାପତି ମନୋରଞ୍ଜନ ପଣ୍ଡା ଓ ମଙ୍ଗଳା ମନ୍ଦିର ଉପଦେଷ୍ଟା କମିଟି ସଦସ୍ୟ ତୁଷାର ରଞ୍ଜନ ଦୀକ୍ଷିତ, ହିମାଂଶୁ ଭୂଷଣ ଦୀକ୍ଷିତ, କମଳ ଲୋଚନ ଦୀକ୍ଷିତ, ମିତୁ ରଞ୍ଜନ ଦୀକ୍ଷିତ, ସରପଞ୍ଚ ଅଭୟ ସେଠୀ ଓ ସେବାୟତମାନଙ୍କ ସହିତ ବିସ୍ତୃତ ଆଲୋଚନା କରି ତହସିଲଦାର ବିରଞ୍ଚତ୍ ନାରାୟଣ ବେହେରାଙ୍କୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ମଙ୍ଗଳା ମନ୍ଦିରର ଉନ୍ନତୀକରଣ ପାଇଁ ୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଅପରପକ୍ଷେ ମା’ଙ୍କ ମନ୍ଦିର ପାଦଦେଶରେ ବୋହିଯାଉଥିବା ପ୍ରାଚୀର ପୁନରୁଦ୍ଧାର, କାକଟପୁରକୁ ଏନ୍‌ଏସି ଘୋଷଣା, ଯାତ୍ରୀ ବିଶ୍ରାମାଗାର ନିର୍ମାଣ ସହିତ ମନ୍ଦିରର ପାରିପାର୍ଶ୍ୱିକ ବିକାଶ ନିମନ୍ତେ ଅନୂ୍ୟନ ୫୦ କୋଟି ଟଙ୍କାର ଅନୁଦାନ ଦେବା ନିମନ୍ତେ ଉତ୍କଳ ସାମ୍ବାଦିକ ସଂଘ, ଓଡ଼ିଶା ସହ ଅନୁବନ୍ଧିତ କାକଟପୁର ପ୍ରେସ୍‌ କ୍ଲବ ପକ୍ଷରୁ ଦାବି ହୋଇଛି।
ସେହିଭଳି କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିର ରୂପରେଖ ବଦଳିବ। ଗୋଆ ବିଚ୍‌ ଭଳି ଚନ୍ଦ୍ରଭାଗା ବିଚ୍‌ର ସୌନ୍ଦର୍ଯ୍ୟକରଣ କରାଯିବ। ଏଥିପାଇଁ ୫-ଟି ସଚିବ କୋଣାର୍କରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏବେ ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ୱ ଉନ୍ନତୀକରଣ କାର୍ଯ୍ୟ ଚାଲିଥିବା ବେଳେ ଖୁବ୍‌ଶୀଘ୍ର ଚନ୍ଦ୍ରଭାଗା କାର୍ଯ୍ୟ ଆରମ୍ଭ ହେବ। ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ନିକଟରୁ ପ୍ରାୟ ଏକ କିମି ଇକୋ ରିଟ୍ରିଟ୍‌ ପର୍ଯ୍ୟନ୍ତ ବେଳାଭୂମି ସୌନ୍ଦର୍ଯ୍ୟକରଣ ହେବ। ଜୟଦେବ ବାଟିକା ନିକଟରେ ବ୍ୟବସାୟୀଙ୍କୁ ଥଇଥାନ କରାଯିବ। ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ପାଦଚଲା ରାସ୍ତା, ସିଟିଙ୍ଗ୍‌ ବେଞ୍ଚ୍‌, ଛତା, ଯାନବାହନ ପାର୍କିଂ ଭେଣ୍ଡିଙ୍ଗ ଜୋନ୍‌, ଆଲୋକ ବ୍ୟବସ୍ଥା ଆଦି ସୁବିଧା ଉପଲବ୍ଧ ହେବ। ସଚିବଙ୍କ ସହ ଜିଲାପାଳ, ଉପଜିଲାପାଳ ଭବତାରଣ ସାହୁ, ତହସିଲଦାର ଶେଖ୍‌ ସାଗିର, ଅତିରିକ୍ତ ତହସିଲଦାର ଶରତ ପରିଡ଼ା ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri