ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ମୁକ୍ତିକାନ୍ତ, ଘରକୁ ଗଲେ

ଭୁବନେଶ୍ୱର,୨୫।୧୨(ବ୍ୟୁରୋ): ହୋର୍ଡିଂ ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ ପରେ ଚିକିତ୍ସିତ ହେଉଥିବା ସାମାଜିକ କର୍ମୀ ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳ ଶନିବାର କ୍ୟାପିଟାଲ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ମାନସିକ ସ୍ଥିତି ଠିକ ନ ଥିବାରୁ ତାଙ୍କୁ ହସ୍ପିଟାଲରୁ ସିଧା ଟ୍ରେନ ଯୋଗେ ନିଜ ଘର ରାଉରକେଲାକୁ ନିଆଯାଉଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ମୁକ୍ତିକାନ୍ତଙ୍କ ସହ ତାଙ୍କ ଭାଇ ଓ ୨ ଜଣ ପୋଲିସ କର୍ମଚାରୀ ରହିଛନ୍ତି। ତାଙ୍କୁ ଘରେ ଛାଡ଼ିବା ପରେ ପୋଲିସ କର୍ମଚାରୀମାନେ ଭୁବନେଶ୍ୱର ଫେରିଆସିବେ। ତେବେ ଡିସଚାର୍ଜ ପରେ ମୁକ୍ତିକାନ୍ତ କହିଛନ୍ତି, ରାଉରକେଲାବାସୀଙ୍କ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଏହି ଲଢେଇ ଜାରି ରହିବ। ଦରକାର ପଡିଲେ ଭୁବନେଶ୍ୱର ଆଉଥରେ ଆସିବାକୁ ପଡିବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୩ରେ ରାଉରକେଲା ଗସ୍ତରେ ଯାଇଥିବାବେଳେ ଦେଇଥିବା ପ୍ରତିଶ୍ରୁତିଗୁଡ଼ିକୁ ପାଳନ କରି ନ ଥିବାରୁ ସେ ସଂପର୍କରେ ମନେ ପକାଇ ଦେବାକୁ ମୁକ୍ତିକାନ୍ତ ପଦଯାତ୍ରାରେ ଭୁବନେଶ୍ୱର ଆସିଥିଲେ। ସେ ରାଉରକେଲାରୁ ସମ୍ପୂର୍ଣ୍ଣ ହୋଇ ନ ଥିବା ପ୍ରକଳ୍ପର ମଡ଼େଲକୁ କାନ୍ଧରେ ବୋହି ଚାଲି ଚାଲି ଏଠାରେ ପହଞ୍ଚତ୍ବା ପରେ ନବୀନ ନିବାସ ଅଭିମୁଖେ ବାହାରିଥିଲେ। ହେଲେ ଶିଶୁ ଭବନ ଛକରେ ତାଙ୍କୁ ପୋଲିସ ଅଟକାଇବାରୁ ସେ ସେଠାରେ ଧାରଣାରେ ବସିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ୭ ଦିନ ଅପେକ୍ଷା କରିବା ପରେ ଅନୁମତି ନ ମିଳିବାରୁ ଶେଷରେ ନିରାଶ ହୋଇ ମୁକ୍ତିକାନ୍ତ ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଶିଶୁ ଭବନ ଛକ ନିକଟରେ ଥିବା ଏକ ୫୦ଫୁଟ ଉଚ୍ଚର ହୋର୍ଡିଂ ଉପରକୁ ଚଢିଯାଇଥିଲେ। ଦେହରେ ଡିଜେଲ ଢାଳି ଆତ୍ମାହୁତି ଉଦ୍ୟମ ଦେବା ସହ ତଳକୁ ଡେଇଁ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ। ତେବେ ଦୀର୍ଘ ସାଢେ ୪ ଘଣ୍ଟାର କସରତ ପରେ ଅଗ୍ନିଶମ ବାହିନୀ ଓ ପୋଲିସ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲର ଆଇସୋଲେଶନ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ଜିଲା ବିଜେଡି ପାଇଁ ୫୧ କର୍ମକର୍ତ୍ତାଙ୍କ ନାଁ ଘୋଷଣା: ୧୪ ବରିଷ୍ଠ ନେତା ହେଲେ ଉପସଭାପତି

କେନ୍ଦୁଝର,୨୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷିତ ହୋଇଛି। ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ଅନୁମୋଦନ କ୍ରମେ...

ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସର ତନାଘନା

ସମ୍ୱଲପୁର,୨୮।୧୨: ସମ୍ୱଲପୁର ଜିଲା ଅଇଁଠାପାଲି ଥାନାରେ ରବିବାର ପଶ୍ଚିମବଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri