ନୂଆଦିଲ୍ଲୀ,୨୪।୧୨: ନୂଆ ଭାରିଆଣ୍ଟ ସଂକ୍ରମଣକୁ କିପରି ରୋକାଯାଇପାରିବ ସେନେଇ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଗୁରୁବାର ସ୍ବାସ୍ଥ୍ୟ ମନ୍ତ୍ରାଣାଳୟ ପକ୍ଷରୁ ବିଦେଶ ଫେରନ୍ତାଙ୍କ ପାଇଁ ଗାଇଡ୍ଲାଇନ୍ ଜାରି କରାଯାଇଥିଲା। ଏପରିକି ଶନିବାରଠାରୁ ଦିଲ୍ଲୀ ଏୟାରପୋର୍ଟରେ ବିଦେଶ ଯାତ୍ରୀଙ୍କ ର଼୍ୟାଣ୍ଡମ ଟେଷ୍ଟିଂ ଆରମ୍ଭ କରିବାକୁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ଦ୍ଦେଶ ପରେ ଆଜିଠୁ ଟେଷ୍ଟିଂ ଆରମ୍ଭ ହୋଇଛି।
ଅନ୍ୟପକ୍ଷେ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଶୁକ୍ରବାର ସମସ୍ତ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି କୋଭିଡ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସମୀକ୍ଷା ବୈଠକ କରି କରୋନା ସତର୍କତା ଅବଲମ୍ବନ କରିବା ସହ ମାସ୍କ ପିନ୍ଧିବାକୁ ଅନୁରୋଧ କରିଥିଲେ।


