ମୂର୍ତ୍ତି ଚୋରି ରାକେଟ ସକ୍ରିୟ, ଅଚିନ୍ତାରେ ପୋଲିସ

ଭୁବନେଶ୍ୱର,୨୩।୧୨ (ବ୍ୟୁରୋ): ଓଡ଼ିଶାର ବିଭିନ୍ନ ପୁରାତନ ମନ୍ଦିରରେ ଅଷ୍ଟଧାତୁରେ ନିର୍ମିତ ପ୍ରାଚୀନ ମୂର୍ତ୍ତି ପୂଜା ପାଉଛନ୍ତି। ଲୋକମାନେ ତାଙ୍କ ଆରାଧ୍ୟ ଦେବଦେବୀଙ୍କୁ ପୂଜା କରୁଥିବା ବେଳେ ଏଗୁଡ଼ିକ ଐତିହ୍ୟ ଓ ସଂସ୍କୃକ୍ତିକୁ ଅଧିକ ସମୃଦ୍ଧ କରୁଛି। ହେଲେ ଏହି ବହୁମୂଲ୍ୟ ଅଷ୍ଚଧାତୁ ବିଗ୍ରହ ଉପରେ ଲୋଲୁପ ଦୃଷ୍ଟି ପକାଉଛନ୍ତି ଅନ୍ତର୍ଜାତୀୟ ଚୋର ରାକେଟ। ବିଭିନ୍ନ ସମୟରେ ମନ୍ଦିରଗୁଡ଼ିକରୁ ମୂଲ୍ୟବାନ ଅଷ୍ଟଧାତୁ ମୂର୍ତ୍ତି ଚୋରି ହେଉଛି। ହାତ ଗଣତି ଘଟଣାରେ ପୋଲିସ ଏହାର କିଛି ସ୍ଥାନୀୟ ଏଜେଣ୍ଟଙ୍କୁ ଧରୁଥିବାବେଳେ ରାକେଟର ମୁଖ୍ୟ ପାଖରେ ପହଞ୍ଚତ୍ପାରୁନାହିଁ। ଚୋରି ମୂର୍ତ୍ତିସବୁକୁ ଏଜେଣ୍ଟ ଦ୍ୱାରା ଆମେରିକା, ଇଂଲଣ୍ଡ, ଫ୍ରାନ୍ସ ଆଦି ଦେଶରେ କୋଟି କୋଟି ଟଙ୍କାରେ ବିକ୍ରି କରାଯାଉଛି।
ଗୋଟିଏ ପରେ ଗୋଟିଏ ମନ୍ଦିରରୁ ମୂର୍ତ୍ତି ଚୋରି ଏବେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା କାକରୁଦ୍ରପୁର ଚମ୍ପେଶ୍ୱର ମନ୍ଦିରରୁ ୨ଟି ପ୍ରାଚୀନ ଅଷ୍ଟଧାତୁ ଓ ରୁପା ସାମଗ୍ରୀ ଚୋରି ହେବା ଅଧିକ ଚର୍ଚ୍ଚା ସୃଷ୍ଟି କରିଛି। କେବଳ ସେତିକି ନୁହଁ ଗତ ଫେବୃୟାରୀ ମାସରୁ ଏପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ମନ୍ଦିରରୁ ୫୦ରୁ ଅଧିକ ଅଷ୍ଟଧାତୁ ମୂର୍ତ୍ତି ଚୋରି ହେଲାଣି। ହେଲେ ରାଜ୍ୟ ପୋଲିସ ଅଚିନ୍ତାରେ ଶୋଇଥିବା ଦେଖାଯାଉଛି। ଫେବୃୟାରୀ ୨ରେ ବାଳକାଟି ବାଲୁଙ୍କେଶ୍ୱର ମନ୍ଦିରରୁ ଚନ୍ଦ୍ରଶେଖର ଓ ମା’ ପାର୍ବତୀଙ୍କ ମୂର୍ତ୍ତି ଚୋରି ହୋଇଥିଲା। ପ୍ରତାପରୁଦ୍ରସ୍ଥିତ ଆଖଣ୍ଡଳେଶ୍ୱର ମନ୍ଦିରରୁ ଏପ୍ରିଲ ୨୮ରେ ଚନ୍ଦ୍ରଶେଖରଙ୍କ ମୂର୍ତ୍ତି ସମେତ ୩ଟି ପାର୍ବତୀଙ୍କ ମୂର୍ତ୍ତି ଏବଂ ଗୋଟିଏ ଆଣ୍ଠୁଆ ଗୋପାଳ ମୂର୍ତ୍ତି ଚୋରି କରିନେଇଥିଲେ ଦୁର୍ବୃତ୍ତ। ସେହିଦିନ ସ୍ଥାନୀୟ କେନ୍ଦୁବିଲ୍ବ ଅଞ୍ଚଳର ନୃସିଂହନାଥ ମନ୍ଦିରରୁ ୧୦ଟି ଅଷ୍ଟଧାତୁ ମୂର୍ତ୍ତି ଏବଂ ଏହାର ୮ଦିନ ପରେ ବାଲିଅନ୍ତା ଥାନା ମା’ ଟଙ୍କପାଣି ମନ୍ଦିର୍‌ରୁ ୭ଟି ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଥିଲା। କେବଳ ରାଜଧାନୀ ଉପକଣ୍ଠ ନୁହେଁ ଜୁନ ୩ରେ ପୁରୀ ଜିଲା ପିପିଲିସ୍ଥିତ ଶ୍ରୀଲକ୍ଷ୍ମୀନୃସିଂହଙ୍କ ମନ୍ଦିରରୁ ମଧ୍ୟ ୧୫ଟି ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତି ମଧ୍ୟ ଚୋରି ହୋଇଥିଲା। ଗତ ନଭେମ୍ବର ୧୨ରେ ଯାଜପୁର ଜିଲା ଧର୍ମଶାଳା ଥାନା ପାଟପୁରସ୍ଥିତ ବଳଦେବଜୀଉ ମନ୍ଦିରରୁ ୬ ଅଷ୍ଟଧାତୁ ଚୋରି କରିନେଇଥିଲେ ଦୃର୍ବୃତ୍ତ।
୧୯୭୦ ସମୟରେ ରାଜ୍ୟର ବିଭିନ୍ନ ମନ୍ଦିରରୁ ବହୁ ଅଷ୍ଟଧାତୁ ମୂର୍ତ୍ତି ଚୋରି ବଡ଼ ପ୍ରସଙ୍ଗ ହୋଇଥିଲା। ୧୯୬୫ରେ ୩, ୧୯୬୬ରେ ୭, ୧୯୬୭ରେ ୫, ୧୯୬୮ରେ ୧୨, ୧୯୬୯ରେ ୧୮ ଏବଂ ୧୯୭୦ରେ ୩୫ଟି ମୂର୍ତ୍ତି ଚୋରି ଘଟଣା ପରେ ବିଧାନସଭା ଓ ଲୋକ ସଭାରେ ବିରୋଧୀ ଦଳ ସରକାରଙ୍କୁ ଦୋଷ ଦେବା ସହ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ କରିଥିଲେ। ଏନେଇ ଓଡ଼ିଶା ପୋଲିସ ପକ୍ଷରୁ (ପୋଲିସ ସର୍କୁଲାର ଅର୍ଡର ନଂ.୧୯୯) ଜାରି କରାଯାଇଥିଲା। ସର୍କୁଲାର ଅନୁଯାୟୀ ମୂର୍ତ୍ତି ଚୋରି ମାମଲାରେ ୧୧ଟି ନିର୍ଦ୍ଦେଶାବଳୀକୁ କଠୋର ଭାବେ ପାଳନ କରାଯିବାକୁ କୁହାଯାଇଥିଲା। ମୂର୍ତ୍ତି ଚୋରି ମାମଲାରେ ଥାନା ପକ୍ଷରୁ ତୁରନ୍ତ କ୍ରାଇମବ୍ରାଞ୍ଚକୁ ଜଣାଯିବ। ଏହି ମାମଲାରେ ଅଭିଯୁକ୍ତ ଧରାପଡ଼ିବା ପରେ କ୍ରାଇମବ୍ରାଞ୍ଚ ତାଙ୍କୁ ଜେରା କରିବ। ମାମଲାରେ ଇନ୍‌ସ୍ପେକ୍ଟର ଓ ଗେଜେଟେଡ ଅଧିକାରୀ ତଦାରଖ କରିବେ। ଅଭିଯୁକ୍ତମାନଙ୍କୁ ଜାମିନରେ ନେଉଥିବା ବ୍ୟକ୍ତିମାନଙ୍କୁ ପୁଙ୍ଖାନୁପୁଙ୍ଖ ପଚରାଉଚରା କରାଯିବ। ଜଣାଶୁଣା ଅପରାଧୀଙ୍କ ଗତିବିଧି ଉପରେ ଯାଞ୍ଚ କରାଯିବା ଲାଗି ନିର୍ଦ୍ଦେଶାବଳୀ ରହିଥିଲା। ହେଲେ ଏବେ ଏହି ନିର୍ଦ୍ଦେଶାବଳୀ ନାମକୁ ମାତ୍ର ବୋଲି କୁହାଯାଉଛି। ଥାନା ପକ୍ଷରୁ ଏହି ଘଟଣାକୁ ହାଲୁକା ଭାବେ ନିଆଯାଉଥିବାବେଳେ କ୍ରାଇମବ୍ରାଞ୍ଚ ମଧ୍ୟ ସମାନ ନୀତି ଆପଣାଇଛି। ଫଳରେ ବାରମ୍ବାର ମୂର୍ତ୍ତି, ଅଳଙ୍କାର ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି ହେଉଥିବାରୁ ଧର୍ମ-ସଂସ୍କୃତି ପୀଠ, କୀର୍ତ୍ତିରାଜି ଆଦି ଆକର୍ଷଣ ହରାଉଛି।
ଏନେଇ ପୂର୍ବତନ ପୋଲିସ ଡିଜି ତଥା ଇନ୍‌ଟାକ୍‌ ରାଜ୍ୟ ଆବାହକ ଅମିୟ ଭୂଷଣ ତ୍ରିପାଠୀ କହିଛନ୍ତି, ଓଡ଼ିଶାରେ ମୂର୍ତ୍ତି ଚୋରି ସଂଖ୍ୟା ଚିନ୍ତାଜନକ ରହିଛି। ଏପରିକି ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟର ସଂଖ୍ୟା ଅଧିକ। ଏହାକୁ ନେଇ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କୁ ଆମେ ଅବଗତ କରାଉଛୁ। କ୍ରାଇମବ୍ରାଞ୍ଚର ମୂର୍ତ୍ତି ଚୋରି ପାଇଁ ଏକ ସ୍ବତନ୍ତ୍ର ସେଲ୍‌ ରହିଛି। କ୍ରାଇମ୍‌ବ୍ରାଞ୍ଚ ଏଦିଗରେ ତଦନ୍ତ କରିବା ସହ ବିଭିନ୍ନ ଇଣ୍ଟରପୋଲ ସହ ଯୋଗାଯୋଗ କରିବା କଥା। ଏପରି କି ସେଲ୍‌କୁ ଅଧିକ ଚଳଚଞ୍ଚଳ କରିବା କଥା। ତେବେ ଓଡ଼ିଶାରେ ଯେତିକି ମୂର୍ତ୍ତି ଚୋରି ହେଉଛି, ସେଥିରୁ ଉଦ୍ଧାର ସଂଖ୍ୟା ବହୁତ କମ୍‌। ପୋଲିସ ଏଦିଗରେ ଆହୁରି ସଚେତନ ହେବା ଦରକାର ବୋଲି ଅମିୟ କହିଛନ୍ତି। ତେବେ ଏସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କୁ ଫୋନ ଦ୍ୱାରା ଯୋଗାଯୋଗ କରିବାକୁ ଚେଷ୍ଠା କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ସତ୍ୟଜିତ୍‌ ରାଉତ


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri