ଜୀ-ସାର୍ଥକର ‘ନୂଆବର୍ଷ ଭେଟି’

ଭୁବନେଶ୍ୱର,୨୩।୧୨:ରାଜ୍ୟର ପ୍ରମୁଖ ଘରୋଇ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକ ପକ୍ଷରୁ ନୂଆବର୍ଷ ଅବସରରେ ୨୪ଘଣ୍ଟିଆ ନନ୍‌ଷ୍ଟପ୍‌ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଏପରିକି ଦର୍ଶକଙ୍କ ପାଇଁ ନୂଆ ବର୍ଷରେ ଭିନ୍ନ ଧରଣର ମନୋରଞ୍ଜନ ଭେଟି ଦିଆଯିବ ବୋଲି ଜଣାପଡ଼ିଛି। ବିଶେଷକରି ୨୦୨୩ର ପ୍ରଥମ ଦିନରେ ଜୀ ସାର୍ଥକ ବିଭିନ୍ନ କାର୍ଯ୍ୟକ୍ରମର ପ୍ରସାରଣ ସହ ସମ୍ପୂର୍ଣ୍ଣ ୨୪ ଘଣ୍ଟା ପାଇଁ ସ୍ବତନ୍ତ୍ର ଦର୍ଶକଙ୍କୁ ବାନ୍ଧି ରଖିବ ବୋଲି କୁହାଯାଉଛି। ସେହିଭଳି ୩୧ ଡିସେମ୍ବର ରାତି ୧୦.୩୦ ରୁ ୧ ଜାନୁୟରୀ ୧୦ଟା ୩୦ ପର୍ଯ୍ୟନ୍ତ ପୂରା ୨୪ ଘଣ୍ଟା ଦର୍ଶକଙ୍କୁ ମିଳିବ ମନୋରଞ୍ଜନର ସମ୍ଭାର। ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଡିସେମ୍ବର ୩୧ ରାତି ୧୦ଟା ୩୦ରୁ ୨ଟା ପର୍ଯ୍ୟନ୍ତ ଜୀ ସାର୍ଥକର ଏକ୍ସକ୍ଲୁସିଭ ପ୍ରୋଗ୍ରାମ ହାପି ନ୍ୟୁ ଇୟର ସହ ରାତି ୨ଟାରୁ ଭୋର୍‌ ୪ଟା ୩୦ପର୍ଯ୍ୟନ୍ତ ଫ୍ଲାସ୍‌ ବ୍ୟାକ୍‌ ୨୦୨୨ ଏବଂ ଭୋର୍‌ ୪ଟା ୩୦ରୁ ୫ଟା ପର୍ଯ୍ୟନ୍ତ ବିଷ୍ଣୁ ସହସ୍ର ନାମ ପ୍ରସାରଣ ହେବ। ସେହିଭଳି ୧ ତାରିଖ ସକାଳ ୫ଟାରୁ ଦିନ ୮ଟା ସୁପରହିଟ୍‌ ଚଳଚ୍ଚିତ୍ର ‘ଭୋଳା ଶଙ୍କର ଥିଲେ ଡର କାହାକୁ’, ସକାଳ ୮ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଚଳଚ୍ଚିତ୍ର ‘ପାରି କରିବେ ଭୋଳାଶଙ୍କର’, ଦିନ ୧୧ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଚଳଚ୍ଚିତ୍ର ’ତୁ ମୋର ସାଥିରେ’ ଏବଂ ଦିନ ୨ଟାରୁ ୫ ଟା ପର୍ଯ୍ୟନ୍ତ ଭିନ୍ନ ସ୍ବାଦର ଚଳଚ୍ଚିତ୍ର ଟନିକ ପ୍ରସାରିତ ହେବ। ସେହିପରି ସା ୫ଟା ରୁ ୬ ଟା ପର୍ଯ୍ୟନ୍ତ ଲୋକପ୍ରିୟ ରିଆଲିଟି ଶୋ ଦିଦି ନମ୍ବର ୱାନ୍‌’ର ନୂଆ ବର୍ଷ ସ୍ବତନ୍ତ୍ର ସହ ସା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସ୍ବର ଓ ସଙ୍ଗୀତର ଧମାକା ‘ସା ରେ ଗା ମା ପା’ର ନନ୍‌ଷ୍ଟପ୍‌ ମନୋରଞ୍ଜନ ସହ ଗ୍ରାଣ୍ଡ ଫିନାଲେ ଓ ରାତି ୧୦ଟା ରୁ ୧୦ ଟା ୩୦ ପର୍ଯ୍ୟନ୍ତ ସା ରେ ଗା ମା ପା ଏକ୍ସଟ୍ରାସଟ୍‌ ଭଳି ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇ ରହିବାକୁ ଜୀ ସାର୍ଥକ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବସରବେଳେ ଦରକାର ୧କୋଟି ଟଙ୍କା? ଏହି ଫର୍ମୂଲାରେ ୫ମାସରେ ମିଳିଯିବ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୩।୧୨:ଲୋକମାନେ ପ୍ରାୟତଃ ଅବସର ସମୟରେ କୋଟି କୋଟି ଟଙ୍କାର କର୍ପସ ପାଇବାର ସ୍ୱପ୍ନ ଦେଖନ୍ତି, କିନ୍ତୁ କେବଳ କିଛି ଲୋକ ଏହି ସୱପ୍ନକୁ ପୂରଣ କରିପାରିବେ।...

ଏପ୍ରିଲ ପରେ ବନ୍ଦ ହୋଇଯିବ ଏହି ୬ଟି ବଡ଼ ବ୍ୟାଙ୍କ? ଆକାଉଣ୍ଟ ଥିଲେ କଣ କରିବେ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛନ୍ତି। ରିପୋର୍ଟ ଅନୁଯାୟୀ ସରକାର ଛଅଟି ବଡ଼ ସରକାରୀ ବ୍ୟାଙ୍କକୁ ପରସ୍ପର...

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ: ଜାନୁଆରୀରେ ବଢିଯିବ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ୨୦୨୬ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ୭ମ ବେତନ କମିଶନର ଅବଧି ୩୧...

Gold Price Today : ୨୪ ଶହ ଟଙ୍କା ବଢ଼ିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୧୨: ଚଳିତ ବର୍ଷ ସୁନା ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ଡିସେମ୍ବର ୨୨ ତାରିଖରେ ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ନୂଆ ବର୍ଷ ପୂର୍ବରୁ EPFO ଜାରି କଲା ନୂଆ ଗାଇଡଲାଇନ୍‌, ଜାଣିରଖନ୍ତୁ…

ନୂଆଦିଲ୍ଲୀ,୨୨।୧୨: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କର୍ମଚାରୀ ପେନସନ ଯୋଜନା (EPS) ସହିତ ଜଡିତ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ଯୋଗଦାନର ମାମଲାଗୁଡ଼ିକର ସମାଧାନ ପାଇଁ...

UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ

ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri