କାନ୍ଦୁଛନ୍ତି ଆଫଗାନ୍‌ ଛାତ୍ରୀ

କାବୁଲ, ୨୩।୧୨:ଆଫଗାନିସ୍ତାନରେ ତାଲିବାନ ଶାସକ ଲୋକଙ୍କ ପାଇଁ ବୋଝ ସାଜିଛନ୍ତି। ବିଶେଷକରି ମହିଳା ଓ ଝିଅମାନଙ୍କ କ୍ଷେତ୍ରରେ ଏହି କଠୋରପନ୍ଥୀ ସରକାର ଅଧିକ କଡ଼ା ନିୟମ ଲାଗୁ କରି ସେମାନଙ୍କୁ ନିର୍ଯାତିତ କରିବାରେ ଲାଗିଛନ୍ତି। ଗତ ମଙ୍ଗଳବାର ଆଫଗାନ୍‌ ଉଚ୍ଚଶିକ୍ଷା ମନ୍ତ୍ରଣାଳୟ ଝିଅମାନଙ୍କ ଉଚ୍ଚଶିକ୍ଷା ଉପରେ ନିଷେଧାଦେଶ ଜାରି କରିଥିଲା। ଏହି ନିଷ୍ପତ୍ତି ଅନେକ ଛାତ୍ରୀଙ୍କ ସ୍ବପ୍ନକୁ ଭାଙ୍ଗି ଦେଇଛି। ତାଲିବାନ ସରକାରଙ୍କ ଘୋଷଣା ପରେ ଛାତ୍ରୀମାନେ କାନ୍ଦୁଥିବାବେଳର ଭିଡିଓ ସମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଛି।
ଗତବର୍ଷ ଅଗଷ୍ଟ ୧୫ରେ ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଙ୍ଗଠନ କାବୁଲ ଦଖଲ କରିବା ପରଠୁ ଗୋଟିଏ ପରେ ଗୋଟିଏ କଟକଣା ଜାରି କରିବାରେ ଲାଗିଛି। ଏହି କ୍ରମରେ ତାଲିବାନ ଶାସକ ଝିଅଙ୍କ ଉଚ୍ଚଶିକ୍ଷା ନିଷିଦ୍ଧ କରିଛି। ଉକ୍ତ ନିଷ୍ପତ୍ତି ବିରୋଧରେ ଗୁରୁବାର ୟୁନିଭର୍ସିଟି ଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ‘ଅଧିକାର ସମସ୍ତଙ୍କ ପାଇଁ ନଚେତ୍‌ କାହାପାଇଁ ନୁହେଁ’ ସ୍ଲୋଗାନ ଦେଇ ସେମାନେ ପ୍ରତିବାଦ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ୟୁନିଭର୍ସିଟିଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପରବର୍ତ୍ତୀ ସମୟରେ ବିକ୍ଷୋଭରତ ଛାତ୍ରୀଙ୍କୁ ମହିଳା ପୋଲିସ ଗିରଫ କରିନେଇଥିଲା। ବୁଧବାର ଶତାଧିକ ହିଜାବପିନ୍ଧା ଛାତ୍ରୀ ଘଣ୍ଟା ଘଣ୍ଟା ଧରି ୟୁନିଭର୍ସିଟି ଫାଟକ ଆଗରେ ଛିଡ଼ାହୋଇ ରହିଥିଲେ। ସୁରକ୍ଷା ଗାର୍ଡ ସେମାନଙ୍କୁ ୟୁନିଭର୍ସିଟି ପରିସର ମଧ୍ୟକୁ ପ୍ରବେଶ ଅନୁମତି ଦେଇ ନ ଥିଲେ। ପରେ ଛାତ୍ରୀମାନେ ଫେସ୍‌ବୁକ୍‌ ଓ ଟୁଇଟର ଜରିଆରେ ଏହା ବିରୋଧରେ ପ୍ରତିବାଦ ଆରମ୍ଭ କରିଥିଲେ। ଏକ ଶ୍ରେଣୀଗୃହରେ ଛାତ୍ରୀମାନେ ବସି କାନ୍ଦୁଥିବାର ୨୩ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳିଛି। ଏ ନେଇ ହେରାତ ୟୁନିଭର୍ସିଟିର ଜର୍ନାଲିଜମ୍‌ ଛାତ୍ରୀ ଓ୍ବାହିଦା ଓ୍ବାହିଦ ଦୁରାନି କହିଛନ୍ତି, ‘ଆଫଗାନ୍‌ ଝିଅମାନେ ମୃତଦେହ ପାଲଟି ଯାଇଛନ୍ତି। ସେମାନଙ୍କ ଆଖିରୁ ରକ୍ତର ଲୁହ ଝରୁଛି। ମହିଳାଙ୍କ ବିରୋଧରେ ତାଲିବାନ ସରକାର ନିଜର ସବୁ ବଳ ପ୍ରୟୋଗ କରିଦେଇଛି। ଆମେ ସେଦିନକୁ ଅପେକ୍ଷା କରିଛୁ, ଯେଉଁଦିନ ସରକାର ଘୋଷଣା କରିବେ ଯେ, ମହିଳା ଶ୍ୱାସକ୍ରିୟା କରିପାରିବେ ନାହିଁ’।
ଆଫଗାନ୍‌ ଝିଅଙ୍କୁ ଉଚ୍ଚଶିକ୍ଷାରୁ ବଞ୍ଚିତ କରିବା ନେଇ ଗୁରୁବାର ଭାରତ ଚିନ୍ତା ପ୍ରକଟ କରିଛି। ତାଲିବାନ ସରକାର ପ୍ରତ୍ୟେକଙ୍କ ପାଇଁ ସମାନ ନିୟମ ଲାଗୁ କରିବା ଆବଶ୍ୟକ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ କହିଛନ୍ତି। ପୂର୍ବରୁ ଆମେରିକା, ଅଷ୍ଟ୍ରେଲିଆ, କାନାଡା, ଫ୍ରାନ୍ସ, ଜର୍ମାନ, ଜାପାନ ଓ ବ୍ରିଟେନ ତାଲିବାନୀ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri