ଦାଦନ ଖଟିବାକୁ ଗଲେ ନଗଡ଼ାବାସୀ

ଯାଜପୁର ଅଫିସ/କାଳିଆପାଣି, ୨୩ା୧୨(ଡି.ଏନ.ଏ.):ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତ ନଗଡ଼ା ଗ୍ରାମରେ ଶିଶୁ ମୃତ୍ୟୁ ଘଟଣା କାହାକୁ ଅଛପା ନାହିଁ। ୨୦୧୬ ଜୁଲାଇରେ ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ ଯୋଜନା ନଗଡ଼ାରେ ଅଜାଡି ଦିଆଯାଇଥିଲା। ନଗଡ଼ାର ସର୍ବାଙ୍ଗୀନ ବିକାଶ ପାଇଁ ଶିଶୁ ମୃତ୍ୟୁ ଘଟଣାର ୨ ବର୍ଷରେ ପ୍ରାୟ ୨୩ କୋଟି ଟଙ୍କା ରାସ୍ତା, ପାଣି, ବିଦ୍ୟୁତ୍‌ ଆଦି କ୍ଷେତ୍ରରେ ବିନିଯୋଗ ହୋଇଥିଲା। ତେବେ ଆବଣ୍ଟିତ ଅନୁଦାନର ସିଂହଭାଗ ଅର୍ଥ ଆମତ୍ସାତ୍‌ ହୋଇଥିବା ନେଇ ରାଜ୍ୟ ସୂଚନା ଅଧିକାର ଆଇନ (ଆର୍‌ଟିଆଇ)ର ଆବାହକ ପ୍ରଦୀପ ପ୍ରଧାନ ଲୋକୟୁକ୍ତଙ୍କ ପାଖରେ ୧୪ା୧୦ା୨୦୧୯ରେ ଅଭିଯୋଗ କରିଥିଲେ। ଏହାପରେ ଓଡ଼ିଶା ଲୋକାୟୁକ୍ତ(ଏଲୱାଇ)-୪୫୫/୨୦୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ତଦନ୍ତକୁ କଳେବଳେ କୌଶଳେ ରଫାଦଫା କରାଯାଇଥିବା ବେଳେ ଏବେ କାମ ଅନ୍ବେଷଣରେ ନଗଡ଼ାବାସୀ ଦାଦନ ଖଟି ଯାଉଥିବା ଏକ ସମ୍ବେଦନଶୀଳ ଖବର ହସ୍ତଗତ ହୋଇଛି।
ପ୍ରଶାସନିକ ଅବହେଳା କାରଣରୁ ବିଜୁ ପକ୍କାଘର, ଜବ୍‌କାର୍ଡ, ଲେବର କାର୍ଡ, କାଳିଆ, କୃଷି ଯୋଜନା, ବିଧବା ଭତ୍ତା ଇତ୍ୟାଦି ଯୋଜନାରୁ ସଫଳତା ପାଇବାରୁ ଖଣି ପ୍ରଭାବିତ ଅଞ୍ଚଳବାସୀ ବଞ୍ଚିତ ହୋଇଛନ୍ତି। ଏହାସହ ଉନ୍ନୟନ କାର୍ଯ୍ୟ ନାମରେ ଠିକାଦାର ରାଜନୀତି ବିକାଶକୁ ବହୁ ପଛକୁ ଠେଲି ଦେଇଛି। ଲୋକଙ୍କ ଆର୍ଥିକ ସ୍ଥିତି ସେତେଟା ସ୍ବଚ୍ଛଳ ହୋଇ ପାରୁନାହିଁ। ଖଣିରେ ଯାନ୍ତ୍ରିକ ବ୍ୟବହାରକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥିବାରୁ ଖଣି ପ୍ରଭାବିତ ଅଞ୍ଚଳବାସୀ ସେଠାରେ କାମ ପାଉ ନାହାନ୍ତି ା ଏଥିଯୋଗୁ ପରିବାରର ମୁରବିମାନେ ରାଜ୍ୟ ବାହାରକୁ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି। ଗୁରୁବାର ଏହିଭଳି ଏକ ଦୁଃଖଦ ଦୃଶ୍ୟ କାଳିଆପାଣି ଖଣି ଅଞ୍ଚଳର ବସ୍‌ଷ୍ଟାଣ୍ଡରେ ଦେଖିବାକୁ ମିଳିଥିଲା। ବହୁ ଚର୍ଚ୍ଚିତ ନଗଡ଼ା ଗ୍ରାମର ସୁରିଆ ପଧାନ, ନନ୍ଦ ପଧାନ, ଅର୍ଜୁନ ପଧାନ, କୁଞ୍ଜ ପଧାନ, କୈଳାସ ପଧାନ, ଦୁଃଶାସନ ମହାଖୁଡ଼, ପଞ୍ଚୁ ମହାଖୁଡ଼ ପ୍ରମୁଖ ୧୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ନଗଡ଼ା ଛାଡି ବସ ଯୋଗେ କାମ ଅନ୍ବେଷଣରେ ବାହାରକୁ ଚାଲିଯାଇଛନ୍ତି। ମୂଲ୍ୟବାନ ଭୂ-ସମ୍ପଦ, ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଶିଳ୍ପ ସମୃଦ୍ଧ ଯାଜପୁର ଜିଲାରେ ଏଭଳି ସ୍ଥିତି ଦେଖଣାହାରିଙ୍କୁ ବିଚଳିତ କରିଛି। ଏଠାରେ ବି ଚାଲିଛି ମଣିଷ ବେପାର ବୋଲି ଚର୍ଚ୍ଚାର ବିଷୟ ହୋଇଛି ା ନଗଡ଼ାବାସୀ କାମ ନ ପାଇ ଦଲାଲ ହାତରେ ନିଜ ମୁଣ୍ଡକୁ ବିକ୍ରିକରି ପଡୋଶୀ ରାଜ୍ୟକୁ ଦାଦନ ଖଟିଯିବା ଘଟଣା ଉପରୋକ୍ତ କଥାକୁ ପ୍ରମାଣିତ କରୁଛି ା
ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ନୂଆପଡ଼ା, ବରଗଡ଼ ଓ କଳାହାଣ୍ଡି ଜିଲାରୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଶ୍ରମିକ ଦାଦନ ଖଟିଯିବା ସାଧାରଣ କଥା ହୋଇଛି ା ହେଲେ ଯାଜପୁର ଭଳି ଖଣି ଏବଂ ଶିଳ୍ପବହୁଳ ଜିଲାରୁ ଲୋକେ ଦାଦନ ଖଟି ଯିବା କଥା ଉଠିବା ବୁଦ୍ଧିଜୀବୀ ମହଲରେ ଭ୍ରୂକୁଞ୍ଚନ ସୃଷ୍ଟି କରିଛି ା ଖଣି ଓ ଶିଳ୍ପ ସମୃଦ୍ଧ ଏହି ଜିଲାରେ ବାହାର ଅଞ୍ଚଳର ଶ୍ରମିକଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ସ୍ଥାନୀୟ ଲୋକେ କାମଧନ୍ଦା ପାଉ ନାହାନ୍ତି ା ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମଧ୍ୟ ଠିକ ଭାବେ କାମ ମିଳୁନାହିଁ। ସୁକିନ୍ଦା ଅଞ୍ଚଳରେ ୧୭୩ ନିୟୁତ ଟନ୍‌ କ୍ରୋମାଇଟ ଗଚ୍ଛିତ ଅଛି ବୋଲି ସରକାରୀ ଭାବେ ଆକଳନ କରାଯାଇଛି ା ଭାରତ ସ୍ବାଧୀନତା ପୂର୍ବରୁ ଏଠାରୁ କ୍ରୋମାଇଟ୍‌ ଖନନ ଆରମ୍ଭ ହୋଇ ସାରିଛି। ଏଠାକାର ମୂଲ୍ୟବାନ ପ୍ରାକୃତିକ ସମ୍ପଦରେ ଅନେକ କମ୍ପାନୀ ସେମାନଙ୍କ ମୂଳଦୁଆ ପକାଇଛନ୍ତି ା ତେବେ ୨୦୧୦ ପରଠାରୁ ଜିଲାର ଖଣି, ଶିଳ୍ପ ଓ ରେଲୱେ ସାଇଡିଂରେ ଅଧିକାଂଶ ଯାନ୍ତ୍ରିକ ବ୍ୟବହାର କାରଣରୁ ଜିଲାର ଖଣି ପ୍ରଭାବିତ ଲୋକେ ବୃତ୍ତି ହରାଇ କ୍ଷୁଧାର ଶିକାର ହେଉଛନ୍ତି ା ଏହି ପରିପ୍ରେକ୍ଷୀରେ କ୍ଷୁଧାମୁକ୍ତିର ଆଶୁ ସମାଧାନ ପାଇଁ ସମ୍ପୃକ୍ତ ଅଞ୍ଚଳବାସୀ ୨୦୧୫ରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ହେଁ କିଛି ସୁଫଳ ମିଳୁନାହିଁ ା ଖଣି ପ୍ରଭାବିତ ଲୋକଙ୍କୁ କାମ ଯୋଗାଇ ଦେବା ବଦଳରେ କେତେଜଣ ମୁଷ୍ଟିମେୟ ରାଜନେତାଙ୍କୁ ହାତ କରି ଖଣି କମ୍ପାନୀ କର୍ତ୍ତୃପକ୍ଷ ବାହାର ଲୋକଙ୍କୁ ଆଣି କାମରେ ଲଗାଉଛନ୍ତି। ଫଳରେ ଏଠାକାର ଲୋକେ ବାହାରକୁ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri