ଅନ୍ଧାରରେ ବାଡ଼ି ବୁଲାଉଛି ବିଏମ୍‌ସି

ଭୁବନେଶ୍ୱର, ୨୧।୧୨ (ବ୍ୟୁରୋ): ମଶା ପାଇଁ ବିଭିନ୍ନ ଆଡୁ ସମାଲୋଚନାର ଶିକାର ହେବା ପରେ ତରବରିଆ ଭାବେ ପଦକ୍ଷେପ ନେଇଛି ବିଏମ୍‌ସି। ଲୋକଦେଖାଣିଆ ଭାବେ ଡ୍ରୋନ୍‌ ଉଡ଼ାଉଥିବାବେଳେ ସହରବାସୀ ଏବେ ବି ମଶା ଦାଉରେ କଲବଲ ହେଉଛନ୍ତି। ଶନିବାରଠାରୁ ଡ୍ରୋନ୍‌ ଯୋଗେ ମଶାଙ୍କ ଉତ୍ପତ୍ତିସ୍ଥଳ ଚିହ୍ନଟ ହେବା ପରେ ରବିବାର ନୀଳାଦ୍ରି ବିହାର ଅଞ୍ଚଳରେ କେମିକାଲ ସ୍ପ୍ରେ ହୋଇଥିଲା। ମାତ୍ର ସମ୍ପୃକ୍ତ ଅଞ୍ଚଳରେ ଏବେ ବି ମଶାଙ୍କ ଉତ୍ପାତ କମିନାହିଁ। ଅପରପକ୍ଷେ ଔଷଧ ସ୍ପ୍ରେ କରାଯିବା ପରେ ସେଠାରେ କେତେ ମଶା ମଲେ ସେ ନେଇ କୌଣସି ସୂଚନା ବିଏମ୍‌ସି ପାଖରେ ନାହିଁ। କେବଳ ଅନ୍ଧାରରେ ବାଡ଼ି ବୁଲାଇବା ଭଳି ଦିନକୁ ଦୁଇଟି ଓ୍ବାର୍ଡରେ ଡ୍ରୋନ୍‌ ବୁଲୁଛି। ଶନିବାର ଠାରୁ ମୋଟ୍‌ ୩ଟି ଓ୍ବାର୍ଡରେ ଡ୍ରୋନ ବୁଲି ଫଟୋ ଉଠାଇବା ସହ ଔଷଧ ସ୍ପ୍ରେ ହୋଇଛି। ଯେଉଁ ଅଞ୍ଚଳକୁ ଲୋକେ ଯାଇପାରିବେ ନାହିଁ ବା ଦୁର୍ଗମ ଅଞ୍ଚଳ ସେଠାରେ ଡ୍ରୋନ୍‌ ଦ୍ୱାରା ମଶାଙ୍କୁ ଦମନ କରାଯିବ ବୋଲି ବିଏମ୍‌ସି କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ମାତ୍ର ବାସ୍ତବରେ ଏହାକୁୁ ଖୋଲା ସ୍ଥାନ, ନାଳ, ପୋଖରୀ ଏବଂ ବିଭିନ୍ନ ବସ୍ତି ଉପରେ ବୁଲାଯାଉଛି। ଯେଉଁଠାକୁ ବିଏମ୍‌ସି କର୍ମଚାରୀ ଯାଇ ମଶାତେଲ ଓ ଔଷଧ ସିଞ୍ଚନ କରିପାରିବେ। ସେହିପରି ମାସ ମାସ ଧରି ନାଳ ନର୍ଦ୍ଦମା, ପୋଖରୀ ଏବଂ ଅନ୍ୟ ଜଳଉତ୍ସଗୁଡିକ ସଫା ହୋଇନାହିଁ। ଫଳରେ ମଶାବଂଶ ବୃଦ୍ଧି ହେଉଛି। ଆଗରୁ ନିଦାବିଷ୍ଣୁ ସାଜିଥିବା ବିଏମ୍‌ସିର ଅପାରଗତା ପାଇଁ ଏବେ ରାଜଧାନୀବାସୀ ହଇରାଣ ହେଉଛନ୍ତି। ଅପରପକ୍ଷେ ଡ୍ରୋନ୍‌ ମଶାଙ୍କୁ ଦମନ କରିବ ବୋଲି ବିଏମ୍‌ସି ବାହାସ୍ପୋଟ ମାରୁଥିବାବେଳେ ପ୍ରକୃତରେ ଏହା କେତେଦୂର ସଫଳ ହେବ ସେ ନେଇ ସନ୍ଦେହ ପ୍ରକାଶ ପାଇଛି। ସହରରେ ଏବେ ସାନ୍ଧ୍ରତା ୧ଶହ ଟପିଥିବାବେଳେ ବିଏମ୍‌ସିର ପରୀକ୍ଷାମୂଳକ କାର୍ଯ୍ୟ ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଇବା ଭଳି ହୋଇଛି। ଏ ସମ୍ପର୍କରେ ବିଏମ୍‌ସି ସିଟି ହେଲ୍‌ଥ ଅଫିସର ଦୀପକ ବିଶୋଇ କହିଛନ୍ତି, ଏବେ ଦିନକୁ ୨ଟି ଓ୍ବାର୍ଡରେ ଡ୍ରୋନ୍‌ ବୁଲୁଛି। ପ୍ରତିଦିନ ୯ଟି ଟିମ୍‌ ୯ଟି ଓ୍ବାର୍ଡରେ ଫଗିଂ କରୁଛନ୍ତି। ଏହାବାଦ୍‌ ୬୭ ଓ୍ବାର୍ଡ ପାଇଁ ବିଏମ୍‌ସିର ୧୭୦ ଜଣ କର୍ମଚାରୀ ଗଣ ସଫେଇ, ଆଣ୍ଟି ଲାର୍ଭା କାର୍ଯ୍ୟକ୍ରମ କରୁଛନ୍ତି। ପ୍ରତିଦିନ ୬ଟି ଓ୍ବାର୍ଡରେ କାର୍ଯ୍ୟକ୍ରମ କରାଯାଉଛି। ମଙ୍ଗଳବାର ଓ୍ବାର୍ଡ ନଂ ୮ର ହାଟ ଓ ଅନ୍ୟାନ୍ୟ ଅଞ୍ଚଳ ଏବଂ ୪୩ ନଂ ଓ୍ବାର୍ଡର ଲକ୍ଷ୍ମୀସାଗର ବଡ଼ ପୋଖରୀ, ଦୟା ଓ୍ବେଷ୍ଟ କେନାଲ, ଡ୍ରେନ୍‌ଗୁଡିକରେ ଔଷଧ ସ୍ପ୍ରେ ହୋଇଥିଲା। ଅପରପକ୍ଷେ ବିଏମ୍‌ସିର ଡ୍ରୋନ୍‌ ଉଡାକୁ ନେଇ ବିବାଦ ଦେଖାଦେଇଛି। ବିନା ଅନୁମତିରେ ରାଜଧାନୀ ଆକାଶମାର୍ଗରେ ଡ୍ରୋନ ଉଡାଯାଉଥିବାରୁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଆଇଏ) ବିଏମ୍‌ସିକୁ ନୋଟିସ୍‌ ଜାରି କରିଛି। ଡ୍ରୋନ ଉଡ଼ିବା ପାଇଁ ଡିଜିସିଏ ଓ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଅନୁମତି ନିହାତି ଦରକାର। କିନ୍ତୁ ବିଏମ୍‌ସି ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଏନେଇ କୌଣସି ତଥ୍ୟ ପ୍ରଦାନ କରିନାହିଁ। ଏପରି ଡ୍ରୋନ ଉଡ଼ାଇବା ବିମାନ ପାଇଁ ବିପଜ୍ଜନକ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏନେଇ ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି, ସମ୍ପୃକ୍ତ ଏଜେନ୍ସି ଏନେଇ ଅନୁମତି ଆଣିବା କଥା, ଯାହାକି ସେ କରିନାହିଁ। ସହର ମଧ୍ୟରେ ପ୍ରାୟ ଅଧିକାଂଶ ଅଞ୍ଚଳ ରେଡ୍‌ ଜୋନ୍‌ ମଧ୍ୟରେ ଆସିବ। ନୋଟିସ୍‌ ପାଇବା ପରେ ବିଏମ୍‌ସି ପକ୍ଷରୁ ସମ୍ପୃକ୍ତ ଏଜେନ୍ସି ସହ ଆଲୋଚନା କରାଯାଇଛି। ଡ୍ରୋନ୍‌ ଉଡିବା କିଛି ନୂଆ କଥା ନୁହେଁ। ଜାଗା ମିଶନ୍‌ ଅନ୍ତର୍ଗତ ସର୍ଭେ ପାଇଁ ମଧ୍ୟ ଡ୍ରୋନ୍‌ର ବ୍ୟବହାର କରାଯାଉଛି। ତେବେ ଯଦି କିଛି ନିୟମ ଥାଏ ବିଏମ୍‌ସି ସେ ସବୁ ସମସ୍ତ ନିୟମ ପାଳନ କରିବା ସହ ଗାଇଡ୍‌ଲାଇନ୍‌ ଅନୁଯାୟୀ କାମ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri