ଇଡି ହାତରେ ଡିଜିଟାଲ ଫୋରେନ୍‌ସିକ୍‌ ରିପୋର୍ଟ

ଭୁବନେଶ୍ୱର, ୨୧।୧୨(ବ୍ୟୁରୋ): ଦୁଇଟି ପର୍ଯ୍ୟାୟରେ ୧୩ ଦିନର ରିମାଣ୍ଡ ସରିବା ପରେ ସୋମବାରଠାରୁ ଝାରପଡ଼ା ଜେଲକୁ ଫେରିଯାଇଛନ୍ତି ରହସ୍ୟମୟୀ ବ୍ଲାକମେଲର ଅର୍ଚ୍ଚନା ନାଗ। ଏପରି ସ୍ଥିତିରେ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଅର୍ଚ୍ଚନାଙ୍କ ଡିଜିଟାଲ ଦସ୍ତାବିଜ୍‌ର ଫୋରେନ୍‌ସିକ୍‌ ରିପୋର୍ଟ ମିଳିଛି। ଷ୍ଟେଟ୍‌ ଫୋରେନ୍‌ସିକ୍‌ ଲ୍ୟାବ୍‌ ପକ୍ଷରୁ ଇଡିକୁ ଏହା ଦିଆଯାଇଛି। ଏହି ପ୍ରଥମ ପର୍ଯ୍ୟାୟର ରିପୋର୍ଟରେ ୧୨ଟି ସାମ୍ପଲ ରିପୋର୍ଟ ରହିଛି। ଏଥିମଧ୍ୟରେ ଅର୍ଚ୍ଚନାଙ୍କ ମୋବାଇଲ, ଲାପଟପ୍‌, ପେନ୍‌ଡ୍ରାଇଭ ଓ ଟ୍ୟାବ୍‌ର ତଥ୍ୟ ରହିଛି। ତେବେ ରିମାଣ୍ଡ ସମୟରେ ଅର୍ଚ୍ଚନା ଏହି ମାମଲା ସଂକ୍ରାନ୍ତରେ ମୁହଁ ଖୋଲୁ ନ ଥିବାରୁ ଇଡି ଡିଜିଟାଲ ଦସ୍ତାବିଜ୍‌ ମାଗିଥିଲା। ହେଲେ ଫରେନ୍‌ସିକ୍‌ ଲ୍ୟାବ୍‌ ପକ୍ଷରୁ ଏହା ଦେବାକୁ ବିଳମ୍ବ କରାଯାଇଥିଲା। ଏ ନେଇ ଇଡି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହେଲେ ଏବେ ଅର୍ଚ୍ଚନାଙ୍କ ରିମାଣ୍ଡ ସରିବା ପରେ ଏହି ରିପୋର୍ଟ ମିଳିଥିବାରୁ ଏହାକୁ ନେଇ ଚର୍ଚ୍ଚା ହେଉଛି। ଜାଣି ଜାଣି ଫୋରେନ୍‌ସିକ୍‌ ଲ୍ୟାବ୍‌ ପକ୍ଷରୁ ଏହି ରିପୋର୍ଟ ଦିଆଯାଉଥିବା କୁହାଯାଉଛି।
ସେହିପରି ଖଣ୍ଡଗିରି ଥାନା ପୋଲିସ ମଧ୍ୟ ଏହି ଡିଜିଟାଲ ଦସ୍ତାବିଜ୍‌ ରିପୋର୍ଟ ଆଣିଛି। ଏହି ରିପୋର୍ଟ ଆଧାରରେ ମାମଲାର ତଦନ୍ତ କରାଯିବ ବୋଲି ଥାନାଧିକାରୀ ଦୟାନିଧି ନାୟକ କହିଛନ୍ତି। ତେବେ ଦୀର୍ଘଦିନର ଜେରା ଓ ଚଢ଼ାଉ ସତ୍ତ୍ୱେ ଏଯାଏ ବ୍ଲାକ୍‌ମେଲର ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର କାଣିଚାଏ ଗୁମର ଖୋଲିପାରି ନାହିଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମାତ୍ର କିଛି ଲକ୍ଷ ଟଙ୍କାର ବେଆଇନ କାରବାର ଧରିଥିଲେ ମଧ୍ୟ ରାଜ୍ୟର ଏହି ବଡ଼ ହନିଟ୍ରାପ୍‌, ବ୍ଲାକ୍‌ମେଲିଂ ଓ ଠକେଇ ଘଟଣାରେ ପ୍ରଭାବଶାଳୀ ନେତା, ଅଫିସର, ପୋଲିସ ଓ ବ୍ୟବସାୟୀଙ୍କ ସମ୍ପୃକ୍ତିର ପ୍ରମାଣ ପାଇପାରି ନାହିଁ। ଅନ୍ୟପକ୍ଷରେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ୯ ଦିନିଆ ରିମାଣ୍ଡରୁ ଆଉ ୨ଦିନ ବାକି ଅଛି। ସେ ଗତ ୧୪ ତାରିଖରୁ ରିମାଣ୍ଡରେ ଆସି ଜେରାର ସମ୍ମୁଖୀନ ହେଉଛନ୍ତି। ଆଗାମୀ ୨୨ ତାରିଖରେ ତାଙ୍କର ରିମାଣ୍ଡ ସରିବାର ଥିବାରୁ ତାଙ୍କଠୁ ଆଉ କିଛି ତଥ୍ୟ ହାସଲ କରିବାକୁ ଇଡି ଆଶା ରଖିଛି। ତେବେ ଏହି ଡିଜିଟାଲ ଦସ୍ତାବିଜ୍‌ର ରିପୋର୍ଟ ମିଳିବା ପରେ ଇଡି ତା’ର ତଦନ୍ତକୁ ଅଧିକ କ୍ରିୟାଶୀଳ କରିବ ବୋଲି କୁହାଯାଉଛି। ଏପରିକି ଜେଲ ଭିତରେ ଇଡି ଏହି ଡିଜିଟାଲ ଦସ୍ତାବିଜ୍‌ ଆଧାରରେ ଅର୍ଚ୍ଚନାଙ୍କୁ ଜେରା କରିବାର ଯୋଜନା ରଖିଥିବା ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ୭ଦିନ ଓ ଦ୍ୱିତୀୟ ପର୍ଯ୍ୟାୟରେ ୬ଦିନ ପାଇଁ ରିମାଣ୍ଡରେ ଆସି ଅର୍ଚ୍ଚନା ଚୁପ୍‌ ରହିଥିଲେ। ତେଣୁ ଆଉ ୨ ଦିନ ରିମାଣ୍ଡରେ ନେଇ କିଛି ପ୍ରମାଣ ପାଇବାକୁ ଇଡି ମଙ୍ଗଳବାର ଆବେଦନ କରିଥିଲା, କିନ୍ତୁ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri