Odisha Elections 2024

ମିଡ଼ିଆ ସଂସ୍ଥା ପାଇଁ ଅଧିକ ଖର୍ଚ୍ଚ କରୁଛନ୍ତି ଜିନପିଙ୍ଗ…

ବେଜିଂ,୧୯।୧୨ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଆଉ ଏକ କୌଶଳ ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଚାଇନା ବିଶ୍ୱରେ ନିଜର ଭାବମୂର୍ତ୍ତିକୁ ସୁଦୃଢ଼ କରିବା ପାଇଁ ମିଡିଆ ସଂସ୍ଥାରେ ବହୁ ଅର୍ଥ ଖର୍ଚ୍ଚ କରୁଛି। ଏତେ ପରିମାଣର ଅର୍ଥ ମାଧ୍ୟମରେ ଗଣମାଧ୍ୟମ ପ୍ରତିଷ୍ଠାନଗୁଡ଼ିକୁ ବିଶ୍ୱ ପ୍ରତିଯୋଗୀ ଭାବରେ ପରିଣତ କରିବାକୁ ଚେଷ୍ଟା କରାଯାଉଛି । ଯାହା ଦ୍ୱାରା ଚାଇନାର ଅର୍ଥନୈତିକ ନୀତି ସଶକ୍ତ ହୋଇପାରିବ।

ୱାଶିଂଟନ ଡିସି ଭିତ୍ତିକ ଭୋଏ ମାନ୍ଦାରିନକୁ ଦେଇଥିବା ଏକ ସାକ୍ଷାତକାରରେ ଦକ୍ଷିଣ ପୂର୍ବ ଏସିଆର ଜୋଶୁଆ କୁର୍ଲାଣ୍ଟଜିକ କହିଛନ୍ତି ଯେ ଚାଇନା ସରକାର ଏହାର ରାଜ୍ୟ ଗଣମାଧ୍ୟମ ଚାଇନା ଗ୍ଲୋବାଲ ଟେଲିଭିଜନ ନେଟୱାର୍କ, ଚାଇନା ରେଡିଓ ଇଣ୍ଟରନ୍ୟାସନାଲରେ ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ବ୍ୟବସାୟ ଅନୁକୁଳ ଦେଶ ଭାବରେ ଚାଇନାର ଭାବମୂର୍ତ୍ତିକୁ ବିଶ୍ୱସ୍ତରରେ ପ୍ରୋଜେକ୍ଟ କରିବା ପାଇଁ ଏହା କରାଯାଉଛି। ତେବେ ଏହି ବୃହତ ରାଜ୍ୟ ଗଣମାଧ୍ୟମଗୁଡ଼ିକ ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।

କୁର୍ଲାଣ୍ଟଜିକ କହିଛନ୍ତି ଯେ ପ୍ରାୟ ପାଞ୍ଚ କିମ୍ବା ଛଅ ବର୍ଷ ପୂର୍ବେ ଚାଇନା ଏକ ବିଶ୍ୱ ଗଣମାଧ୍ୟମ ଏବଂ ସୂଚନା ବ୍ୟବସ୍ଥା ଗଠନ କରିବାକୁ ଚେଷ୍ଟା କରୁଛି। ବିଶ୍ୱସ୍ତରୀୟ ଗଣମାଧ୍ୟମ ଆଲୋଚନାରେ ଚାଇନା ଏକ ବଡ଼ ଭୂମିକା ଗ୍ରହଣ କରିବାକୁ ଚେଷ୍ଟା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଙ୍ଗାପୁରରେ କରୋନାର ନୂଆ ଓ୍ବେଭ୍‌, ୬ ଦିନରେ ୨୫,୯୦୦ ମାମଲା

ସିଙ୍ଗାପୁର, ୧୮।୫: ଦକ୍ଷିଣ-ପୂର୍ବ ଏସୀୟ ଦେଶ ସିଙ୍ଗାପୁରରେ କରୋନା ଭାଇରସ ପୁଣି ଥରେ ବ୍ୟାପିବାରେ ଲାଗିଛି। ଦେଶରେ ଗତ ୬ ଦିନ ମଧ୍ୟରେ ୨୫,୯୦୦ ନୂଆ...

ଡରିଗଲା ପାକିସ୍ତାନ, ଭାରତକୁ କଲା ଏମିତି ଅନୁରୋଧ

ଇସଲାମାବାଦ୍‌,୧୮।୩: ପାକିସ୍ତାନ ସରକାର ଭାରତ ସହ ସମ୍ପର୍କକୁ ନେଇ ନ୍ୟାଶନାଲ୍‌ ଆସେମ୍ଭଲିରେ ଏକ ଲିଖିତ ଉତ୍ତର ଦେଇଛନ୍ତି। ଭାରତ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ପାଇଁ ପାକିସ୍ତାନର...

୩ ପାକିସ୍ତାନୀ ଛାତ୍ରଙ୍କୁ ହତ୍ୟା, ଭାରତୀୟଙ୍କୁ ଘରୁ ନ ବାହାରିବାକୁ ଦିଆଗଲା ପରାମର୍ଶ

ବିଶେକ,୧୮।୫: ମଧ୍ୟ ଏସୀୟ ଦେଶ କିର୍ଗିସ୍ଥାନରେ ମେଡିକାଲ ପଢିବାକୁ ଯାଇଥିବା ଭାରତୀୟ ଏବଂ ପାକିସ୍ତାନୀ ଛାତ୍ରଙ୍କ ଜୀବନ ବିପଦରେ। କିର୍ଗଜସ୍ଥାନରୁ ଖବର ଆସିଛି ଯେ ସେଠାରେ...

ବ୍ରିଟେନରେ କମୁଛି ଅରବପତିଙ୍କ ସଂଖ୍ୟା, ଏହାପରେ ବି ବଢୁଛି ସୁନକଙ୍କ ସମ୍ପତ୍ତି

ଲଣ୍ଡନ,୧୮।୫: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୁର୍ତ୍ତୀଙ୍କ ସମ୍ପତ୍ତି ବୃଦ୍ଧି ପାଉଛି। ଦୁଇ ବର୍ଷ ପୂର୍ବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଏବଂ...

ସୋମବାର ଚତୁର୍ଥ ଥର ଆସ୍ଥା ଲୋଡ଼ିବେ ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୧୮ା୫(ପି.ଟି.): ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ‘ପ୍ରଚଣ୍ଡ’ ତାଙ୍କ ୧୮ ମାସର କାର୍ଯ୍ୟକାଳ ମଧ୍ୟରେ ସୋମବାର ଚତୁର୍ଥ ଥର ପାଇଁ ଆସ୍ଥାଭୋଟ ଲୋଡ଼ିବାକୁ ଯାଉଛନ୍ତି। ସହଯୋଗୀ ଜନତା...

ଶେଷରେ ବଦଳିଲା ଟୁଇଟରର ଡୋମେନ ନେମ, ଏବେ x.comରେ ଖୋଲିବ ସୋସିଆଲ ମିଡିଆ ପ୍ଲାଟଫର୍ମ

ଓ୍ବାଶିଂଟନ,୧୭।୫: ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଟୁଇଟର ଡଟ କମ ଖୋଲୁଥିଲା, କିନ୍ତୁ ଅପରାହ୍ନରେ ଏହା ସ୍ବୟଂଚାଳିତ ଭାବରେ x.com ହୋଇଗଲା। ଏହିପରି,୨୦୨୨ରେ ଏଲୋନ ମସ୍କଙ୍କ ଦ୍ୱାରା...

ନେପାଳ ସଂସଦରେ ହାତାହାତି ହେଲେ ଶାସକ-ବିରୋଧୀ

କାଠମାଣ୍ଡୁ,୧୭।୫: ସହଯୋଗୀ ଜାଲିଆତି ମାମଲାରେ ନେପାଳର ଗୃହମନ୍ତ୍ରୀ ରବି ଲାମିଚାନେଙ୍କ ବିରୋଧରେ ତଦନ୍ତ କମିଟି ଗଠନ ନେଇ ନେପାଳ ସଂସଦର ନିମ୍ନ ଗୃହରେ ବିରୋଧୀ ଏବଂ...

ଭାରତୀୟ ମସଲା ଉପରେ ପ୍ରତିବନ୍ଧକ ଲଗାଇଲା ନେପାଳ, ଯାଞ୍ଚ ଆରମ୍ଭ

କାଠମାଣ୍ଡୁ,୧୭।୫: ନେପାଳ ଦୁଇଟି ଭାରତୀୟ ବ୍ରାଣ୍ଡର ମସଲା – ଏମଡିଏଚ ଏବଂ ଏଭରେଷ୍ଟର ଆମଦାନୀ, ବ୍ୟବହାର ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ମସଲାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri