ଯୁଦ୍ଧରେ ଜିତିବୁ ଅବା ପୃଥିବୀ ଧ୍ୱଂସ ହେବ: ପୁଟିନଙ୍କ ନିକଟତମ ବ୍ୟକ୍ତିଙ୍କ ଦାବି…

ମସ୍କୋ,୧୭।୧୨ : ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିକଟତମ ଜଣେ ବ୍ୟକ୍ତି ରୁଷ-ୟୁକ୍ରେନ ଯୁଦ୍ଧ ନେଇ ଏକ ବଡ଼ ଦାବି କରିଛନ୍ତି। ପୁଟିନଙ୍କ ପ୍ରମୁଖ ସହାୟକ ଆଲେକ୍ସଜାଣ୍ଡାର୍‌ ଡୁଗିନ କହିଛନ୍ତି ଯେ ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧରେ ମସ୍କୋ ଜିତିବ ନଚେତ ବିଶ୍ୱ ଧ୍ୱଂସ ହେବ। ଏକ ଚ୍ୟାନେଲ ସହିତ ସ୍ବତନ୍ତ୍ର ସାକ୍ଷାତକାରରେ ସେ ଏହି ମନ୍ତବ୍ୟ ଦେଇଛନ୍ତି।

ଡୁଗିନ କହିଛନ୍ତି, ଦୁଇଟି ସମ୍ଭାବନା ଅଛି। ପ୍ରଥମେ, ଆମେ ଜିତିବା ପରେ ଯୁଦ୍ଧ ଶେଷ ହେବ। ଯଦିଓ ଏହା ସହଜ ନୁହେଁ। ସେହିପରି ଦ୍ୱିତୀୟ ସମ୍ଭାବନା ହେଉଛି ଏହି ଯୁଦ୍ଧ ଜଗତର ଶେଷ ସହିତ ଶେଷ ହେବ। ଆମେ ଜିତିବୁ, ଅବା ପୃଥିବୀ ଧ୍ୱଂସ ହେବ ଏହା ହିଁ ଯୁଦ୍ଧର ଶେଷ ପରିଣତି।

ଡୁଗିନ ପୁଟିନଙ୍କ ଗୁରୁ ତଥା ପରାମର୍ଶଦାତା କୁହାଯାଇଥାଏ। ସେ ପୁଟିନଙ୍କ ମସ୍ତିଷ୍କ ଭାବରେ ମଧ୍ୟ ଜଣାଶୁଣା। ତାଙ୍କ ଅନୁସାରେ ଯୁଦ୍ଧ ଶେଷରେ ଆମେ ବିଜୟ ବ୍ୟତୀତ ଅନ୍ୟ କୌଣସି ସମାଧାନକୁ ସହ୍ୟ କରିବୁ ନାହିଁ ଏବଂ ଏଥିପାଇଁ ଆମର ସମସ୍ତ ଲୋକ, ଆମ ଦେଶ, ଆମର ରାଷ୍ଟ୍ରପତି ସମ୍ପୂର୍ଣ୍ଣ ସହମତ।

ୟୁକ୍ରେନ ଆତଙ୍କବାଦୀଙ୍କ ହାତରେ ତାଙ୍କ ଝିଅର ମୃତ୍ୟୁକୁ ସ୍ମରଣ କରିବା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡୁଗିନ ଏହା କହିଛନ୍ତି। ଯଦି ଆତଙ୍କବାଦୀ ଆକ୍ରମଣରେ ତାଙ୍କୁ ହତ୍ୟା କରାଯାଇ ନଥାନ୍ତା ତେବେ ଡୁଗିନଙ୍କ ଝିଅ ମାରିଆଙ୍କୁ ଆଜି ୩୦ ବର୍ଷ ହୋଇଥାନ୍ତା। ଝିଅର ମୃତ୍ୟୁ ଉପରେ ଭାବପ୍ରବଣ ଡୁଗିନ କହିଛନ୍ତି ଯେ ଯଦି ଆତଙ୍କବାଦୀମାନେ ଝିଇ ବଦଳରେ ମୋତେ ମାରିବାକୁ ଚାହାଁନ୍ତି, ତେବେ ମୁଁ ଦୁଇଥର ମରିବାକୁ ପସନ୍ଦ କରିଥାନ୍ତି।

ସେ କହିଛନ୍ତି ଯେ ଏହି ଯୁଦ୍ଧ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ନୁହେଁ। ଏହା ଦୁଇ ଦେଶ ମଧ୍ୟରେ କିମ୍ବା ରୁଷିଆ ଏବଂ ସାମୁହିକ ପାଶ୍ଚାତ୍ୟ ମଧ୍ୟରେ ଲଢ଼େଇ ବିଷୟରେ ନୁହେଁ । ମୁଖ୍ୟ ସଂଗ୍ରାମ ହେଉଛି ମଣିଷ ଏବଂ ମନ୍ଦ ଶକ୍ତି, ଯାହା ପ୍ରତ୍ୟେକ ଦେଶ, ପ୍ରତ୍ୟେକ ସଂସ୍କୃତି ଏବଂ ପ୍ରତ୍ୟେକ ବ୍ୟକ୍ତି ଉପରେ ଆକ୍ରମଣ କରେ ଏବଂ ଏହି କଳା ଶକ୍ତି ଆତ୍ମା, ସତ୍ୟକୁ ନଷ୍ଟ କରିବାକୁ ଚାହୁଁଛି । ଏହାକୁ ପାରମ୍ପାରିକ ଜ୍ଞାନ ଏବଂ ମିଥ୍ୟା ଖବର ସହିତ ବଦଳାଇବାକୁ ଚାହୁଁଛନ୍ତି ।

ଡୁଗିନ କହିଛନ୍ତି- ଯୁଦ୍ଧ ହେଉଛି ୟୁନିପୋଲାର୍‌ ବିଶ୍ୱ କ୍ରମାଙ୍କ ବିରୁଦ୍ଧରେ ମଲ୍ଟିପୋଲାର୍‌ ୱାଲର୍‌ଡ ଅର୍ଡର। ଏହା ରୁଷିଏ, ୟୁକ୍ରେନ କିମ୍ବା ୟୁରୋପ ବିଷୟରେ କିଛି ନୁହେଁ, ଏହା ପାଶ୍ଚାତ୍ୟ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ନୁହେଁ, ଏହା ହେଉଛି ଆଧିପତ୍ୟ ବିରୁଦ୍ଧରେ ମାନବିକତାର ଯୁଦ୍ଧ। ସ୍ବତନ୍ତ୍ର ସାମରିକ ଅପରେଶନର ଅନେକ ନକାରାତ୍ମକ ଦିଗ ଅଛି। ମୁଁ ମୋ ଦେଶ, ମୋର ରାଷ୍ଟ୍ରପତି ଏବଂ ମୋର ଲୋକଙ୍କୁ ସମର୍ଥନ କରୁଛି ଯେଉଁମାନେ ବହୁ ଧ୍ରୁବୀୟ ଦୁନିଆରେ ନ୍ୟାୟ ଏବଂ ଶାନ୍ତି ପାଇଁ ଲଢୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri