Posted inଫୁରସତ

ଛାତ ଉପରେ ଉଡୁଥିବା ଏରୋପ୍ଲେନ୍‌କୁ ଧରିନେଲେ ପିଲା, ଭିଡିଓ ଶେୟାର କରି ଆନନ୍ଦ ମହିନ୍ଦ୍ରା କହିଲେ…

ପିଲାଦିନରେ ନିଶ୍ଚିତ ଭାବରେ ଘରର ଛାତ ଉପରେ ତଥା ଆକାଶରେ ଉଡ଼ୁଥିବା ଏରୋପ୍ଲେନ୍‌କୁ ଦେଖିଥିବେ। ଏଥିରେ ବୁଲିବାକୁ ମଧ୍ୟ ଯାଇଥିବେ। ଏହା ମଧ୍ୟ ଜାଣିଥିବେ ଯେ, ବିମାନ ଅବତରଣ କରିବା ପାଇଁ କେବଳ ରନ୍‌ଓ୍ବେ ଆବଶ୍ୟକ। ନଚେତ ପଡ଼ିଆ କିମ୍ବା ଛାତ ଉପରେ ନିର୍ମିତ ହେଲିପ୍ୟାଡରେ ଏହା ଅବତରଣ କରିପାରିବ। କିନ୍ତୁ ବିମାନଟି ଯେ, ସାଧାରଣ ଛାତ ଉପରେ ଅବତରଣ କରିବ ଏହା ଏକ ଚମତ୍କାର ଘଟଣା। ପୁଣି ଏହାକୁ କେହି ହାତରେ ଧରିନେବେ ତେବେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ।

ଉଡ଼ୁଥିବା ବିମାନଟି ଅବତରଣ କରୁଥିବା ଦେଖି ପିଲାଟି ଛାତରୁ ସିଧା ହାତରେ ଧରିନେବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛ। ଯାହାକୁ ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ଏହାଠାରୁ ଅଧିକ ମଜା ମିଳିବ ଯେତେବେଳେ ଆପଣ ପୂରା ଭିଡିଓଟିକୁ ଦେଖିବେ। ସେତେବେଳେ ଆପଣ ଭିଡିଓଟି ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ ହେବେ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି, ଗୋଟିଏ ବିମାନ ଆକାଶରେ ଉଡୁଥିବା ଦେଖାଯାଉଛି। ତା’ର ଗତିବିଧିକୁ ଦେଖି ଆପଣ ଅନୁଭବ କରିବେ ଯେପରି ସେ ତା’ର ଦିଗ ହରାଇଛି ଏବଂ କୌଣସି ଏକ ବଡ଼ ଦୁର୍ଘଟଣା ଘଟିପାରେ। ବିମାନଟି ଏକ ଘରକୁ ଧକ୍କା ଦେବ କିମ୍ବା ଏହା ଖସିପଡ଼ିବ। ଭିଡିଓ ଦେଖିବା ପରେ ବିମାନଟି ଏକ ଘରର ଛାତ ଆଡ଼କୁ ଗତି କରୁଛି ଏବଂ ତଳୁ ଲୋକମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଦେଖୁଛନ୍ତି। ଏହି ସମୟରେ ଜଣେ ପିଲା ନିଜ ହାତରେ ବିମାନଟିକୁ ଧରି ପକାଉଛି। ୧୧ ସେକେଣ୍ଡର ଭିଡିଓ ଦେଖିବା ପରେ, ଆପଣ ହସିବା ବନ୍ଦ କରି ପାରିବେ ନାହିଁ।

ଭିଡିଓ ଶେୟାର କରି ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି, ଏହି ଭିଡିଓ ଶେଷରେ ମୋତେ ବୋକା ବନେଇଦେଲା। ଆମେ ଆମର ସମସ୍ୟାକୁ ପ୍ରକୃତ ତୁଳନାରେ ବଡ଼ କରିଥାଉ। ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୩୨ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ପ୍ରକୃତ କଥା ହେଲା ଏହା ଏକ ଖେଳନା ବିମାନ। ଯାହା ଅବିକଳ ଏକ ବିମାନ ପରି ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri