ନିଶାମୁକ୍ତିରେ ବିନିଯୋଗ ହେବ ଡିଏମ୍‌ଏଫ୍‌

ଯାଜପୁର ଅଫିସ,୧୫ା୧୨: ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ମନ୍ତ୍ରଣାଳୟ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ(ଏନ୍‌ଏମ୍‌ବିଏ) କାର୍ଯ୍ୟକାରୀ ହେଉଛି। ଯୁବା ଓ ଶୈଶବ, ମହିଳା ଶିକ୍ଷାନୁଷ୍ଠାନ ଆଦିି ସ୍ଥାନରେ ନିଶା ଚାହିଦା ହ୍ରାସ କରିବା ଏହି ଅଭିଯାନର ଲକ୍ଷ୍ୟ ରହିଛି। ଏହାସହ ନିଶାସକ୍ତ ବ୍ୟକ୍ତିଙ୍କୁ ନିଶା ନିବାରଣ କେନ୍ଦ୍ରରେ ଚିକିତ୍ସା ପାଇଁ ସଂପୃକ୍ତ ଜିଲାଗୁଡିକୁ ବାର୍ଷିକ ୧୦ ଲକ୍ଷ ଟଙ୍କା ଲେଖାଏ ଅନୁଦାନ ପ୍ରଦାନ କରାଯାଉଛି। ବର୍ତ୍ତମାନ ଏହି ଅଭିଯାନକୁ ଆହୁରି ବ୍ୟାପକ କରିବା ପାଇଁ ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌)ରୁ ଅତିରିକ୍ତ ପାଣ୍ଠି ବିନିଯୋଗ କରିବାକୁ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହି ମର୍ମରେ ମନ୍ତ୍ରଣାଳୟର ଅଧସ୍ଥନ ସଚିବ ରାଜୀବ କୁମାର ଡିଏମ୍‌ଏଫ୍‌ ପାଣ୍ଠି ବିନିଯୋଗ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ୨ା୧୨ା୨୦୨୨ରେ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖିଥିଲେ। ଉକ୍ତ ପତ୍ର ଆଧାରରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ(ଡିଏସ୍‌ଏସ୍‌ଇପିଡି)ର ସଚିବ ଭାସ୍କର ଶର୍ମା ଅନୁଗୋଳ, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ରାୟଗଡ଼ା ଏବଂ ସୁନ୍ଦରଗଡ଼ ଜିଲାର ଜିଲାପାଳମାନଙ୍କୁ ନିଶାମୁକ୍ତ ଅଭିଯାନରେ ଡିଏମ୍‌ଏଫ୍‌ ପାଣ୍ଠି ବିନିଯୋଗ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ତେବେ ପୂର୍ବରୁ କେତେକ ବେସରକାରୀ ସଂସ୍ଥା ଜରିଆରେ ନିଶା ନିବାରଣ କେନ୍ଦ୍ର ନାମରେ ବ୍ୟାପକ ସରକାରୀ ଅର୍ଥ ହେରଫେର ଅଭିଯୋଗ ହୋଇଥିବାରୁ ପ୍ରସ୍ତାବିତ ଡିଏମ୍‌ଏଫ୍‌ ପାଣ୍ଠିର ସଦୁପଯୋଗ ହେବା ନେଇ ସଂଶୟ ସୃଷ୍ଟି ହୋଇଛି। ଏଠାରେ ଯାଜପୁର ଜିଲାର ଏକ ନିଶା ନିବାରଣ କେନ୍ଦ୍ରକୁ ଉଦାହରଣ ଭାବେ ନିଆଯାଇପାରେ। ପ୍ରତିବର୍ଷ ଏହି ନିଶା ନିବାରଣ କେନ୍ଦ୍ର ପାଇଁ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ପକ୍ଷରୁ ୨୨ଲକ୍ଷ ୨୬ ହଜାର ୪୨୦ ଟଙ୍କା ଅନୁଦାନ ମିଳୁଛି ା କିନ୍ତୁ ଉକ୍ତ ଅନୁଦାନରେ ମାନସାପୋଲଠାରେ ସେଭଳି କୌଣସି କେନ୍ଦ୍ର ନାହିଁ ବୋଲି ତଦନ୍ତରୁ ଜଣାପଡ଼ିଛି। କେତେକ ନିଶା ନିବାରଣ କେନ୍ଦ୍ର କେବଳ କାଗଜ କଲମରେ ଚାଲି ଆବଣ୍ଟିତ ଅନୁଦାନର ସିଂହଭାଗ ବାଟବାରଣ ହୋଇଥିବା ଅଭିଯୋଗ ହୋଇଛି। ଏହି ମର୍ମରେ ଅଞ୍ଚଳବାସୀ ଜିଲାପାଳ, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କୁ ଡାକଯୋଗେ ଅଭିଯୋଗ କରିଥିବା ସୂଚନା ମିଳିଛି। ତେବେ ଏଯାଏ କୌଣସି ତଦନ୍ତ ହୋଇ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।
ଏ ସଂକ୍ରାନ୍ତରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଆର.ଏନ. ବେହେରା କୁହନ୍ତି, ପ୍ରଶାସନିକ ନିଷ୍ପତ୍ତି ଅନୁସାରେ ନିଶା ନିବାରଣ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ତେବେ ଉକ୍ତ କେନ୍ଦ୍ରରେ ଅନିୟମିତତା ଅଭିଯୋଗ ସଂକ୍ରାନ୍ତରେ ଏଯାଏ କୌଣସି ତଦନ୍ତ ନିର୍ଦ୍ଦେଶ ହୋଇନାହିଁ। ଉକ୍ତ କେନ୍ଦ୍ରଟିରେ କୌଣସି ଅନିୟମିତତା ନାହିଁ ବୋଲି ସେ ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

କେଏସୟୁବି କଲେଜ ପରିଦର୍ଶନ କଲେ ଏନସିସି ସିଓ, କ୍ୟାଡେଟ ମାନଙ୍କ ସୁବିଧା…

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ)-ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଆର୍ମି ୱିଂଙ୍ଗ ବ୍ରହ୍ମପୁର ବାଟାଲିୟନର କମାଣ୍ଡିଂଙ୍ଗ ଅଫିସର(ସିଓ) ସମିର କର ଗୁରୁବାର ଗଞ୍ଜାମ ଜିଲା ଭଞ୍ଜନଗର କବି...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri