Odisha Elections 2024

‘ବିଶ୍ୱସନୀୟ ଡିଜିଟାଲ ଯୋଗାଯୋଗ ପାଲଟିଛି’

ନୂଆଦିଲ୍ଲୀ,୧୫।୧୨: ଦେଶର ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଟ୍ରୁକଲର ଆପ୍‌ ମାଧ୍ୟମରେ ଡିଜିଟାଲ ଗଭର୍ନମେଣ୍ଟ ଡାଇରେକ୍ଟୋରିର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଭାରତର ନାଗରିକ ଓ ସରକାରଙ୍କ ମଧ୍ୟରେ ଏହା ସହଜରେ ଏକ ସରଳ ଯୋଗାଯୋଗ ସ୍ଥାପନ କରିପାରିବ ବୋଲି କୁହାଯାଉଛି। ବିଶେଷକରି ଏହା ସହାୟତାରେ ସରକାରୀ ଅଧିକାରୀଙ୍କର ହଜାର ହଜାର ଯାଞ୍ଚ ହୋଇଥିବା କଣ୍ଟାକ୍ଟର ସୁବିଧା ମିଳିପାରିବ।

ଏ ସମ୍ପର୍କରେ ଟ୍ରୁ କଲରର ଡାଇରେକ୍ଟର ଅଫ୍‌ ପବ୍ଲିକ୍‌ ଆଫେୟାର୍ସ ପ୍ରଜ୍ଞା ମିଶ୍ର କହିଛନ୍ତି, ଟ୍ରୁକଲର ବର୍ତ୍ତମାନ କେବଳ ଏକ କଲର ଚିହ୍ନଟ ଆପ୍‌ ଭାବେ ରହିନାହିଁ ଓ ଏହା ବର୍ତ୍ତମାନ ସହରୀ ଓ ଭାରତରେ ବୃଦ୍ଧି ହେଉଥିବା ଅର୍ଦ୍ଧସହରାଞ୍ଚଳ-ଗ୍ରାମୀଣ ମାର୍କେଟରେ ମଧ୍ୟ ବିଶ୍ୱସନୀୟ ଡିଜିଟାଲ ଯୋଗାଯୋଗ ମାଧ୍ୟମରେ ବିଶ୍ୱାସ ସୃଷ୍ଟି କରୁଛି। ଆମର ପ୍ରଚେଷ୍ଟା ହେଉଛି ଲୋକମାନଙ୍କୁ ଜାଲିଆତିମୂଳକ ସରକାରୀ କଲ୍‌ ତଥା ବିଭିନ୍ନ ପ୍ରକାର ଠକାମିରୁ ସୁରକ୍ଷା ପ୍ରଦାନ କରିବା।

ଆମେ ବିଶ୍ୱାସକରୁ ଯେ ଏହି ବୈଶିଷ୍ଟ୍ୟ ସହିତ ନାଗରିକମାନେ ଆବଶ୍ୟକତା ସମୟରେ ସହଜରେ ଠିକ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚତ୍ପାରିବେ। ସରକାରୀ ନମ୍ବରର ଏହା ହେଉଛି ପ୍ରଥମ ଡିଜିଟାଲ ଡାଇରେକ୍ଟୋରି ଓ ଆମେ ୟୁଜରଙ୍କ ମତାମତ ଆଧାରରେ ଏହାର ବିକାଶ ଜାରି ରଖିବୁ। ଯୋଗାଯୋଗକୁ ନିରାପଦ କରିବା ସହ ବିଶ୍ୱାସ ସୃଷ୍ଟି କରିବା ଦିଗରେ ଆମେ ଆମର ପ୍ରଚେଷ୍ଟାକୁ ଜାରି ରଖିବୁ। ଟ୍ରୁ କଲର ଏହାର ଡାଇରେକ୍ଟାରିକୁ ସମ୍ପ୍ରସାରିତ କରିବା ପାଇଁ ବିଭିନ୍ନ ସରକାରୀ ବିଭାଗ ସହ କାର୍ଯ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଟେକ୍ନୋ ଇଣ୍ଡିଆ ସହ ଗୁଗଲ କ୍ଲାଉଡ୍‌ର ସହଭାଗିତା

ଭୁବନେଶ୍ୱର,୨୫।୫ (ଅନୁରାଧା ମହାରଣା): ଟେକ୍ନୋ ଇଣ୍ଡିଆ ଗ୍ରୁପ୍‌ ଏବଂ ଗୁଗଲ କ୍ଲାଉଡ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପିତ ହୋଇଛି। ଟେକ୍ନୋ ଇଣ୍ଡିଆ ଗ୍ରୁପ୍‌ର...

ଫିକି ଫ୍ଲୋ ଭୁବନେଶ୍ବରର ଦିନିକିଆ କର୍ମଶାଳା

ଭୁବନେଶ୍ୱର,୨୫।୫: ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ମହିଳା ଶାଖା ସହ ଅନୁବନ୍ଧିତ ପ୍ରତିଷ୍ଠାନ ଫିକି ଫ୍ଲୋ ଭୁବନେଶ୍ୱର ପକ୍ଷରୁ...

ଆପ୍ଲାଏନ୍‌ସେସ୍‌ ଶିଳ୍ପ ଅଭିବୃଦ୍ଧି ପଥରେ ଓଡ଼ିଶା ବଜାର

ଭୁବନେଶ୍ୱର,୨୫।୫: କ୍ରମାଗତ ଭାବେ ଘରୋଇ ଆପ୍ଲାଏନ୍‌ସେସ୍‌ ଶିଳ୍ପ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଥିବା ବେଳେ ଜାତୀୟସ୍ତରରେ ମଧ୍ୟ ଓଡ଼ିଶା ବଜାରର ଅଂଶ ପ୍ରାୟ ୬% ରହିଛି...

ଡିଆଇଏଲ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୨୫।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଡାବର ଇଣ୍ଡିଆ ଲିମିଟେଡ୍‌ (ଡିଆଇଏଲ୍‌)ର ନୂତନ ଉତ୍ପାଦ ‘ଡାବର ଗ୍ଲୁକୋପ୍ଲସ୍‌-ସି ଇନ୍‌ଷ୍ଟାଣ୍ଟ ଏନର୍ଜି ଡ୍ରିଙ୍କ୍‌’ର ଶୁଭାରମ୍ଭ ସହ...

ବାଲୁକାକଳା ମାଧ୍ୟମରେ ଭୋଟର ସଚେତନତା

ଭୁବନେଶ୍ୱର,୨୫।୫: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)ର ନୂତନ ଅଭିଯାନ ‘ବାଲୁକା କଳା ମାଧ୍ୟମରେ ଭୋଟର ସଚେତନତା’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏସ୍‌ବିଆଇର ଭୁବନେଶ୍ୱର ପ୍ରଧାନ...

ଖିମ୍‌ଜୀ ଜୁଏଲର୍ସର ୧୩ତମ ପୂର୍ତ୍ତି ଉତ୍ସବ

କଟକ,୨୫।୫ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ସର୍ବପୁରାତନ ଗହଣା ବ୍ରାଣ୍ଡ୍‌ ଖିମ୍‌ଜୀ ଜୁଏଲର୍ସର ୧୩ତମ ପୂର୍ତ୍ତି ଉତ୍ସବ କଟକ ଶୋ‘ରୁମ୍‌(ଷ୍ଟୋର) ପରିସରରେ...

ବୈଦ୍ୟୁତିକ ସାମଗ୍ରୀର ଦର ବୃଦ୍ଧି ଆଶଙ୍କା

ଭୁବନେଶ୍ୱର,୨୫।୫ (ଅନୁରାଧା ମହାରଣା): ଲୋହିତ ସାଗର ସଙ୍କଟ ଯୋଗୁ ବର୍ତ୍ତମାନ ଏହାର ପ୍ରଭାବ ବ୍ୟବସାୟ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଶିପିଂ କଣ୍ଟେନରର ଅଭାବ କାରଣରୁ ଚାଇନାରୁ ଆସୁଥିବା...

ଗୁଗୁଲ ପେ’ ୟୁଜର୍ସଙ୍କ ପାଇଁ ଖୁସି ଖବର, ଆକାଉଣ୍ଟରୁ କଟିବନି ଟଙ୍କା ଆଉ କରିପାରିବେ ପେମେଣ୍ଟ

ନୂଆଦିଲ୍ଲୀ,୨୪।୫: ଆପଣ ‘ଗୁଗୁଲ ପେ’ ବ୍ୟବହାର କରନ୍ତି କି? ଯଦିି ଆପଣ ଗୁଗୁଲ ପେ’ ବ୍ୟବହାରକାରୀ, ତେବେ ଆପଣଙ୍କ ପାଇଁ ଖୁସି ଖବର । ଏଣିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri