Posted inଫୁରସତ

ଏମିତି ଗାଁ, ଯେଉଁଠୁ ଆସୁଛି ଅଜବ ଶବ୍ଦ

ଆପଣ ନିଶ୍ଚିତ ଭାବରେ ଏପରି ଅନେକ ସ୍ଥାନ ବିଷୟରେ ଶୁଣିଥିବେ, ଯାହା ସହିତ କିଛି କାହାଣୀ ଜଡ଼ିତ ଥାଏ ତାହାଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଇଂଲଣ୍ଡରେ ମଧ୍ୟ ସେମିତି ଏକ ଗାଁ ରହିଛି। ଯେଉଁଠାରେ ଅନନ୍ୟ ରହସ୍ୟ ଲୁଚି ରହିଛି। ଏଠାକାର ଲୋକମାନେ ନିଜ ଗାଁକୁ ବହୁତ ଭଲ ପାଆନ୍ତି, କିନ୍ତୁ ସେମାନଙ୍କର ସମସ୍ୟା ହେଉଛି ଯେ, ସେମାନେ ନିଜ ସୁନ୍ଦର ଘର ଏବଂ ଗାଁରେ ରାତିରେ ଶାନ୍ତିରେ ଶୋଇ ପାରନ୍ତି ନାହିଁ। ଏହା ଚୋର ଏବଂ ଡକାୟତମାନଙ୍କ ଭୟ ଯୋଗୁ ନୁହେଁ ବରଂ ଏକ ଅଜବ ଶବ୍ଦ ଯୋଗୁ। ଯାହାକି ବର୍ଷ ବର୍ଷ ଧରି ସେମାନଙ୍କ ଶାନ୍ତି ନିଦ୍ରା ଛଡ଼ାଇ ନେଇଛି।

ଇଂଲଣ୍ଡର ୟର୍କସାୟାରରେ ଏପରି ଗାଁଟିଏ ରହିଛି। ଯେଉଁଠାରେ ଦିନରାତି ଏକ ରହସ୍ୟମୟ ଶବ୍ଦ ଆସେ। ଗାଁର ନାମ ହୋମଫିଲ୍ଡ। ଏଠାରୁ ସବୁବେଳେ ଏକ ଇଞ୍ଜିନ କିମ୍ବା ଓ୍ବାଶିଂ ମେଶିନର ଶବ୍ଦ ପରି ଶବ୍ଦ ଶୁଣିବାକୁ ମିଳେ। ଦିନରେ ଲୋକମାନେ ଏକପ୍ରକାର ଚଳି ଯାଉଥିବା ବେଳେ ରାତିରେ ଭୟଭୀତ ହୋଇପଡ଼ନ୍ତି। ଏହି ଶବ୍ଦ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି। କିନ୍ତୁ ଏହାର ପ୍ରକୃତ କାରଣ କାହାକୁ ଜଣା ନାହିଁ।

ଦୀର୍ଘ ବର୍ଷ ଧରି, ଏହି ସ୍ଥାନର ବାସିନ୍ଦାମାନେ ଏହି ପ୍ରକାରର ଶବ୍ଦ ଶୁଣୁଛନ୍ତି ଏବଂ ଏହା ପଛରେ ଥିବା କାରଣ ଜାଣିବାକୁ ଚେଷ୍ଟା କରୁଛନ୍ତି। ଏହାର କାରଣ ଜାଣିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ମଧ୍ୟ ଜଣେ ପରାମର୍ଶଦାତାଙ୍କୁ ନିଯୁକ୍ତି ଦେଇଥିଲେ। କିନ୍ତୁ ସେ ମଧ୍ୟ ଏହି ରହସ୍ୟର ସମାଧାନ କରିପାରି ନ ଥିଲେ। ଏଠାରେ ରହୁଥିବା ଲୋକମାନେ କହୁଛନ୍ତି ଯେ ଶବ୍ଦଟି ଓ୍ବାଶିଂ ମେଶିନ କିମ୍ବା ଡିଜେଲ ଇଞ୍ଜିନ ଚଲାଇବା ପରି। ରାତିରେ ଶୋଇପାରୁ ନ ଥିବାରୁ ଏପରି ଶବ୍ଦର କ୍ରମାଗତ ଶୁଣିବା ଯୋଗୁ ଲୋକଙ୍କ ମାନସିକ ଅବସ୍ଥା ପ୍ରଭାବିତ ହେଉଛି। କିଛି ଲୋକ ଏପରିକି କୁହନ୍ତି, ସେମାନଙ୍କର ମୁଣ୍ଡ ଫାଟିଯିବା ପରେ ଲାଗେ।

୨୦୧୯ରେ ପ୍ରଥମ ଥର ପାଇଁ ଲୋକମାନେ ଏହି ଶବ୍ଦ ଶୁଣିଲେ ଏବଂ ସେମାନେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କଲେ। ଯାଞ୍ଚରେ ୩ଟି କଥାକୁ ନେଇ ସନ୍ଦେହ କରାଯାଇଥିଲା କିନ୍ତୁ ଅଧିକାରୀମାନେ ପ୍ରକୃତ କାରଣ ଜାଣିପାରିଲେ ନାହିଁ। ଶବ୍ଦ ବିଶେଷଜ୍ଞ ପିଟର ରୋଜର୍ସ କହିଛନ୍ତି, ଏହି ଶବ୍ଦ କାରଖାନା କିମ୍ବା ପ୍ରବାହିତ ଜଳ କିମ୍ବା ଟ୍ରାନ୍ସଫର୍ମର କିମ୍ବା ଟେଲିଗ୍ରାଫ ପୋଲ୍‌ରୁ ହୋଇପାରେ। କିନ୍ତୁ ସଠିକ୍‌ ଭାବେ କେହି ଆଜି ପର୍ଯ୍ୟନ୍ତ କହିପାରୁନାହାନ୍ତି। ଫଳରେ ଏହା ରହସ୍ୟାବୃତ୍ତ ହୋଇରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri