Posted inଖେଳ

ଫାଇନାଲରେ ଆର୍ଜେଣ୍ଟିନା

ଦୋହା, ୧୪।୧୨: ଦୁଇଥର ଚାମ୍ପିୟନ ଆର୍ଜେଣ୍ଟିନା ଚଳିତ ଫିଫା ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଲୁସେଲ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଲିଓନେଲ ମେସିଙ୍କ ଦଳ ୩-୦ ଗୋଲରେ କ୍ରୋଏସିଆକୁ ପରାସ୍ତ କରିଛି। ଫଳରେ ଗତ ସଂସ୍କରଣର ରନରଅପ୍‌ କ୍ରୋଏସିଆର ଟାଇଟଲ ଜିତିବା ଆଶା ଏଥର ମଧ୍ୟ ଅଧୁରା ରହି ଯାଇଛି। ଆର୍ଜେଣ୍ଟିନା ପକ୍ଷରୁ ମେସି ପେନାଲ୍ଟିରୁ ଏକ ଗୋଲ ଦେଇଥିବାବେଳେ ଅନ୍ୟ ୨ଟି ଗୋଲ ଦେଇଥିଲେ ଯୁବ ଷ୍ଟ୍ରାଇକର ଜୁଲିଆନ ଆଲ୍‌ଭାରେଜ। ୨୦୧୪ ପରେ ଆର୍ଜେଣ୍ଟିନା ପ୍ରଥମଥରପାଇଁ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ୧୯୭୮ ଓ ୧୯୮୬ରେ ଚାମ୍ପିୟନ ଆର୍ଜେଣ୍ଟିନା ୧୯୩୦, ୧୯୯୦ ଓ ୨୦୧୪ରେ ରନରଅପ୍‌ ହୋଇଥିଲା। ୨୦୧୮ରେ ଦଳ ରାଉଣ୍ଡ ଅଫ୍‌ ୧୬ରୁ ବିଦାୟ ନେଇଥିଲା। ଏଥର ଫାଇନାଲରେ ପ୍ରବେଶ କରି ଦଳ ତୃତୀୟ ଥରପାଇଁ ବିଶ୍ୱକପ ଜିତିବା ଆଶା ଉଜ୍ଜୀବିତ ରଖିଛି। ମେସି ମଧ୍ୟ କ୍ୟାରିୟର ସାୟାହ୍ନରେ ବିଶ୍ୱକପ ଟାଇଟଲ ଜିତିବାର ନିକଟତର ହୋଇଛନ୍ତି। ଅନ୍ୟପକ୍ଷରେ ଗତ ସଂସ୍କରଣ (୨୦୧୮)ରେ କ୍ରୋଏସିଆ ରନରଅପ୍‌ ହୋଇ ବିଶ୍ୱକପରେ ଶ୍ରେଷ୍ଠ ସଫଳତା ପାଇଥିଲା। ୧୯୯୮ରେ ଦଳ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ୨୦୦୨, ୨୦୦୬ ଓ ୨୦୧୪ରେ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ବୁଧବାର ଫ୍ରାନ୍ସ ଓ ମରକ୍କୋ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଅନୁଷ୍ଠିତ ହେବ। ଏହାର ବିଜେତାକୁ ଆର୍ଜେଣ୍ଟିନା ଆସନ୍ତା ରବିବାର ଫାଇନାଲରେ ଭେଟିବ।
ମ୍ୟାଚର ୩୨ତମ ମିନିଟରେ ବକ୍ସ ଅଞ୍ଚଳ ମଧ୍ୟରେ ବଲ୍‌ ପାଇଁ ସଂଘର୍ଷ ସମୟରେ ଆର୍ଜେଣ୍ଟିନାର ଆଲ୍‌ଭାରେଜଙ୍କୁ ଟାଣି ତଳେ ପକାଇ ଦେଇଥିଲେ କ୍ରୋଏସିଆ ଗୋଲକିପର ଡୋମିନିକ୍‌ ଲିଭାକୋଭିକ୍‌। ଫଳରେ ରେଫରି ଲିଭାକୋଭିକ୍‌ଙ୍କୁ ୟେଲୋ କାର୍ଡ ଦେଖାଇଥିଲେ ଏବଂ ଆର୍ଜେଣ୍ଟିନାକୁ ବହୁ ଗୁରୁତ୍ୱପୂର୍ଣ୍ଣ ପେନାଲ୍ଟି ସୁଯୋଗ ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ କ୍ରୋଏସିଆ ଖେଳାଳି ମାଟେଓ କୋଭାକିକ୍‌ ଅଣ ଖେଳୁଆଡ଼ ମନୋଭାବ ଦେଖାଇଥିଲେ। ଫଳରେ ରେଫରି ତାଙ୍କୁ ମଧ୍ୟ ୟେଲୋକାର୍ଡ ଦେଖାଇଥିଲେ। ୩୪ତମ ମିନିଟରେ ପେନାଲ୍ଟି ଶଟ୍‌ ମାରିଥିଲେ ଅଧିନାୟକ ଲିଓନେଲ ମେସି। ସେ ପ୍ରତିପକ୍ଷ ଗୋଲକିପରଙ୍କୁ ଚକ୍‌ମା ଦେଇ ରାଇଟ୍‌ କର୍ନରରେ ଗୋଲ ସ୍କୋର କରିବା ସହ ଆର୍ଜେଣ୍ଟିନାକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଶୁଟ୍‌ଆଉଟକୁ ଛାଡ଼ିଦେଲେ ଏଥିସହ ସେ ୧୯୬୬ରେ ପର୍ତ୍ତୁଗାଲର ୟୁସେବିଓ ଏବଂ ୧୯୭୮ରେ ନେଦରଲାଣ୍ଡ୍ସର ରବ୍‌ ରେନସେନବ୍ରିଙ୍କ ସମକକ୍ଷ ମେସି ୨୦୨୨ ବିଶ୍ୱକପରେ ପେନାଲ୍ଟିରୁ ୪ଟି ଗୋଲ ଦେବାର ରେକର୍ଡ କଲେ। ଏହାଥିଲା ବିଶ୍ୱକପରେ ମେସିଙ୍କର ୧୧ତମ ଗୋଲ। ଯାହାକି କୌଣସି ଆର୍ଜେଣ୍ଟିନା ଖେଳାଳିଙ୍କ ପକ୍ଷରେ ସର୍ବାଧିକ। ମେସି ଗୋଲ ଦେବାର ୫ ମିନିଟ ପରେ ଅର୍ଥାତ୍‌ ୩୯ତମ ମିନିଟରେ ଜୁଲିଆନ ଆଲ୍‌ଭାରେଜ ଏକ ଗୋଲ ଦେଇ ଆର୍ଜେଣ୍ଟିନା ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇ ଦେଇଥିଲେ। ମିଡ୍‌ଫିଲ୍ଡରୁ ମେସିଙ୍କଠାରୁ ବଲ୍‌ ପାଇ ଏହି ଯୁବ ଷ୍ଟ୍ରାଇକର କ୍ରୋଏସିଆର ରକ୍ଷଣଭାଗକୁ ଭେଦକରିବା ସହ ଗୋଲକିପରଙ୍କୁ ଚତୁରତାର ସହ ଅତିକ୍ରମ କରି ଗୋଲ ସ୍କୋର କରିବାରେ ସକ୍ଷମ ହୋଇଥିଲେ। ପ୍ରଥମାର୍ଦ୍ଧରେ କ୍ରୋଏସିଆ ୬୨ ପ୍ରତିଶତ ବଲ୍‌କୁ ନିୟନ୍ତ୍ରଣରେ ରଖିଥିଲେ ହେଁ ଗୋଟିଏ ହେଲେ ଶଟ୍‌ ଟାର୍ଗେଟ କରିପାରି ନ ଥିଲା। ଅନ୍ୟପକ୍ଷରେ ଆଲଭାରେଜଙ୍କର ଚଳିତ ବିଶ୍ୱକପରେ ଏହା ତୃତୀୟ ଗୋଲ ଥିଲା। ୨୨ କିମ୍ବା ତା’ଠାରୁ କମ୍‌ ବୟସର ଖେଳାଳିଭାବେ କେବଳ ଗୋଞ୍ଜାଲୋ ହିଗୁଏନ ୨୦୧୦ ବିଶ୍ୱକପରେ ୪ଟି ଗୋଲ ଦେବାରେ ସକ୍ଷମ ହୋଇଥିଲେ। ମ୍ୟାଚର ୬୯ତମ ମିନିଟରେ ଆର୍ଜେଣ୍ଟିନା ୩ୟ ଗୋଲଟି ସ୍କୋର କରିଥିଲା। ମେସି ଏକାକୀ କ୍ରୋଏସିଆ ଖେଳାଳିଙ୍କୁ ଅତିକ୍ରମ କରି ବଲ୍‌କୁ ଗୋଲପୋଷ୍ଟର ନିକଟରେ ପହଞ୍ଚାଇବାପରେ ଜୁଲିଆନ ଆଲଭାରେଜଙ୍କ ନିକଟକୁ ପାସ୍‌ ଦେଇଥିଲେ। ଆଲଭାରେଜ କୌଣସି ଭୁଲ ନ କରି ତତ୍‌କ୍ଷଣାତ ବଲ୍‌କୁ କ୍ରୋଏସିଆ ଗୋଲପୋଷ୍ଟକୁ ବଲ୍‌ ପଠାଇ ଦେଇଥିଲେ। ଏହାକୁ ମିଶାଇ ମେସି ୧୯୬୬ପରେ ପ୍ରଥମ ଖେଳାଳିଭାବେ ଗୋଟିଏ ବିଶ୍ୱକପର ୩ଟି ଭିନ୍ନ ମ୍ୟାଚରେ ଗୋଲ ଦେବାସହ ଗୋଲ ଦେବାରେ ସହାୟକ ମଧ୍ୟ ହେଲେ।
ଲିଓନେଲ ମେସି ଏଠାରେ କ୍ୟାରିୟରର ୨୫ତମ ବିଶ୍ୱକପ ମ୍ୟାଚ ଖେଳିଥିଲେ। ଏ କ୍ଷେତ୍ରରେ ସେ ବିଶ୍ୱକପରେ ସର୍ବାଧିକ ମ୍ୟାଚ ଖେଳିବାରେ ଜର୍ମାନୀର ଲୋଥାର ମାଥ୍ୟୁସଙ୍କ ରେକର୍ଡର ସମକକ୍ଷ ହୋଇଥିଲେ। ଆର୍ଜେଣ୍ଟିନା ପକ୍ଷରୁ ୫୦ତମ ମ୍ୟାଚ ଖେଳିଥିଲେ ରୋଡ୍ରିଗୋ ଡି ପଲ୍‌ ଓ ଲିଆଣ୍ଡ୍ରୋ ପରେଡେସ। କୋଚ୍‌ ଜ୍ଲାଟ୍‌କୋ କ୍ରୋଏସିଆକୁ ୪-୩-୩ ଓ ଲିଓନେଲ ସ୍କାଲୋନି ଆର୍ଜେଣ୍ଟିନାକୁ ୪-୪-୨ ଲାଇନ୍‌ଅପ୍‌ରେ ଖେଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

ଚାନ୍ଦବାଲି ଲଜ୍ଜା: ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ଉତ୍ତେଜନା ଦେଖାଯାଇଥିବା...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri