ଇନ୍‌ଫୋସିଟି ଥାନାରେ ବୀରେନ୍ଦ୍ର ଲାକ୍ରାଙ୍କୁ ଜେରା

ଭୁବନେଶ୍ୱର, ୧୩।୧୨ (ବ୍ୟୁରୋ):ବହୁଚର୍ଚ୍ଚିତ ଆନନ୍ଦ ଟପ୍ପୋ ହତ୍ୟା ମାମଲାରେ ଭୁବନେଶ୍ୱର ଇନ୍‌ଫୋସିଟି ଥାନାରେ ସୋମବାର ସନ୍ଧ୍ୟାରେ ହାଜର ହୋଇଛନ୍ତି ଆନ୍ତର୍ଜାତିକ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା। ତଦନ୍ତକାରୀ ଅଧିକାରୀ, ଜୋନ୍‌ ଏସିପି ରମେଶ ଚନ୍ଦ୍ର ବିଶୋଇ ଓ ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲ ମାମଲା ସଂକ୍ରାନ୍ତରେ ବୀରେନ୍ଦ୍ରଙ୍କୁ ପଚରାଉଚରା କରିଛନ୍ତି। ଘଟଣାଦିନ କ’ଣ ହୋଇଥିଲା, କେଉଁମାନେ ଉକ୍ତ ଫ୍ଲାଟ୍‌ରେ ଥିଲେ, ଆନନ୍ଦଙ୍କ ସହ କିପରି ବନ୍ଧୁତା ଥିଲା, ଫ୍ଲାଟ୍‌ରେ ଥିବା ବୀରେନ୍ଦ୍ରଙ୍କ ବାନ୍ଧବୀଙ୍କ ଭୂମିକା କ’ଣ ଥିଲା, ଏଭଳି ବିଭିନ୍ନ ଦିଗକୁ ନେଇ ତାଙ୍କୁ ପ୍ରଶ୍ନ କରାଯାଇଛି। ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲ କହିଛନ୍ତି, ଏହି ମାମଲାରେ ଆନନ୍ଦଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ଆତ୍ମହତ୍ୟା ଆସିଥିବାବେଳେ ଅଧିକ ପରୀକ୍ଷା ପାଇଁ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି। ଘଟଣା ସଂକ୍ରାନ୍ତରେ ଜାଣିଥିବା ୨୫ ଜଣଙ୍କୁ ନୋଟିସ୍‌ କରାଯାଇଛି। ପର୍ଯ୍ୟାୟକ୍ରମେ ବାନ୍ଧବୀଙ୍କ ସହ ସମସ୍ତଙ୍କୁ ଜେରା କରାଯିବ ବୋଲି ସେ କହିଛନ୍ତି। ତେବେ ରାତି ପ୍ରାୟ ୧୦ଟାରେ ବୀରେନ୍ଦ୍ର ଥାନାରୁ ବାହାରିଥିଲେ। ଏହି ସମୟରେ ସେ ଗଣମାଧ୍ୟମକୁ କହିଛନ୍ତି, ମୋତେ ଯାହା ପଚରାଯାଇଥିଲା ତାହାର ଉତ୍ତର ଦେଇଛି। ପୋଲିସ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବେ ବୋଲି ସେ କହିଛନ୍ତି।
ସୂଚନା ଅନୁଯାୟୀ, ବୀରେନ୍ଦ୍ର ଲାକ୍ରା ହେଉଛନ୍ତି ଆନନ୍ଦଙ୍କ ପିଲାଦିନର ସାଙ୍ଗ। ସ୍ତ୍ରୀଙ୍କ ସହ ବିବାଦ ଦେଖାଦେବାରୁ ବିବାହର ମାତ୍ର ୧୦ଦିନରେ ଆନନ୍ଦ ଭୁବନେଶ୍ୱର ଚାଲିଆସି ଇନ୍‌ଫୋସିଟି ଅଞ୍ଚଳର ଏକ ଫ୍ଲାଟ୍‌ରେ ରହୁଥିବା ବୀରେନ୍ଦ୍ରଙ୍କ ସହ ରହି ଚାକିରି ଖୋଜୁଥିଲେ। ଗତ ଫେବୃୟାରୀ ୨୮ ସକାଳ ୭ଟାରେ ସେ ରାଉରକେଲାରୁ ଫେରି ଉକ୍ତ ଫ୍ଲାଟ୍‌କୁ ଆସିଥିଲେ। ପୂର୍ବାହ୍ନ ସାଢ଼େ ୧୦ଟାରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଥିଲା। ବେକରେ ଶାଢ଼ି ବାନ୍ଧି ଆନନ୍ଦ ଆତ୍ମହତ୍ୟା କରିଥିବା ନେଇ ବୀରେନ୍ଦ୍ର ତାଙ୍କ ବାପାଙ୍କୁ ଜଣାଇଥିଲେ। ଏଥିସହ ଆନନ୍ଦଙ୍କୁ ସେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଏନେଇ ବୀରେନ୍ଦ୍ର ଓ ତାଙ୍କ ବାନ୍ଧବୀ ମାନ୍‌ଜିତ ଟେଟେଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ ଆନନ୍ଦଙ୍କ ବାପା। ହେଲେ ଥାନାଧିକାରିଣୀ ସମିତା ମିଶ୍ର ଅଭିଯୋଗ ଗ୍ରହଣ ନ କରିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ନଭେମ୍ବର ୨୪ରେ ପୋଲିସ ଏକ ହତ୍ୟା ମାମଲା (ନଂ.୩୩୬/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏଥିସହ ଅଭିଯୋଗ ଗ୍ରହଣ ନ କରିବା ଅଭିଯୋଗରେ ହାଇକୋର୍ଟ ଡିସେମ୍ବର ୬ ତାରିଖ ଶୁଣାଣିରେ ସମ୍ପୃକ୍ତ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ୱର ଡିସିପିଙ୍କୁ ୩ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ କହିବା ସହ ଆଇଆଇସି ସମିତାଙ୍କୁ ବର୍ଷେ ଫିଲ୍ଡ ପୋଷ୍ଟିଂ ମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri