Posted inଫୁରସତ

ଐତିହାସିକ ଗାଁ ଥୁଆବାରୀ

ଭାରତ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ତୀର୍ଥକ୍ଷେତ୍ର ଥୁଆବାରୀ ଗାଁ। ଦିନେ ଏହି ଗାଁର ସମସ୍ତ ପରିବାରରେ ଥିଲେ ସ୍ବାଧୀନତା ସଂଗ୍ରାମୀ। ନୟାଗଡ଼ ଜିଲାର ଆଦିବାସୀ ବହୁଳ ନୂଆଗାଁ ବ୍ଲକ ଅନ୍ତର୍ଗତ ଥୁଆବାରୀ ଗାଁ। ଜିଲା ସଦର ମହକୁମାଠାରୁ ଏହି ଗାଁଟି ପ୍ରାୟ୧୫ କମି ଦୂରରେ। ଗ୍ରାମର ୩ ପାର୍ଶ୍ୱରେ ପାହାଡ଼ ଥିବାବେଳେ ଡାହୁକା ନଦୀର ଦୁଇ ପାର୍ଶ୍ୱରେ ଚାଷଜମି ରହିଛି । ଦିନ ଥିଲା ଥୁଆବାରି ଗାଁ ମାଟିର ନଁା ଶୁଣିଲେ ରାଜ୍ୟବାସୀଙ୍କ ମନରେ ଅଭୂତପୂର୍ବ ଦେଶପ୍ରେମର ଶିହରଣ ସୃଷ୍ଟି ହେଉଥିଲା। କିନ୍ତୁ ଆଜିର ଏହି ଗାଁକୁ ଯେଉଁଭଳି ମାନ୍ୟତା ମିଳିବା କଥା ସେଭଳି ମିଳିପାରିନାହିଁ। ପ୍ରଶାସନିକ ଅବ୍ୟବସ୍ଥା ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଗାଁର ବିକାଶ ଶୀତଳଭଣ୍ଡାରରେ ପଡି ରହିଛି । ଦିନଥିଲା ଯେବେ ଏହି ଗ୍ରାମର ପ୍ରାୟ ୬୦ ପରିବାର ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ୧୯୪୩ ମସିହାରେ ଜେଲ ପରିସରରେ ନାନା ନିର୍ଯାତନା ପାଇ ୮୦ ବର୍ଷୀୟ କଣ୍ଡୁରୀ ପରିଡା, ୪୦ ବର୍ଷୀୟ ପୁଅ ବୁଦ୍ଧି, ୬୦ ବର୍ଷୀୟ ଦୟା ବେହେରା ପ୍ରମୁଖ ଶହୀଦ ହୋଇଥିଲେ। ଜେଲରେ ଥିବାବେଳେ ଲିଙ୍ଗା ନାୟକ ଚକ୍ଷୁହୀନ ଓ ହରି ସାହୁ ପାଗଳ ହୋଇଯାଇଥିଲେ। ପରେ ଏମାନେ କୁଆଡ଼େ ଗଲେ ଏଯାବତ ଖୋଜ ଖବର ନାହିଁ । ପୁଣି ଖତି ସାହୁଙ୍କୁ ରାଜତନ୍ତ୍ର କି ଦଣ୍ଡ ଦେଇଥିଲା ଏଯାବତ ତାହା ରହସ୍ୟ ଘେରରେ ରହିଛି । କିନ୍ତୁ ଖତି ସାହୁ ନିଖୋଜ ଅଛନ୍ତି। ଗ୍ରାମର ଆନନ୍ଦ ସ୍ବାଇଁ, ସୁଦର୍ଶନ ସ୍ବାଇଁ, ଅରକ୍ଷିତ ସାହୁ, ଦନେଇ ସାହୁ, ବୁଲା ସେଠୀ ପ୍ରମୁଖ ୩୫ଜଣ ଜେଲ ଦଣ୍ଡ ଭୋଗିଥିଲେ। ୭ଜଣ ଆତ୍ମଗୋପନ କରିଥିବାବେଳେ ୨୩ ଜଣ ବେତସଜା ପାଇଥିବାବେଳେ ଜରିମାନା ବି ଦେଇଥିଲେ। ୧୯ ଜଣ କେବଳ ଜରିମାନା ଓ ୩୫ ଜଣ ଅଣବନ୍ଦୀ ରୂପେ କାଳାତିପାତ କରିଥିଲେ ା ଜେଲରେ ଥିବା ବେଳେ ବେତ୍ରାଘାତ, ତତଲା ଲୁହାରେ ଚେଙ୍କ ଓ ମାଡ଼ଗାଳି ଖାଇ ଭାଗ୍ୟକୁ ଆଦରି ପଡି ରହିଥିଲେ ା ଥୁଆବାରୀ ଗଁାର ସଂଗ୍ରମୀଙ୍କ ଗୋଟିଚାଳନା ତତ୍କାଳୀନ ରାଜା ଓ ଇଂରେଜମାନଙ୍କର ନିଦ ହଜେଇ ଦେଇଥିଲା। ୧୯୪୨ରୁ ୬ମାସ କାଳ ଗାଁକୁ ସିପାହି ଜଗି ରହିଥିଲେ । ଗାଁ ପୂରା ପୁରୁଷ ଶୂନ୍ୟ ହୋଇପଡିଥିଲା । ଗାଁରେ ଚାଲିଥିଲା ଲୁଟତରାଜ ଓ ଅତ୍ୟାଚାର।ଗାଁର ମହିଳା ଓ ପିଲାମାନେ ଘର ବାହାରକୁ ବାହାରି ପାରୁ ନ ଥିଲେ। ବାରିପଟେ କିଛି ଲୋକ ଏକ ପ୍ରକାର ଜଙ୍ଗଲଜାତ ଖାଦ୍ୟ ସୋଡୁଅକୁ ସଂଗ୍ରହ କରି ଖାଦ୍ୟ ରୂପେ କଦଳୀପତ୍ରରେ ଖାଉଥିଲେ। ଖାଦ୍ୟ ଅଭାବରେ ୭ ଜଣ ପ୍ରାଣ ହରାଇଥିଲେ। ଗାଁ ଲୋକଙ୍କର ରୋଜଗାର ନ ଥିବାରୁ ଖଜଣା ଦେଇ ପାରି ନ ଥିଲେ । ଖଜଣା ନ ଦେବା ଯୋଗୁ ଅଧିକାଂଶଙ୍କର ଜମି ନିଲାମ ହୋଇଯାଇଥିଲା। ଅପରପକ୍ଷରେ ୧୯୪୨ରେ ନୂଆଗାଁ ଥାନା ଘେରାଉ ହେବା ବେଳେ ଦଳର ସଭାପତିଙ୍କୁ ରକ୍ଷା କରିବାକୁ ଯାଇ କୁଶବିଡାର ଆଦିବାସୀ କଷ୍ଟି ଡାକୁଆ ଶହୀଦ ହୋଇଥିଲେ। କଷ୍ଟି ଡାକୁଆଙ୍କ ଶହୀଦ ପରେ କୁଶବିଡା ପୁଣି ଚର୍ଚ୍ଚାରେ ରହିଲା। ଅନ୍ୟପକ୍ଷେ ସ୍ବାଧୀନତା ପରେ ଗାଁ ଲୋକ ସୁସ୍ଥ ଜୀବନଯାପନ କରିବାକୁ ଆରମ୍ଭ କରିଥିଲେ । ହେଲେ ଗାଁର ସଂଗ୍ରାମୀଙ୍କ ବଳିଦାନ ସମ୍ପର୍କରେ କେହି ଜାଣି ପାରି ନ ଥିଲେ। ୧୯୫୫ରେ ଗୁମାନଈର ବନ୍ୟା ପୁଣି ଗାଁର ରୂପରେଖକୁ ବଦଳାଇ ଦେଲା । ଗାଁଟି ଜଳମଗ୍ନ ହେବାସହ ୩ଜଣ ପ୍ରାଣ ହରାଇଥିଲେ ା ଗାଁର ଘରଦ୍ୱାର ସବୁ ମାଟିରେ ମିଶି ନଦୀ ଗର୍ଭକୁ ଚାଲିଗଲା । ଗ୍ରାମବାସୀ ନିକଟସ୍ଥ ଡୁବୁରୀ ମୁଣ୍ଡିଆ ପାଦ ଦେଶରେ ବସତି ସ୍ଥାପନ କରିଥିଲେ। ବନ୍ୟା ପରେ ମୂଳ ଗ୍ରାମଟି ଚାଷଜମିରେ ପରିଣତ ହୋଇଥିଲା। ଗ୍ରାମବାସୀ ନିଜସ୍ବ ଖର୍ଚ୍ଚରେ ସ୍ମୃତି ସ୍ତମ୍ଭଟିଏ ଗତ ୧୭ବର୍ଷ ତଳେ ନିର୍ମାଣ କରିଥିଲେ, ଯାହା ପ୍ରାୟ ନଷ୍ଟ ହୋଇଯାଇଥିଲା । କିନ୍ତୁ ଗାଁ ଲୋକ ଏହାକୁ ପୁଣି ମରାମତି କରିଛନ୍ତି । ସ୍ମୃତି ରୋମନ୍ଥନ କରି ବୀରମାଟି ଥୁଆବାରୀରେ ପ୍ରତିବର୍ଷ ଅକ୍ଟୋବର ୧୦ରେ ପ୍ରଜାମଣ୍ଡଳ ଶହୀଦ ଦିବସ ପାଳନ କରୁଛନ୍ତି । ଥୁଆବାରୀ ଗାଁର ଗୋପୀ ନାୟକ କୁହନ୍ତି, ଏହି ଗାଁର ସମସ୍ୟା ଓ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଅନେକ ବୁଝିନାହାନ୍ତି କି ଚିହ୍ନୁନାହାନ୍ତି । ଗଁାର ସ୍ବାଧୀନତା ସଂଗ୍ରାମୀଙ୍କୁ ଉଚିତ ସମ୍ମାନ ଦେବା ପାଇଁ ପ୍ରଶାସନ ତରଫରୁ କିଛି ବ୍ୟବସ୍ଥା ନାହିଁ । କେବଳ ଆଦର୍ଶ ଗଁା ନାମଫଳକରେ ଲେଖାଯାଇଥିଲେ ମଧ୍ୟ ଏହା ଅବହେଳିତ ହୋଇରହିଛି। ନୟାଗଡ଼ ଜିଲାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଶ୍ରୀଧର ଦାଶଙ୍କ ଯୋଗୁ ଥୁଆବାରୀ ଗାଁରେ ଅକ୍ଟୋବର ୧୦ରେ ଶହୀଦ ଦିବସ ପାଳିତ ହେଉଛି । ଏହି ଗାଁର ସେଦିନର ସ୍ବାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବାକୁ ଆମେ ଶହୀଦ ଦିବସ ପାଳିବା ବ୍ୟତୀତ ଆଉ କିଛି କରିପାରୁ ନାହୁଁ। ଏହିଭଳି ସଂଗ୍ରାମୀ ବ୍ୟକ୍ତିତ୍ୱଙ୍କ ସମ୍ମାନାର୍ଥେ ସରକାର ଶହୀଦମାନଙ୍କର ପ୍ରତିମୂର୍ତ୍ତି ବି ସ୍ଥାପନ କରିପାରି ନାହାନ୍ତି। କିନ୍ତୁ ଅନେକ ପ୍ରତିଶ୍ରୁତି ଦେଇଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ସବୁବର୍ଷ ପରି ପୁଣି ଭୁଲି ଯାଇଛନ୍ତି। ଦେଶ ସ୍ବାଧୀନତା ହେବାର ପ୍ରାୟ ୭୫ ବର୍ଷ ପରେ ବି ଏହି ଗାଁ ପାଇ ପାରି ନାହିଁ ଐତିହାସିକ ପୀଠର ମାନ୍ୟତା। କେବଳ ଆଦର୍ଶ ଗାଁ ନାମଫଳକରେ ନାଁ ରହିଛି ।
-ଲୋକନାଥ ମିଶ୍ର, ନୟାଗଡ଼ ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ପରିସ୍ରାର ରଙ୍ଗ ଏପରି ଦେଖାଯାଉଛି କି, ହୋଇପାରେ…

ନୂଆଦିଲ୍ଲୀ,୨୪।୧୨: ଶୀତଦିନ ଆସିବା ସହିତ ଶରୀରରେ ଅନେକ ପରିବର୍ତ୍ତନ ଘଟେ । ଥଣ୍ଡା ବଢ଼ିବା ସହିତ ଖାଦ୍ୟପେୟ, ପାନୀୟ ଅଭ୍ୟାସ ଏବଂ ଦୈନନ୍ଦିନ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସେ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri