Posted inଫୁରସତ

ପ୍ରଥମ ରୋଜଗାର: ଝିଅର କଲେଜ ଫିସ୍‌ ଦେଇଥିଲି

ପୁରୀ ପଥୁରିଆ ସାହିରେ ମୋର ଜନ୍ମ l ଆମ ଘରେ ମୁଁ ୯ ଭାଇ ଭଉଣୀ ଭିତରେ ସବୁଠାରୁ ସାନ। ମୋତେ ବର୍ଷେ ହେବା ପୂର୍ବରୁ ମୋ ବୋଉଙ୍କର ମୃତ୍ୟୁ ହେଇଯାଇଥିଲା। ବୋଉ ନ ଥିବା ଯୋଗୁ ବାପା ତାଙ୍କର ସବୁ ଝିଅଙ୍କୁ ଚଉଦରୁ ଷୋହଳ ବର୍ଷ ଭିତରେ ବାହା କରିଦେଇଥିଲେ। ପିଲାଦିନରୁ ମୁଁ ଖୁବ୍‌ ଭଲ ପଢୁଥିଲି। ଆମ ସାହିର କେତେଜଣ ଝିଅଙ୍କୁ ପାଠପଢି ଚାକିରି କରୁଥିବାର ଦେଖି ମୁଁ ବି ପାଠ ପଢ଼ି ନିଜେ ରୋଜଗାର କରିବାର ସ୍ବପ୍ନ ଦେଖୁଥିଲି l
ମତେ ଅଠର ବର୍ଷ ବାପା ମୋ ବାହାଘର କରିଦେଲେ l ପରେ ପରେ ମୁଁ ଦୁଇଟି ସନ୍ତାନର ମା’ ମଧ୍ୟ ହୋଇଗଲି l ସ୍ବାମୀ ସୁଧାଂଶୁଙ୍କ ସହ ମୁଁ ମୁମ୍ବାଇରେ ରହୁଥାଏ l ପଢ଼ିବାର ଇଚ୍ଛା ଆଉ ଚାକିରି କରି ନିଜେ ରୋଜଗାର କରିବାର ଇଚ୍ଛା ମନରେ ଥାଏ l ଖବରକାଗଜରେ ଦେଖିଲି ମୁମ୍ବାଇରେ ସକାଳ କଲେଜ ଖୋଲିଲା ବୟସ୍କ ଆଉ କାମ କରୁଥିବା ଲୋକଙ୍କ ପାଇଁ l ମୁଁ ସେଠାରୁ ବି.ଏ. ପାସ୍‌ କଲି l ଅର୍ଥଶାସ୍ତ୍ର ଆଉ ଗଣିତ ମୋର ବିଷୟ ଥିଲା l ଭାବୁଥିଲି ବ୍ୟାଙ୍କ ପରୀକ୍ଷା ଦେଇ ପାସ୍‌ କଲେ ଚାକିରିଟିଏ ପାଇଁ ଚେଷ୍ଟା କରିବି l କିନ୍ତୁ ଏଇ ସମୟରେ ସ୍ବାମୀଙ୍କୁ ଚାକିରି ନେଇ ଆମେରିକା ଆସିବାକୁ ହେଲା l
ଆସି ମୁଁ ନର୍ସିଙ୍ଗ ପଢ଼ିଲି, କାରଣ ମୋର ସ୍ବାସ୍ଥ୍ୟ ବିଭାଗରେ ପଢ଼ିବାକୁ ମନ ଥିଲା l ବିଦେଶରେ ନର୍ସିଙ୍ଗ ପଢ଼ା ସହଜ ନ ଥିଲା l ଅନେକ କଷ୍ଟ କରି ମୁଁ ଚାରି ବର୍ଷିଆ ନର୍ସିଙ୍ଗ ଡିଗ୍ରୀ ପାଇଲି ଆଉ କାମ ପାଇଁ ସବୁ ହସପିଟାଲ୍‌ରେ ଦରଖାସ୍ତ ପକେଇଲି l
ମୋ ଝିଅ ସୀମାର ସେତେବେଳେ କଲେଜ ଆଡମିସନ୍‌ର ସମୟ l ତା’ର ମନ ଥାଏ ଆମେରିକାର ପ୍ରତିଷ୍ଠିତ ମହାବିଦ୍ୟାଳୟ ‘ଆଇ ଭିଲିଗ୍‌ ପ୍ରିନ୍ସଟନ୍‌’ରେ ପଢିବା ପାଇଁ।  ଆମେ ତାକୁ ଉତ୍ସlହିତ କରୁଥିଲୁ। କିନ୍ତୁ ସେଥିପାଇଁ ୩୬,୦୦୦ ଡଲାର ବର୍ଷକୁ ଦେବା ସହଜ ନ ଥିଲା ଆମପରି ମଧ୍ୟବିତ୍ତ ପରିବାର ପାଇଁ। ତା’ ଛଡ଼ା ସୀମାକୁ ଅନ୍ୟ ସରକାରୀ ମହାବିଦ୍ୟାଳୟରୁ ପୂୂରା ଛାତ୍ରବୃତ୍ତି ସହ ପଢ଼ିବାକୁ ପ୍ରସ୍ତାବ ମିଳିଥିଲା। ଆମେ ଭାବିଲୁ ଆଗ ଚୟନ ହେଉ ପ୍ରିନ୍ସଟନ୍‌ରେ। କାରଣ ଏଠାରେ କେବଳ ଅତି ମେଧାବୀ ପିଲାମାନଙ୍କୁ ଚୟନ କରାଯାଏ।
ମୋର ଚାକିରି ଏଠିକାର ବିଶିଷ୍ଟ ଡାକ୍ତରଖାନା ଆଲବର୍ଟ ଆଇନଷ୍ଟାଇନ୍‌ରେ ହୋଇଗଲା। ପ୍ରଥମ ତିନି ମାସ ତାଲିମ ପାଇ ନର୍ସ ଭାବେ ଅଧା ଦରମାରେ କାମ କରିବାକୁ ଚୁକ୍ତି ଥିଲା। ଦରମା ୩୬,୦୦୦ ଡଲାର୍‌ ବୋଲି ଲେଖା ହୋଇ ନିଯୁକ୍ତି ପତ୍ର ଆସିଲା l ମୋ ଖୁସି କହିଲେ ନ ସରେ। ଭାବିଲି ଆଗ ଗୋଟେ ଭଲ ଷ୍ଟିଲ୍‌ ବାସନର ସେଟ୍‌ କିଣିବି l ଭଲ ଜ୍ୟାକେଟ୍‌ ସମସ୍ତଙ୍କ ପାଇଁ କିଣିବି l ଆମେ ଘରେ ମୁମ୍ବାଇରୁ ଆଣିଥିବା ସେଇ ପୁରୁଣା ବାସନରେ କାମ ଚଳାଉଥିଲୁ l ମୋର କଲେଜ ପରେ ଆମର ବହୁତ ଅନ୍ୟ ଖର୍ଚ୍ଚ ହେଉଥିଲା l ସୁଧାଂଶୁ ଏକମାତ୍ର ରୋଜଗାର କରୁଥିଲେ l ଏଠି କଲେଜ ପାଠରେ ଖର୍ଚ୍ଚ ବହୁତ। ମୁଁ ନିଜେ କଲେଜରେ ଇଚ୍ଛା ମୁତାବକ ପଢ଼ିପାରି ନ ଥିଲି l ତେଣୁ ମୋ ମନରେ ଥିଲା ମୋ ଝିଅ ଯୋଉ କଲେଜରେ ପଢିବାକୁ ଚାହିଁବ ଆଉ ପ୍ରବେଶ ଗ୍ରହଣ ପାଇବ ସିଏ ସେଇଠାରେ ପଢ଼ିବ।
ଖୁସିର କଥା ଆମ ଝିଅ ପାଇଁ ପ୍ରିନ୍ସଟନ୍‌ ମହାବିଦ୍ୟାଳୟରୁ ପ୍ରବେଶ ଗ୍ରହଣର ସ୍ବୀକୃତି ଆସିଗଲା l ସୁଧାଂଶୁ , ସୀମା ବସି କଥା ହେଉଥିଲେ କ’ଣ କରାଯିବ l ପାଠ ତ ଯେଉଁଠି ପଢିଲେ ଡିଗ୍ରୀ ଆସିବ ବୋଲି ସୁଧାଂଶୁ ସୀମାକୁ ବୁଝାଉଥିଲେ l ମୁଁ ସେପଟରୁ ଏ କଥା ଶୁଣି ଜୋରରେ ସୀମାକୁ କହିଲି, ତୋ ମା’ର ଚାକିରିରେ ପୂରା ଦରମା ମିଳିଯିବ କିଛି ମାସ ପରେ l ଯଦି ପ୍ରିନ୍ସଟନ୍‌ରେ ପଢିବାକୁ ତୋର ଇଚ୍ଛା ତୁ ସେଇ ମହାବିଦ୍ୟାଳୟରେ ପଢ଼ିବୁ l ସୁଧାଂଶୁ ମୋ ମୁହଁକୁ ଚାହିଁ କହିଲେ ସରକାରୀ ମହାବିଦ୍ୟାଳୟରେ ସୀମା ମାଗଣାରେ ପଢି ପାରିବ l ଭାବ ତ ? ତୁମେ ସେଇ ଅର୍ଥରେ ଘର ପାଇଁ, ନିଜ ପାଇଁ କେତେ ଜିନିଷ କିଣିପାରିବ, ଯାହା ଆମେ କରିପାରିନେ ଏଯାଏ। ମୁଁ କହିଲି, ସୁଧାଂଶୁ ,ଭାବ ! ଆମ ପାଖରେ ଅର୍ଥ ଥିଲେବି ସୀମାର ମେରିଟ୍‌ ନ ଥିଲେ ସିଏ ଏଭଳି ମର୍ଯ୍ୟାଦାସମ୍ପନ୍ନ ମହାବିଦ୍ୟାଳୟରେ ନିଯୁକ୍ତି ପାଇ ନ ଥାଆନ୍ତା l ତେଣୁ ପିଲାର ମନ ଭାଙ୍ଗିବା ଠିକ୍‌ ନୁହେଁ।
ରାତିରେ ମୁଁ ସୀମାକୁ ପଚାରିଲି ମା’, ତୋର ଇଚ୍ଛା କୋଉ କଲେଜରେ ପଢ଼ିବାକୁ? ମୁହଁଟି ଶୁଖେଇ ସୀମା କହିଲା ମତେ ପ୍ରିନ୍ସଟନ୍‌ରେ ପଢିବାକୁ ବହୁତ ଇଚ୍ଛା। ବାସ୍‌ ସେଇଠି ମୁଁ ରହିଗଲି ଚୁପ୍‌ ଆଉ ନିଶ୍ଚିତ କଲି ମୋ ଝିଅ ପ୍ରିନ୍ସଟନ୍‌ରେ ପଢିବ l ମନେ ମନେ ଭାବିଲି ବୋଧେ ଜଗନ୍ନାଥେ ଏଇଥିପାଇଁ ମୋର ପ୍ରଥମ ଚାକିରି ଦେଲେ। ମୋର ପହିଲି ରୋଜଗାରକୁ ଝିଅର ପଢା ଫି’ ପାଇଁ ଚେକ୍‌ରେ ଦିଆ ହୋଇଥିଲାl ସେତେବେଳେ ଝିଅର ସେ ହସ ମୁଁ କେବେ ଭୁଲିନି। ମୋ ବୋଉ ନଥିବାରୁ ମୁଁ କଲେଜରେ ପଢି ପାରି ନଥିଲି l କିନ୍ତୁ ମୋ ଝିଅ ସୀମା ତା’ର ବୁଦ୍ଧି, ପରିଶ୍ରମ ଯୋଗୁ ପ୍ରିନ୍ସଟନ୍‌ ମହାବିଦ୍ୟାଳୟରେ ଦାଖଲ ହେଲା, ଆଉ ମୋ ପ୍ରଥମ ରୋଜଗାରର ଡଲାର ତା’ର କଲେଜ ପାଉଣl ଦେବାରେ ଖର୍ଚ୍ଚ ହେଲା l ମୋ ପହିଲି ରୋଜଗାର ଏଭଳି କାମରେ ଲାଗିବା ଯୋଗୁ ମୁଁ ପ୍ରଭୁଙ୍କ ପାଖରେ କୃତଜ୍ଞ ସବୁବେଳେ l


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri